Advertisment

"ଭୟ କଲେ ବଢିବ କରୋନା"

ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛିଉ କରୋନା ସଂକ୍ରମଣ। ତେବେ ଏହାରି ମଧ୍ୟରେ କରୋନା ରୋଗୀଙ୍କ ସମ୍ପର୍କରେ ମାନସିକ ରୋଗ ବିଶେଷଜ୍ଞ ସାରଦା ସ୍ୱାଇଁ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ। ସେ କହିଛନ୍ତି ଯେ,  ଭୟ କଲେ କରୋନା ବଢ଼ିବ ବରଂ କମିବ ନାହିଁ।

ଅଦ୍ୟତନ ହୋଇଛି

mental patient

Advertisment
  • ଭୟ କଲେ କରୋନା ବଢ଼ିବ
  • କରୋନା ସଂପର୍କରେ ମାନସିକ ରୋଗ ବିଶେଷଜ୍ଞ ସାରଦା ସ୍ୱାଇଁ ଦେଲେ ପରାମର୍ଶ
  • କହିଲେ, କରୋନା ରୋଗୀ ଭୟଭୀତ ହେଲେ ରୋଗ ଅଧିକ ଆକ୍ରାନ୍ତ କରିବ 
  • ଭୟଭୀତ ହେଲେ, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥାଏ
  • ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେଲେ କରୋନା ଅଧିକ ଆକ୍ରାମକ ହୁଏ
  • ଆଦୌ ଭୟ ନକରି ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରନ୍ତୁ
  • ନିଜକୁ ବିଭିନ୍ନ କାମରେ ନିୟୋଜିତ କରନ୍ତୁ, ଶାରୀରିକ ପରିଶ୍ରମ କରନ୍ତୁ
Advertisment

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢିବାରେ ଲାଗିଛିଉ କରୋନା ସଂକ୍ରମଣ। ତେବେ ଏହାରି ମଧ୍ୟରେ କରୋନା ରୋଗୀଙ୍କ ସମ୍ପର୍କରେ ମାନସିକ ରୋଗ ବିଶେଷଜ୍ଞ ସାରଦା ସ୍ୱାଇଁ ଦେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ। ସେ କହିଛନ୍ତି ଯେ,  ଭୟ କଲେ କରୋନା ବଢ଼ିବ ବରଂ କମିବ ନାହିଁ। କରୋନାରେ ସଂକ୍ରମିତ ହୋଇଥିବା ବ୍ୟକ୍ତି ଯେତେ ଡ଼ରିବେ ସେତେ ରୋଗ ବଢିବ ଓ ଅଧିକ ଆକ୍ରାନ୍ତ କରିବ। କେବଳ ଏତିକି ନୁହେଁ ବରଂ ଭୟ ବଢିଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମିବ। ଆଉ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେଲେ କରୋନା ଅଧିକ ଆକ୍ରାମକ ହୁଏ ବୋଲି ମାନସିକ ରୋଗ ବିଶେଷଜ୍ଞ କହିଲେ। ଆଦୌ ଭୟ ନକରି ଡାକ୍ତରଙ୍କ ପରାମର୍ଶରେ ଔଷଧ ସେବନ କରିବାକୁ ସେ ପରାମର୍ଶ ଦେଲେ।

ଏହାସହ ନିଜକୁ ବିଭିନ୍ନ କାମରେ ନିୟୋଜିତ କରନ୍ତୁ, ଶାରୀରିକ ପରିଶ୍ରମ କରିବାକୁ ଦେଲେ ପରାମର୍ଶ। କରୋନା ରୋଗୀମାନେ ଡାକ୍ତରୀ ଔଷଧ ସହ ଯୋଗ, ପ୍ରାଣାୟମ, ୱାକିଂ ମଧ୍ୟ କରିବା ଉଚିତ ବୋଲି ସେ କହିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ମାନସିକ ରୋଗୀ କରୋନା ଆକ୍ରାନ୍ତ ହେଲେ ଉଭୟ ଔଷଧ ଖାଇପାରିବେ ବୋଲି ସେ ସୂଚନା ଦେଇଛନ୍ତି। ଏକା ସାଙ୍ଗରେ କରୋନା ପାଇଁ ଔଷଧ ଓ ମାନସିକ ରୋଗ ପାଇଁ ଔଷଧ ଖାଇପାରିବେ। କେବଳ ଏତିକି ନୁହେଁ ବରଂ ମାନସିକ ରୋଗୀ ମଧ୍ୟ ଟିକା ନେଇପାରିବେ ବୋଲି ପ୍ରଫେସର ସ୍ୱାଇଁ ସୂଚନା ଦେଇଛନ୍ତି।

Advertisment

ତେବେ ଏଠାରେ ସୂଚନା ଦେଉଛୁ ଯେ, ଆଜି ପୁଣି ରାଜ୍ୟରେ ସଂକ୍ରମଣ ୧୦ ହଜାର ଟପିଲା । ଗତ ଚାରି ଦିନ ହେବ ସଂକ୍ରମଣ ଧୀରେ ଧୀରେ ଖସୁଥିବା ବେଳେ ଆଜି ପୁଣି ସଂକ୍ରମିତଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି । ୨୪ ଘଣ୍ଟାରେ ରାଜ୍ୟରେ ୧୦,୯୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮ରେ ପହଞ୍ଚିଯାଇଛି । ସବୁଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଆଜି ୧୫୩୯ ନୂଆ ପଜିଟିଭ୍ ବାହାରିଛନ୍ତି ।

Corona Breaking News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ