Advertisment

‘ଭାଇ ମୋତେ ଫୋନ୍‌ କରି କହିଲେ-୫ ଲକ୍ଷ ଟଙ୍କା ଦେଲେ ତୋ ପୁଅକୁ ପାଇବୁ’

କେନ୍ଦ୍ରାପଡ଼ା: ଟଙ୍କା ପାଇଁ ପୁତୁରାକୁ ଅପହରଣ କଲା ବଡ଼ବାପା। ଧମକ ଦେଇ ମାଗିଲେ ୫ ଲକ୍ଷ ଟଙ୍କା। ଏପରି କିଛି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ଗାଁରେ। ସୂଚନାନୁଯାୟୀ, ଚାଟରାଚକଡ଼ା ଗାଁର ରଞ୍ଜନ ଜେନା ଭୁବନେଶ୍ୱରରେ ଥିବା…

ଅଦ୍ୟତନ ହୋଇଛି
‘ଭାଇ ମୋତେ ଫୋନ୍‌ କରି କହିଲେ-୫ ଲକ୍ଷ ଟଙ୍କା ଦେଲେ ତୋ ପୁଅକୁ ପାଇବୁ’

odisha

Advertisment

କେନ୍ଦ୍ରାପଡ଼ା: ଟଙ୍କା ପାଇଁ ପୁତୁରାକୁ ଅପହରଣ କଲା ବଡ଼ବାପା। ଧମକ ଦେଇ ମାଗିଲେ ୫ ଲକ୍ଷ ଟଙ୍କା। ଏପରି କିଛି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ଚାଟରାଚକଡ଼ା ଗାଁରେ।

Advertisment

ସୂଚନାନୁଯାୟୀ, ଚାଟରାଚକଡ଼ା ଗାଁର ରଞ୍ଜନ ଜେନା ଭୁବନେଶ୍ୱରରେ ଥିବା ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। ତେବେ ମହାମାରୀ କୋରୋନା ପାଇଁ ଚାକିରି ଚାଲିଯିବା ପରେ ସେ ବାପା ନଟବର ଜେନାଙ୍କୁ ଘରୋଇ ସମ୍ପତ୍ତି ବିକ୍ରି କରି ଟଙ୍କା ଦେବାପାଇଁ ଜିଦ୍‌ ଧରିଥିଲେ। ନଟବର, ରଞ୍ଜନଙ୍କୁ ଟଙ୍କା ନ ଦେବାରୁ ବାପା ଓ ପୁଅଙ୍କ ମଧ୍ୟରେ ଅନେକ ସମୟରେ ବିବାଦ ଲାଗି ରହିଥିଲା। ନଟବର, ସାନପୁଅ ଅଜୟ ଜେନାଙ୍କ ପାଖରେ ଗାଁରେ ରହୁ ଥିବାବେଳେ ସାନଭାଇ ଯୋଗୁ ବାପା ତାଙ୍କୁ ଟଙ୍କା ଦେଉନଥିବା ରଞ୍ଜନ ଓ ତାଙ୍କ ପତ୍ନୀ ଭାବିଥିଲେ।

ମେ’ ୧୦ ତାରିଖ ଦିନ ଅଜୟଙ୍କ ୬ ବର୍ଷର ପୁଅକୁ ଥଣ୍ଡା ପିଆଇବା ଆଳରେ ଅପହରଣ କରି ରଞ୍ଜନ ଭୁବନେଶ୍ୱର ଚାଲି ଯାଇଥିଲେ। ସେହିଦିନ ସେ ସାନ ଭାଇ ଅଜୟକୁ ଫୋନ୍‌ କରି ୫ ଲକ୍ଷ ଟଙ୍କା ଦେଇ ପୁଅ ନେଇଯିବାକୁ କହିଲେ। ଯଦି ଏସମ୍ପର୍କରେ ସେ ପୋଲିସକୁ ସୂଚନା ଦିଅନ୍ତି ତା’ହେଲେ ପୁଅକୁ ଓ ତାଙ୍କୁ ହତ୍ୟା କରିବାର ଧମକ ଦେଇଥିଲେ ରଞ୍ଜନ। ଅଜୟ ପୋଲିସ୍‌ ନିକଟରେ ଅଭିଯୋଗ କରିବା ପରେ କେନ୍ଦ୍ରାପଡ଼ା ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସ୍ପେଶାଲ ସ୍କ୍ୱାଡ୍‌ ଓ ଡେରାବିଶ୍ ପୋଲିସର ମିଳିତ ଉଦ୍ୟମରେ ଚଢ଼ାଉ କରାଯାଇ ଭୁବନେଶ୍ୱରରେ ଏକ ଭଡ଼ାଘରୁ ଅଜୟଙ୍କ ପୁଅକୁ ଉଦ୍ଧାର କରାଯାଇଥିଲା।

Advertisment

ଘଟଣାକୁ ନେଇ ଅଜୟ କହିଛନ୍ତି, ‘ଭାଇ ମୋତେ ଫୋନ୍‌ କରି କହିଥିଲେ, ମୁଁ ତୋ ପୁଅକୁ ନେଇ ଆସିଛି। ୫ ଲକ୍ଷ ଟଙ୍କା ଦେଲେ ତୋ ପୁଅକୁ ପାଇବୁ, ନଚେତ୍‌ ତୋ ପୁଅ ଏଇଠି ରହିଲା। ମାରିଦେବି ତାକୁ। ଆଉ ଯଦି ପୋଲିସ୍‌କୁ ଏସମ୍ପର୍କରେ ଜଣାଇଲେ ତତେ ବି ମାରଦେବି’।

ଅନ୍ୟପକ୍ଷେ, ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍‌ ରଞ୍ଜନ ଓ ତାଙ୍କ ପତ୍ନୀଙ୍କୁ ଗିରଫ କରିବା ସହ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ