Advertisment

Missing Newlywed Found: ଶାଶୂଘରୁ ନିଖୋଜ ହୋଇଯାଇଥିବା ନବବଧୂଙ୍କ ମିଳିଲା ପତ୍ତା

ଶାଶୂଘରୁ ନିଖୋଜ ନବବଧୂ ଠାବ। ନିରାକାରପୁରରୁ ଠାବ କରଯାଇଥିବା ସୂଚନା। ପୁରୀ ଜିଲ୍ଲା ସୁନାଖଳା ଗାଁରୁ ହୋଇଥିଲେ ନିଖୋଜ। ନିଖୋଜ ପରେ ଦେଖାଦେଇଥିଲା ବିବାଦ। ବୋହୂ ନଦୀକୁ ଗାଧୋଇ ଯାଇ ଫେରିନଥିବା କହିଥିଲେ ଶାଶୂଘର।

Missing Newlywed Found

ଶାଶୂଘରୁ ନିଖୋଜ ହୋଇଯାଇଥିବା ନବବଧୂଙ୍କ ମିଳିଲା ପତ୍ତା Photograph: (OTV)

Advertisment

ଶାଶୂଘରୁ ନିଖୋଜ ହୋଇଯାଇଥିବା ନବବଧୂଙ୍କ ମିଳିଲା ପତ୍ତା। ପୁରୀ ଜିଲ୍ଲା କଣାସ ବ୍ଲକ ସୁନାଖଳା ଗାଁରୁ ନିଖୋଜ ହୋଇଯାଇଥିବା ନବବଧୂଙ୍କୁ ଠାବ କରାଯାଇଛି। ନିରାକାରପୁରରୁ ଠାବ କରଯାଇଥିବା ସୂଚନା ମିଳିଛି। ନିଖୋଜ ମହିଳା ହେଲେ କାଳିଘଡ଼ି ଗାଁର ରାମଚନ୍ଦ୍ରଙ୍କ ସାମନ୍ତରାୟଙ୍କ ଝିଅ। ନବବଧୂଙ୍କ ନିଖୋଜ ନେଇ ଦେଖାଦେଇଥିଲା ବିବାଦ। 

Advertisment

ବୋହୂ ନଦୀକୁ ଗାଧୋଇବାକୁ ଯାଇ ଫେରିନଥିବା କହିଥିଲେ ଶାଶୂ ଘର ଲୋକେ। ସେପଟେ ଝିଅକୁ ହତ୍ୟା କରାଯାଇଥିବା ବାପଘର ଅଭିଯୋଗ କରିଥିଲେ। ସ୍ବାମୀ ଓ ଶ୍ବଶୁର ଫେରାର ପରେ ବଢିଥିଲା ସନ୍ଦେହ। ପ୍ରତିବାଦରେ ଜଗନ୍ନାଥ ସଡ଼କରେ ଟାୟାର ଜାଳି ନ୍ୟାୟ ଦାବି କରିଥିଲେ । ଦୁଇ ମାସ ତଳେ ରାମଚନ୍ଦ୍ରଙ୍କ ଝିଅ ସୁନାଖଳା ଗାଁର ରବୀନ୍ଦ୍ର ଚମ୍ପତ୍ତିଙ୍କୁ ବିବାହ କରିଥିଲେ। ତେବେ ଗତକାଲି ସେ କେଉଁଆଡ଼େ ଚାଲିଯାଇଥିଲେ।

  • ଶାଶୂଘରୁ ନିଖୋଜ ନବବଧୂ ଠାବ
  • ନିରାକାରପୁରରୁ ଠାବ କରଯାଇଥିବା ସୂଚନା
  • ପୁରୀ ଜିଲ୍ଲା ସୁନାଖଳା ଗାଁରୁ ହୋଇଥିଲେ ନିଖୋଜ
  • ନିଖୋଜ ପରେ ଦେଖାଦେଇଥିଲା ବିବାଦ
  • ବୋହୂ ନଦୀକୁ ଗାଧୋଇ ଯାଇ ଫେରିନଥିବା କହିଲେ ଶାଶୂଘର
  • ଝିଅକୁ ହତ୍ୟା କରାଯାଇଥିବା ବାପଘର ଅଭିଯୋଗ କରିଥିଲେ
  • ସ୍ବାମୀ ଓ ଶ୍ବଶୁର ଫେରାର ପରେ ବଢିଥିଲା ସନ୍ଦେହ
Advertisment
Crime Odisha Odisha Crime Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ