Advertisment

ପୂର୍ବତନ ଜିଲ୍ଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଂଚଲ୍ୟ। ପୂର୍ବତନ ଜିଲ୍ଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର ହୋଇଛି। ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଜଣେ ୧୨ ବର୍ଷର ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍। ପୋଲିସ ସହାୟତାରେ ନାବାଳିକାକୁ…

ପୂର୍ବତନ ଜିଲ୍ଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର

rape4

Advertisment

ଭୁବନେଶ୍ୱର: ଭୁବନେଶ୍ୱରରେ ଚାଂଚଲ୍ୟ। ପୂର୍ବତନ ଜିଲ୍ଲାପାଳଙ୍କ ଘରୁ ନାବାଳିକା ଉଦ୍ଧାର ହୋଇଛି। ଭୁବନେଶ୍ୱର ଆଇଆରସି ଭିଲେଜ ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ଘରୁ ଜଣେ ୧୨ ବର୍ଷର ନାବାଳିକା ଶିଶୁ ଶ୍ରମିକକୁ ଉଦ୍ଧାର କରିଛି ଚାଇଲ୍ଡ ଲାଇନ୍। ପୋଲିସ ସହାୟତାରେ ନାବାଳିକାକୁ ଉଦ୍ଧାର କରାଯାଇଛି। ଘରୋଇ କାମ ପାଇଁ ଛୋଟ ଝିଅଟିକୁ ବ୍ରହ୍ମପୁରର ଏକ ଗାଁରୁ ଗତବର୍ଷ ନଭେମ୍ବର ମାସରେ ସେ ଆଣିଥିବା ସୂଚନା ମିଳିଛି। ନାବାଳିକାର ବାପା ରିକ୍ସା ଚାଳକ ଏବଂ ମା ଘରୋଇ ସହାୟିକା ଭାବେ କାମ କରନ୍ତି। ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ପୁଅ ହାଇଦ୍ରାବାଦରେ ଏକ ଆଇନ୍ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟରତ ଅଛନ୍ତି। ଆଉ ଝିଅ ଆଇଆରସି ଭିଲେଜରେ ଏକ ଇଂଲିଶ ମିଡିୟମ୍ ସ୍କୁଲ ଚଲାଇଥାନ୍ତି।

Advertisment

ଏତେ ସମ୍ଭ୍ରାନ୍ତ ପରିବାରର ହୋଇ କିଭଳି ଏକ ନାବାଳିକାକୁ ଘରୋଇ କାମରେ ବ୍ୟବହାର କରୁଥିଲେ, ତାକୁ ନେଇ ପ୍ରଶ୍ନ ଉଠିଛି। ତେବେ ଏହି ଅଭିଯୋଗକୁ ଅବସରପ୍ରାପ୍ତ ଜିଲ୍ଲାପାଳଙ୍କ ବୋହୂ ଖଣ୍ଡନ କରିଛନ୍ତି। ପିଲାଟିକୁ ପାଠ ପଢାଇବା ପାଇଁ ଆମେ ଘରେ ରଖିଥିଲୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ