Womens Day Special Photograph: (OTV)
ଗାଡ଼ିର ଷ୍ଟିୟରିଂ ଧରିଥିବା ଏ ହାତ, ଆଉ ଏ ଅଳିଆକୁ ଟିକନିଖ୍ ଦେଖି ଦେଖି ଅଲଗା କରୁଥିବା ଏ ହାତ ଯୋଡ଼ାକ ବେଶ୍ ପାରିବାର । ଏଇ ଦୁଇଜଣ ସିନା ଭିନ୍ନ ଭିନ୍ନ ମହିଳା । ହେଲେ ଏମାନେ ଭାରି ସ୍ବାଭିମାନୀ ।
ସ୍ୱାମୀ ନାହାନ୍ତି ସିନା କିନ୍ତୁ ସେମାନଙ୍କ ସେ ଶୁଖିଲା ଆଖିରେ ଲୁହ ନାହିଁ । କାମକୁ ନେଇ ମନରେ ବି ଟିକେ ଦୁଃଖ ନାହିଁ । ରାତି ପହିଲେ ପ୍ରତିଘର ଆଗରେ ଅଳିଆ ପାଇଁ ପହଞ୍ଚିଯାଆନ୍ତି ଏମାନେ । ଓଦା ଓ ଶୁଖିଲା ଅଳିଆକୁ ଅଲଗା କରି ସହରକୁ ସ୍ୱଚ୍ଛ ଓ ପରିମଳ ରଖନ୍ତି । ଆଜି ଆନ୍ତର୍ଜାତୀୟ ମହିଳା ଦିବସରେ ଏମାନେ ବି ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
ବାଲେଶ୍ବରର ମୁନିସିପାଲଟି ୧୨ ନଂ ୱାର୍ଡରେ ଅଳିଆ ସଂଗ୍ରହ କରନ୍ତି ଶାନ୍ତିଲତା ଓ ସଞ୍ଜୁଲତା । ଖରା ହେଉ କି ଶୀତ ବର୍ଷା କାକରରେ ନିଜର କର୍ତ୍ତବ୍ୟ କରିଚାଲନ୍ତି । କେବେବି ନିଜକୁ ଏକୁଟିଆ ନଭାବି କର୍ମ ପଥରେ ଚାଲିବା ଶିଖିସାରିଛନ୍ତି ।
ଆଉ ସମାଜ ପାଇଁ ସୃଷ୍ଟି କରିଛନ୍ତି ସୁନ୍ଦର ଉଦାହରଣ । ମାତ୍ର ୧୩ ହଜାର ୫ଶହ ଟଙ୍କାରେ ଏମାନଙ୍କ ଗୁଜୁରାଣ ମେଣ୍ଟୁଛି । ପାରିଶ୍ରମିକକୁ ନେଇ ମନରେ ଟିକିଏ କଷ୍ଟ ଥିଲେ ମଧ୍ୟ ନଜ କର୍ମରୁ କେବେ ପଛଘୁଞ୍ଚା ଦେଇନାହାନ୍ତି ଉଭୟ ଶାନ୍ତିଲତା ଏବଂ ସଞ୍ଜୁଲତା ।
ଭାଗ୍ୟ ସିନା ଏମାନଙ୍କୁ ଧନୀ କରିନି । ହେଲେ ଖୁବ୍ ଭଲ ମଣିଷ ଏମାନେ । ଲୋକଙ୍କ ସହ ଉତ୍ତମ ବ୍ୟବହାର ଓ ନିଜ କର୍ମକୁ ନେଇ ଶାନ୍ତି ଓ ସଞ୍ଜୁଙ୍କୁ ସହର ସାରା ସବୁଠି ଖୁବ୍ ପ୍ରଶାଂସା ମିଳୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/womens-day-special-2026-03-09-14-02-22.jpg)