ସ୍କୁଲ ଖୋଲା… ରୋଷେଇ ଘରେ ତାଲା Photograph: (OTV)
ମଧ୍ୟାହ୍ନ ଭୋଜନରେ ବ୍ୟତିକ୍ରମ। ବଞ୍ଚିତ ହେଲେ ରାୟଗଡା ବ୍ଲକ ପିତମହଲ ପଞ୍ଚାୟତ ଅନ୍ତର୍ଗତ ମାଣିକ ଝୋଲା ପ୍ରାଥମିକ ବିଦ୍ୟାଳୟର ୩୨ ଛାତ୍ରଛାତ୍ରୀ। ରୋଷେଇ ଶାଳରେ ତାଲା ପକାଇ ପ୍ରଧାନ ଶିକ୍ଷକ ଛୁ। ସ୍କୁଲ ଚାଲିଥିବା ସମୟରେ ସ୍କୁଲରେ ରୋଷେଇ ବନ୍ଦ ଥିବା କାରଣରୁ କିଏ ଗାଁ ଦୋକାନରୁ କୁରକୁରେ ଖାଇ କାମ ଚଳାଇ ଦେଇଛି ତ ଆଉ କିଏ ଘରେ ଯାଇ ଖାଇଥିବା କହିଛନ୍ତି ଛାତ୍ରଛାତ୍ରୀ।
ଏହି ସ୍କୁଲରେ ଜଣେ ପ୍ରଧାନ ଶିକ୍ଷକଙ୍କ ସହିତ ଅଛନ୍ତି ଜଣେ ସହଯୋଗୀ ମହିଳା ଶିକ୍ଷତ୍ରୀ। ପାଚିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ନଥିବା ହେତୁ ମଧ୍ୟାହ୍ନ ଭୋଜନ ବନ୍ଦ ଥିବା କହିଛନ୍ତି ପ୍ରଧାନ ଶିକ୍ଷକ ମହେନ୍ଦ୍ର ବିବର। ଅନ୍ୟପକ୍ଷରେ ସବୁବେଳେ ସ୍କୁଲରେ ଥିବା ରୋଷେଇ ଗୃହରେ ରନ୍ଧା ନହୋଇ ପାଚିକାଙ୍କ ଘରେ ରୋଷେଇ କାମ ଚାଲିଛି। ଫଳରେ ସ୍କୁଲ୍ ପରିସରରେ ଥିବା ରୋଷେଇ ଶାଳରେ ଝୁଲୁଛି ତାଲା। ଏହି ଘଟଣାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/13/midday-meal-stopped-2026-01-13-19-43-46.jpg)