Advertisment

Managerial Negligence: ପେନକିଲର ଖାଇ କରୁଥିଲେ ପ୍ରୋଗ୍ରାମ୍ ? ହ୍ୟୁମାନଙ୍କ ଅସୁସ୍ଥତା ପରିବାରକୁ ଜଣାଇନଥିଲେ ମ୍ୟାନେଜର !

ଠିକସେ ଚାଲିପାରୁନଥିଲେ, ତଥାପି ଚାପରେ ପଡ଼ି ହ୍ୟୁମାନ ପ୍ରୋଗ୍ରାମ କରିବାକୁ ଯାଉଥିଲେ । ଖାଲି ସେତିକି ନୁହେଁ, ପ୍ରୋଗ୍ରାମ କରାଇବାକୁ ହ୍ୟୁମାନଙ୍କୁ ପ୍ରାଥମିକ ଚିକିତ୍ସା ବା ଯନ୍ତ୍ରଣା ଉପଶମ ଇଂଜେକସନ ଦିଆଯାଉଥିଲା ବୋଲି କୁହାଯାଇଛି ।

ଅଦ୍ୟତନ ହୋଇଛି
Balangir-Titilagarh-Humane-Controversy

Balangir-Titilagarh-Humane-Controversy Photograph: (OTV)

Advertisment

ପେନକିଲର ନେଇଛି କି ହ୍ୟୁମାନଙ୍କ ଜୀବନ ? ଯନ୍ତ୍ରଣାରୁ ଉପଶମ ପାଇଁ ଦିଆଯାଉଥିଲା କି ଇଞ୍ଜେକ୍ସନ ? ହ୍ୟୁମାନଙ୍କ ଅସୁସ୍ଥତା ପରିବାରକୁ ଜଣାଇନଥିଲେ ମ୍ୟାନେଜର ? ହ୍ୟୁମାନଙ୍କ ମୃତ୍ୟୁକୁ ୬ ଦିନ ବିତିଲାଣି, ତଥାପି ବିବାଦ ଥମିବାର ନାଁ ଧରୁନି । ହ୍ୟୁମାନଙ୍କ ଟିମକୁ ନେଇ ଏବେ ପୂରା ଖପ୍ପା ଓଡ଼ିଶା । ବାରବାର ଅସୁସ୍ଥତା ସତ୍ତ୍ବେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦେଇ, ପ୍ରୋଗ୍ରାମ କରାଉଥିଲେ ମ୍ୟାନେଜର ପପୁ ।

Advertisment

ଠିକସେ ଚାଲିପାରୁନଥିଲେ, ତଥାପି ଚାପରେ ପଡ଼ି ହ୍ୟୁମାନ ପ୍ରୋଗ୍ରାମ କରିବାକୁ ଯାଉଥିଲେ । ଖାଲି ସେତିକି ନୁହେଁ, ପ୍ରୋଗ୍ରାମ କରାଇବାକୁ ହ୍ୟୁମାନଙ୍କୁ ପ୍ରାଥମିକ ଚିକିତ୍ସା ବା ଯନ୍ତ୍ରଣା ଉପଶମ ଇଂଜେକସନ ଦିଆଯାଉଥିଲା ବୋଲି କୁହାଯାଇଛି । ଯଦିଓ ଗଣମାଧ୍ୟମ ଆଗରେ ହ୍ୟୁମାନଙ୍କ ମ୍ୟାନେଜର କହିସାରିଛନ୍ତି, ଆମେ ତାଙ୍କର ଚିକିତ୍ସା କରାଇଥିଲୁ । କିନ୍ତୁ କାହିଁକି ଓ କ’ଣ ପାଇଁ ହ୍ୟୁମାନଙ୍କ ପରିବାର ଲୋକଙ୍କୁ ରୋଗ ସଂର୍ପକରେ ଜଣାଇଲେ ନାହିଁ ତା’ ଏବେ ବଡ଼ ପ୍ରଶ୍ନ ଛିଡ଼ା କରିଛି 

ହ୍ୟୁମାନ ମା’ଙ୍କ ଏ କଥା ସ୍ପଷ୍ଟ କରୁଛି, ପରିବାରକୁ ହ୍ୟୁମାନଙ୍କ ଦେହ ଖରାପ ଥିବା ଜଣାଯାଉନଥିଲା । ମ୍ୟାନେଜର କିମ୍ବା ତାଙ୍କ ଟିମର ସଦସ୍ୟ କେହି କହିନଥିଲେ । ତେଣୁ ହ୍ୟୁମାନଙ୍କ ମୃତ୍ୟୁର ରହସ୍ୟ ପଦାକୁ ଆଣିବାକୁ ଏବେ ବିଭିନ୍ନ ସଂଗଠନ ଦାବି କଲେଣି । ବଲାଙ୍ଗିର ଟାଉନ ଥାନାରେ ଏନେଇ ଅଭିଯୋଗ ହୋଇଥିଲା । କିନ୍ତୁ ତଦନ୍ତ ସଂପର୍କରେ ବଲାଙ୍ଗିର ପୋଲିସ ପ୍ରତିକ୍ରିୟା ରଖିନାହିଁ । କିନ୍ତୁ ସୂଚନା ମିଳିଛି, ମାମଲା ରୁଜୁ ହୋଇସାରିଛି । ବି.ଏନ.ଏସ ୧୯୩ର ୯ ଧାରା ଅନୁଯାୟୀ ତଦନ୍ତ ଆରମ୍ଭ ହୋଇଛି । ସେପଟେ ହ୍ୟୁମାନଙ୍କ ନିଜ ଗାଁ ସଇଁନ୍ତଲା ଥାନାରେ ବି ଅଭିଯୋଗ କରିଛନ୍ତି ବିଭିନ୍ନ ସଂଗଠନ । ଘଟଣା ସମ୍ବେଦଳଶୀଳ ହୋଇଥିବାରୁ, ଉଚ୍ଚସ୍ତରୀୟ ତଦନ୍ତ ପଇଁ ଦାବି କରିଛନ୍ତି ସଂଗଠନର କର୍ମକର୍ତ୍ତାମାନେ । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ