Medical Student Photograph: (OTV)
ଅଶାନ୍ତ ହେଲା ଇଣ୍ଟର୍ ମେଡିକାଲ୍ ମିଟ୍। ଡାକ୍ତରୀ ଛାତ୍ର ଗୋଷ୍ଠୀ ମୁହାଁମୁହିଁ। ବ୍ରହ୍ମପୁର MKCG ମେଡିକାଲ କଲେଜରେ ଚାଲିଥିବା ଇଣ୍ଟର ମେଡିକାଲ କଲେଜ ମିଟରେ ପଥରମାଡ଼। କଟକ ଏସସିବି ଓ ବୁର୍ଲା ଭିମସାର୍ ଛାତ୍ରଙ୍କ ସହିତ MKCG ଛାତ୍ରଙ୍କର ଭୟଙ୍କର ଗଣ୍ଡଗୋଳ ହୋଇଛି। ଏଥିରେ କିଛି ଛାତ୍ର ଆହତ ହୋଇଛନ୍ତି। ଘଟଣାକୁ ସ୍ବୀକାର କରିବା ସହ ଆଇନ ଶୃଙ୍ଖଳା ସ୍ଥିତି ଦେଖି ଅଧାରୁ ଇଣ୍ଟର ମେଡିକାଲ୍ ମିଟକୁ ବନ୍ଦ କରିଛନ୍ତି MKCG ଡିନ୍। ...
ମେଡିକାଲ୍ ମିଟରେ ଉତ୍ତେଜନା । ଡାକ୍ତରୀ ଛାତ୍ର ଗୋଷ୍ଠୀ ମୁହାଁମୁହିଁ। ବ୍ରହ୍ମପୁର MKCG ମେଡିକାଲ କଲେଜର ଇଣ୍ଟର୍ ମେଡିକାଲ୍ ମିଟ୍ ବେଳେ ଦେଖିବାକୁ ମିଳିଛି ଉତ୍ତେଜନା। କଟକ ଏସସିବି ଓ ବୁର୍ଲା ଛାତ୍ରଙ୍କ ସହିତ ଏମକେସିଜି ଛାତ୍ରଙ୍କ ଗଣ୍ଡଗୋଳ। ଏମକେସିଜି ମେଡିକାଲ କଲେଜ ୩ ନମ୍ବର ହଷ୍ଟେଲ ସମ୍ମୁଖରେ ଦେଖିବାକୁ ମିଳିଛି ଅପ୍ରୀତିକର ପରିସ୍ଥିତି। ଉତ୍ତେଜନା ବେଳେ ଏସସିବି, ବୁର୍ଲା ଓ ଏମକେସିଜି ମେଡିକାଲ କଲେଜର କିଛି ଛାତ୍ର ଆହତ ହୋଇଛନ୍ତି।
ଗଣ୍ଡଗୋଳ ଘଟଣାକୁ ସ୍ବୀକାର କରିଛନ୍ତି ଏମକେସିଜି ଡିନ୍। କହିଛନ୍ତି ଛାତ୍ରମାନଙ୍କ ମଧ୍ୟରେ ଗଣ୍ଡଗୋଳ ଦୁଃଖଦାୟକ। ଆଇନଶୃଙ୍ଖଳା ସ୍ଥିତି ଉପଜିବା ପରେ MKCG ଇଣ୍ଟର ମେଡିକାଲ୍ କଲେଜ ମିଟ୍ ବନ୍ଦ କରିଛନ୍ତି ଡିନ୍। ନିଷ୍ପତ୍ତିକୁ ବିରୋଧ କରି ଟେଲି ମେଡିସିନ୍ ସେଣ୍ଟର ବାହାରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଛନ୍ତି। ...
ପୂର୍ବରୁ ମଧ୍ୟ ସମାନ ଘଟଣା ଭିମସାରରେ ଦେଖିବାକୁ ମିଳିଥିଲା। ୨୦୨୩ରେ ଭିମସାରରେ ଆୟୋଜିତ ଆନ୍ତଃ ମେଡିକାଲ କଲେଜ କ୍ରୀଡ଼ା ଓ ସାଂସ୍କୃତିକ ଉତ୍ସବ ‘ୟୁଫୋରିଆ’ରେ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା । ବ୍ରହ୍ମପୁରରୁ ୭୦ରୁ ଅଧିକ ଛାତ୍ରଛାତ୍ରୀ ଆସିଥିବା ବେଳେ ସେମାନଙ୍କୁ ସ୍ବାଗତ ବେଳେ ଅଗ୍ନି ନିର୍ବାପକ ଯନ୍ତ୍ର ଦ୍ବାରା ସ୍ପ୍ରେ କରିବାରୁ କିଛି ଛାତ୍ର ଆହତ ହୋଇଥିଲେ। ଗଣ୍ଡଗୋଳ ପରେ କ୍ୟାମ୍ପସରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଘଟଣା ପରେ MKCG କର୍ତ୍ତୃପକ୍ଷ ଅନ୍ୟ ଛାତଛାତ୍ରୀଙ୍କ ଗସ୍ତକୁ ବାତିଲ କରିଦେଇଥିଲେ।
ଗତ ୧୧ ତାରିଖରୁ ଆରମ୍ଭ ହୋଇଥିବା ଏହି ଇଣ୍ଟର ମେଡିକାଲ କଲେଜ ମିଟ୍ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଏସସିବି, ବୁର୍ଲା ସମେତ ୧୮ଟି ମେଡିକାଲ କଲେଜର ଛାତ୍ରଛାତ୍ରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/14/medical-student-2025-10-14-20-18-42.jpg)