Advertisment

ନିଷ୍ଠୁର ମଣିଷର ବର୍ବରକାଣ୍ଡ: କାର୍‌ ଚଢ଼ାଇ ୪ କୁକୁର ଛୁଆଙ୍କୁ ମାରିଦେଲେ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ସାମ୍ନାକୁ ଆସିଲା ନିଷ୍ଠୁର ମଣିଷର ବର୍ବରକାଣ୍ଡ। କାର୍‌ ଚଢାଇ ୪ଟି କୁକୁର ଛୁଆଙ୍କୁ ମାରିବା ପରେ ଥାନାରେ ଗାଡ଼ି ଚାଳକଙ୍କୁ ଅଟକ ରଖିଛି ପୋଲିସ୍‌। ଅଟକ ଗାଡ଼ି ଚାଳକଙ୍କ ନାଁ ପ୍ରଫୁଲ୍ଲ ରାଉତ। ଲିଙ୍ଗରାଜ ଥାନା…

ଅଦ୍ୟତନ ହୋଇଛି
ନିଷ୍ଠୁର ମଣିଷର ବର୍ବରକାଣ୍ଡ: କାର୍‌ ଚଢ଼ାଇ ୪ କୁକୁର ଛୁଆଙ୍କୁ ମାରିଦେଲେ

dog

Advertisment

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ପୁଣି ସାମ୍ନାକୁ ଆସିଲା ନିଷ୍ଠୁର ମଣିଷର ବର୍ବରକାଣ୍ଡ। କାର୍‌ ଚଢାଇ ୪ଟି କୁକୁର ଛୁଆଙ୍କୁ ମାରିବା ପରେ ଥାନାରେ ଗାଡ଼ି ଚାଳକଙ୍କୁ ଅଟକ ରଖିଛି ପୋଲିସ୍‌। ଅଟକ ଗାଡ଼ି ଚାଳକଙ୍କ ନାଁ ପ୍ରଫୁଲ୍ଲ ରାଉତ। ଲିଙ୍ଗରାଜ ଥାନା ଗୋଶାଣେଶ୍ୱର ଛକରେ ଏଭଳି ବର୍ବରକାଣ୍ଡ ଘଟିଛି।

Advertisment

ସୂଚନା ଅନୁସାରେ, ୨ ଦିନ ପୂର୍ବେ ପ୍ରଫୁଲ୍ଲ ଗୋଟିଏ କୁକୁର ଛୁଆକୁ ଗାଡ଼ିରେ ଚାପି ମାରି ଦେଇଥିଲେ। ଏହା ପର ଦିନ ରାତିରେ ପୁଣି ୫ଟି କୁକୁର ଛୁଆ ଉପରେ ଗାଡ଼ି ଚଢାଇ ଦେଇଥିଲେ। ଘଟଣାରେ ୪ଟି କୁକୁର ଛୁଆଙ୍କ ମୃତ୍ୟୁ ହୋଇଥିବା ବେଳେ ଗୋଟିଏ କୁକୁର ଛୁଆକୁ ଉଦ୍ଧାର କରି ଓୟୁଏଟି ଚିକିତ୍ସା ଲାଗି ସେବା ହିଁ ସଂକଳ୍ପ ସଂସ୍ଥା ସଦସ୍ୟ ପଠାଇଛନ୍ତି। ଏନେଇ ଲିଙ୍ଗରାଜ ଥାନାରେ ଏତଲା ହୋଇଥିଲା।

ପ୍ରଫୁଲ୍ଲଙ୍କୁ ଲିଙ୍ଗରାଜ ପୋଲିସ ଅଟକ ରଖିଥିବା ବେଳେ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେବା ହି ସଂକଳ୍ପ ସଦସ୍ୟ ଦାବି କରିଛନ୍ତି। ଘଟଣାକୁ ନେଇ ପ୍ରଫୁଲ୍ଲଙ୍କ ପତ୍ନୀ କହିଛନ୍ତି, ‘ତାଙ୍କର ବୟସ ଅଧିକ ହୋଇଥିବାରୁ କୁକୁର ଛୁଆ ରାସ୍ତାରେ ଶୋଇ ଥିବାବେଳେ ଏହାକୁ ସେ ଦେଖି ପାରିନଥିଲେ ଓ ଅଜାଣତରେ ସେମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ତାଙ୍କର ଭୁଲ୍‌ ରହିଛି। ଆମେ ବି ସ୍ୱୀକାର କରୁଛି ଅକାଳରେ ୪ଟି କୁକୁର ଛୁଆଙ୍କ ଜୀବନ ଚାଲିଗଲା।’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ