bjd-bjp
ଭୁବନେଶ୍ୱର: ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଲାଟେଷ୍ଟ୍ ଟ୍ରେଣ୍ଡ ଅନୁଯାୟୀ, ଓଡ଼ିଶାରେ ଭଭୟ ବିଧାନସଭା ଓ ଲୋକସଭା ଆସନରେ ଶାସକ ଦଳ ବିଜେଡି ଆଗୁଆ ରହିଛି। ଓଡ଼ିଶାରେ ପୁଣିଥରେ ୫ମ ଥର ଲାଗି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର କ୍ଷମତା ବଜାୟ ରଖିବେ ବୋଲି ଜଣାପଡ଼ିଛି।
ସେପଟେ ଓଡିଶାରେ ବିଜେଡିର ପୁନର୍ବାର କ୍ଷମତାକୁ ଆସିବାର ସମ୍ଭାବନାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସାରା ଦେଶରେ ଆଜି ଭୋଟ୍ ଗଣତି ଚାଲିଛି। ଓଡ଼ିଶାରେ ଉଭୟ ଲୋକସଭା ଓ ବିଧାନସଭା ଆସନ ପାଇଁ ୬୩ଟି କେନ୍ଦ୍ରରେ ଭୋଟ୍ ଗଣା ଯାଉଛି।
ଓଡ଼ିଶାରେ ୧୪୬ଟି ବିଧାନ ଆସନରେ ଭୋଟ୍ ଗଣତି ଚାଲିଥିବା ବେଳେ ପାଟକୁରା ବିଧାନସଭା ଆସନରେ ନିର୍ବାଚନ ହୋଇନି।
ଯଦି ଆମେ ଲାଟେଷ୍ଟ୍ ଟ୍ରେଣ୍ଡକୁ ଦେଖିବା ତେବେ ୧୪୬ଟି ବିଧାନସଭା ଆସନରୁ ବିଜେଡି ୧୧୦ଟି ଆସନରେ ଆଗୁଆ ଥିବା ବେଳେ ବିଜେପି ୨୩ଟି, କଂଗ୍ରେସ୧୧ଟି ଓ ଅନ୍ୟାନ୍ୟ ଦଳ୨ଟି ସିଟ୍ରେ ଆଗୁଆ ଅଛନ୍ତି।
ସେହିପରି ୨୧ଟି ଲୋକସଭା ଆସନରୁ ବିଜେଡି ୧୪ଟି ଓ ବିଜେପି ୭ଟି ଆସନରେ ଆଗୁଆ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/BeFunky-collage-1-4_1625932658.jpg)