girl death
ନୟାଗଡ଼ : ଦୋଳି ସାଜିଲା କାଳ। ଦୋଳି ଦଉଡ଼ି ବେକରେ ଗୁଡେଇ ହୋଇଯିବାରୁ ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୟାଗଡ଼ ଟାଉନ ଥାନା ହାଟପଦା ନିକଟସ୍ଥ ବସ୍ତିରେ।
ମିଳିଥିବା ସୂଚନା ମୁତାବକ , ମହେଶ୍ୱର ସାହୁଙ୍କ ୧୧ବର୍ଷର ଝିଅ ଲକ୍ଷ୍ମୀ ପ୍ରିୟା ସାହୁ ଆଜି ମଧ୍ୟାହ୍ନରେ ଦୋଳି ଖେଳୁଥିଲେ। ମାତ୍ର ଅସାବଧାନତା ଯୋଗୁ ଦୋଳିର ଦଉଡ଼ି ଲକ୍ଷ୍ମୀପ୍ରିୟାଙ୍କ ବେକରେ ଗୁଡ଼େଇ ହୋଇଯାଇଥିଲା। ଫଳରେ ଦଉଡ଼ିରେ ଭିଡ଼ି ହୋଇ ବେକ ଚାପି ହୋଇ ଲକ୍ଷ୍ମୀପ୍ରିୟାଙ୍କ ଶ୍ୱାସରୁଦ୍ଧ ହୋଇଯାଇଥିଲା।
ପରେ ପରିବାର ଲୋକ ତାଙ୍କୁ ଚିକିତ୍ସା ନିମନ୍ତେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/girl-death_1626506215.jpg)