Advertisment

ତିନି ମହଲା କୋଠାରେ ଝୁଲି ରହିଥିଲା ମୃତଦେହ

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ଏକ ତିନି ମହଲା କୋଠାରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ପିପିଲିର ଜାଜୁଲ୍ୟ ନାଥ। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଜାଜୁଲ୍ୟ ଏକ କନଷ୍ଟ୍ରକ୍‌ସନ୍‌ କମ୍ପାନୀରେ କାମ କରୁଥିଲେ। ସହିଦନଗର ପ୍ଲଟ୍‌ ନମ୍ୱର ୫୩୭ରେ ଥିବା ଏକ ଆପାର୍ଟମେଣ୍ଟରେ ସେ ରହୁଥିଲେ। ଆଜି ସକାଳେ ତାଙ୍କ ମୃତଦେହ ୩ ମହଲା କୋଠାରେ ଲାଗିଥିବା ଲୁହା ରେଲିଂରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ। […]

ଅଦ୍ୟତନ ହୋଇଛି
Advertisment

ଭୁବନେଶ୍ୱର: ଭୁବନେଶ୍ୱର ସହିଦନଗର ଅଞ୍ଚଳରେ ଏକ ତିନି ମହଲା କୋଠାରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ପିପିଲିର ଜାଜୁଲ୍ୟ ନାଥ। ସେ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି।

Advertisment

ଜାଜୁଲ୍ୟ ଏକ କନଷ୍ଟ୍ରକ୍‌ସନ୍‌ କମ୍ପାନୀରେ କାମ କରୁଥିଲେ। ସହିଦନଗର ପ୍ଲଟ୍‌ ନମ୍ୱର ୫୩୭ରେ ଥିବା ଏକ ଆପାର୍ଟମେଣ୍ଟରେ ସେ ରହୁଥିଲେ। ଆଜି ସକାଳେ ତାଙ୍କ ମୃତଦେହ ୩ ମହଲା କୋଠାରେ ଲାଗିଥିବା ଲୁହା ରେଲିଂରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ପୋଲିସ୍‌କୁ ଖବର ଦେଇଥିଲେ।

ଜାଜୁଲ୍ୟ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଇଛି, ତାହା ଜଣାପଡ଼ି ନାହିଁ। ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ