Advertisment

Minor Argument Turns Fatal: ସାମାନ୍ୟ କଥା କଟାକଟିରୁ ଗଡ଼ିଲା ମୁଣ୍ଡ; ୟୁଟ୍ୟୁବର ରାହୁଲଙ୍କୁ ଛୁରି ଭୂଷି ବିଭତ୍ସ ହତ୍ୟା

ସାମାନ୍ୟ କଥା କଟାକଟିରୁ ଗଡ଼ିଲା ମୁଣ୍ଡ। ୟୁଟ୍ୟୁବର ରାହୁଲଙ୍କୁ ଛୁରି ଭୂଷି ବିଭତ୍ସ ହତ୍ୟା। ହତ୍ୟା ଗୁମର ଖୋଲିଲା କମିଶନରେଟ୍ ପୋଲିସ୍। ମଦ ପିଇବା ବେଳେ ଗଣ୍ଡଗୋଳରୁ ହତ୍ୟାକାଣ୍ଡ। ୩ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କଲା ପୋଲିସ।

Minor Argument Turns Fatal

ସାମାନ୍ୟ କଥା କଟାକଟିରୁ ଗଡ଼ିଲା ମୁଣ୍ଡ Photograph: (OTV)

Advertisment

ରାଜଧାନୀରେ ୟୁଟ୍ୟୁବରଙ୍କୁ ଛୁରୀ ଭୂଷି ବିଭତ୍ସ ହତ୍ୟା। ନିଶାସକ୍ତ ଅବସ୍ଥାରେ ଘଟିଲା ନାରକୀୟ କାଣ୍ଡ । ସାମାନ୍ୟ ରାଗରୁ ଗଡିଲା ମୁଣ୍ଡ। ହତ୍ୟା ଅଭିଯୋଗରେ ଆର୍ମିରେ ଚାକିରି କରୁଥିବା ସଂଗ୍ରାମ କେଶରୀ ବେହେରା ଓ ତାଙ୍କ ଦୁଇ ପତୁରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମଞ୍ଚେଶ୍ବର ଥାନା ପୋଲିସ।...

Advertisment

ହୋଲି ପୂର୍ବରୁ ରକ୍ତରଞ୍ଜିତ ରାଜଧାନୀ। ୟୁଟ୍ୟୁବରଙ୍କୁ ଛୁରି ଭୂଷି ନିର୍ମମ ହତ୍ୟା। ନିଶାରୁ ଘଟିଲା ନାରକୀୟ କାଣ୍ଡ। ସାମାନ୍ୟ କଥା କଟାକଟିରୁ ପାଟିତୁଣ୍ଡ । ଆଉ ତାପରେ ମର୍ଡର । ବନ୍ଧା ହେଲେ ସେନା ଯବାନ ଓ ତାଙ୍କ ଦୁଇ ପୁତୁରା।...ଶନିବାର ରାତିରେ ଭୁବନେଶ୍ବରର ଜିଜିପି କଲୋନୀରେ ଘଟିଥିବା ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ । 

ମୃତ ଯୁବକ ହେଲେ ରାହୁଲ ମହାରଣା । ସେ ଗ୍ୟାସ୍ ବ୍ୟବସାୟ କରିବା ସହ ୟୁଟ୍ୟୁବର ଭାବେ ଜଣାଶୁଣା । ତେବେ କିଏ ଓ କାହିଁକି ହତ୍ୟା କଲା ରାହୁଲଙ୍କୁ ? ହତ୍ୟା ପଛର ଗୁମର ଫିଟାଇଛି କମିଶନରେଟ୍ ପୋଲିସ । ଗତକାଲି ରାତିରେ ଜିଜିପି କଲୋନୀ ହାଇସ୍କୁଲ ପଡିଆ ଭିତରେ ରାହୁଲ ଏବଂ ତାଙ୍କ ୩ ସାଙ୍ଗ ବସି ଖଟି କରୁଥିଲେ । ଆଉ କିଛି ଦୂରରେ ଆଉ ୩ ଜଣ ବସି ନିଶା ସେବନ କରୁଥିଲେ । ଏହି ସମୟରେ ରାହୁଲଙ୍କ ସାଙ୍ଗ ଫୋନରେ କଥା ହୋଇ କାହାକୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରୁଥିଲେ । 

Advertisment

ଏହାକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଥା କଟାକଟିରୁ ପାଟିତୁଣ୍ଡ ହୋଇଥିଲା । ଆଉ ହଠାତ୍ ଆର ଗୋଷ୍ଠୀର ଜଣେ ଯୁବକ ରାହୁଲଙ୍କୁ ଛୁରୀ ଭୁଶି ଦେଇଥିଲେ । ଗୁରୁତର ଅବସ୍ଥାରେ ରାହୁଲଙ୍କୁ ମେଡିକାଲ ନେଇଥିଲେ ହେଁ ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା। ପୋଲିସ ହତ୍ୟାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରିଛି । 

ସେମାନେ ହେଲେ ସଂଗ୍ରାମ କେଶରୀ ବେହେରା ଓ ତାଙ୍କ ଦୁଇ ପୁତୁରା ସଂଗ୍ରାମ ବେହେରା ଓ ସମରେନ୍ଦ୍ର ବେହେରା । ସଂଗ୍ରାମ କେଶରୀ ସେନା ଯବାନ ବୋଲି ଜଣାପଡ଼ିଛି । କଥା କଟାକଟି ବେଳେ ସମରେନ୍ଦ୍ର ହଠାତ୍ ଉତକ୍ଷିପ୍ତ ହୋଇ ରାହୁଲଙ୍କୁ ଛୁରୀ ଭୂଷି ହତ୍ୟା କରିଥିବା ପୋଲିସ କହିଛି । ଅଧିକ ତଦନ୍ତ ପାଇଁ କ୍ରାଇମ ସ୍ପଟକୁ ଯାଇ ଛାନଭିନ୍ କରିଛି ସାଇଣ୍ଟିଫିକ୍ ଟିମ୍। 

Advertisment

୩ ମାସ ତଳେ ରାହୁଲଙ୍କ ବାହାଘର ହୋଇଥିଲା । ତାଙ୍କ ପତ୍ନୀ ତ୍ରିଷ୍ଣା ମଧ୍ୟ ସୋସିଆଲ ମିଡିଆରେ ବେଶ ପରିଚିତ। ଉଭୟେ ବ୍ଲଗ ସହ ଅନେକ ମ୍ୟୁଜିକ ଭିଡିଓ ବି କରିଛନ୍ତି। ସ୍ୱାମୀଙ୍କୁ ହରାଇ ଛାତି ଫଟାଇ କାନ୍ଦୁଛନ୍ତି ପତ୍ନୀ । ଗତକାଲି ୯ଟା ପରେ ରାହୁଲଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ। ଆଉ କିଛି ସମୟ ପରେ ମୃତ୍ୟୁ ଖବର ପାଇଥିଲେ । 

ନ୍ୟାୟ ଦାବି କରିବା ସହିତ ଅଭିଯୁକ୍ତଙ୍କୁ ଫାଶୀ ଦିଆଯାଉ ବୋଲି କହିଛନ୍ତି ପତ୍ନୀ ତ୍ରିଷ୍ଣା। ରାହୁଲ ଥିଲେ ପରିବାରର ଏକମାତ୍ର ପୁଅ । ଆଉ ପୁଅ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ତାଙ୍କ ମା। ବାହୁନି ବାହୁନି କାନ୍ଦି ଚେତା ଶୂନ୍ୟ ହୋଇପଡୁଛନ୍ତି । କହିଛନ୍ତି ମୋ କୋଳ ଶୂନ୍ୟ ହୋଇଛି। ମୋ ପୁଅକୁ ଯେମିତି ମାରିଛନ୍ତି, ସେମାନକୁ ସେମିତି ଶାସ୍ତି ଦିଆ ଯାଉ ବୋଲି ଦାବି କରିଛନ୍ତି। ଏଣେ ରାହୁଲଙ୍କ ଚକ୍ଷୁ ଦାନ କରିଛନ୍ତି ପରିବାର ଲୋକ। 

ରାଜଧାନୀରେ ବିଳମ୍ବିତ ରାତିରେ ପୋଲିସ କରୁଛି ନାଇଟ ବ୍ଲକିଂ, ଚେକିଂ ଓ କନଭେ ପାଟ୍ରୋଲିଂ। ହେଲେ ଗଳି କନ୍ଦିରେ ଘଟୁଛି ଅପରାଧ। ଆଉ ଅପରାଧୀ ବେଫିକର । 

Crime Odisha Odisha Crime Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ