Advertisment

Minor Beaten to Death: ସନ୍ଦେହ କଲେ ଛେଳି ଚୋର, ପିଟିପିଟି ମାରିଦେଲେ

ପିଟି ପିଟି ଉଭୟଙ୍କୁ ଲହୁଲୁହାଣ କରିବା ସହ ଘଟଣାକୁ ଲୁଚାଇବାକୁ ଚେଷ୍ଟା ବି କରିଥିଲେ । ହେଲେ ଭିଡିଓ ଭାଇରାଲ ହେବା ପରେ ସବୁକଥା ସାମ୍ନାକୁ ଆସିଛି । ପୋଲିସ ଖବର ପାଇ ଗୁରୁତର ଅବସ୍ଥାରେ ଦୁଇ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

Chheli chora

Chheli chora Photograph: (otv)

Advertisment

ମଣିଷରୂପୀ ସଇତାନମାନଙ୍କୁ ଆପଣ ଧିକ୍କାର କରିବେ । ଏଠି ବର୍ବରତା ସୀମା ଲଂଘିଛି । ନୃଶଂସତା ସବୁ ମଣିଷପଣିଆକୁ ଦଳିମକଚି ମାରିଦେଇଛି । ଆଉ ସେଇଥିପାଇଁ ଦୁଇ ଜଣ ନାବାଳକଙ୍କୁ ଗ୍ରାମବାସୀମାନେ ଠେଙ୍ଗାରେ ପିଟି ଚାଲିଛନ୍ତି ।

Advertisment

ପିଟି ପିଟି ଜଣକର ଜୀବନ ବି ନେଇଯାଇଛନ୍ତି । ଯାହାର ଭିଡିଓ ଅମେ ଆପଣଙ୍କୁ ଦେଖାଇବା ସମ୍ଭବପର ନୁହେଁ । କାରଣ, ଯାହାକୁ ଦେଖିଲେ ଆପଣଙ୍କ ଛାତି ବି ଥରିଉଠିବ । 

ଏ ଘଟଣା ମୟୁରଭଞ୍ଜ ଜିଲ୍ଲା ତିରିଂ ଥାନା ଅଞ୍ଚଳ ଇନ୍ଦକୁଳି ଗାଁର । ସୋମବାର ଅପରାହ୍ଣ ସମୟରେ ଗାଁର ଲୋକମାନେ ଦୁଇ ଜଣ ନାବାଳକଙ୍କୁ ଛେଳି ଚୋରି ସନ୍ଦେହରେ ଧରିଥିଲେ । ପରେ ସେମାନଙ୍କ ହାତ ଗୋଡ଼ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ ।

Advertisment

ପିଟି ପିଟି ଉଭୟଙ୍କୁ ଲହୁଲୁହାଣ କରିବା ସହ ଘଟଣାକୁ ଲୁଚାଇବାକୁ ଚେଷ୍ଟା ବି କରିଥିଲେ । ହେଲେ ଭିଡିଓ ଭାଇରାଲ ହେବା ପରେ ସବୁକଥା ସାମ୍ନାକୁ ଆସିଛି । ପୋଲିସ ଖବର ପାଇ ଗୁରୁତର ଅବସ୍ଥାରେ ଦୁଇ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତକ ବାଦାମପାହାଡ଼ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ଆଉ ଅନ୍ୟ ଗୁରୁତର ନାବାଳକଙ୍କ ଘର ବହଳଦା ଥାନା ଅଞ୍ଚଳର ବୋଲି ପୋଲିସ ମିଳିଛି । 

ପୋଲିସର କହିବା କଥା ଦୁଇ ନାବାଳକ ପାଖ ଗାଁରେ ଥିବା ନେଶା ଡ୍ୟାମକୁ ବୁଲିବାକୁ ଯାଇଥିଲେ । ହେଲେ ସେଠାରେ କିଛି ଗାଁ ଲୋକ ତାଙ୍କୁ ଅଟକାଇ ଏପରି ଅମାନୁସିକ ଭଳି ମାଡ଼ ମାରିଛନ୍ତି । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ବର୍ବର କାଣ୍ଡ ଏବେ ସାମ୍ନାକୁ ଆସିଛି । 

Advertisment
Mayurbhanj Man Beaten To Death Minor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ