Advertisment

Brutal Murder Case: ତଣ୍ଟି କାଟି, ପଥରରେ ଛେଚି ଜଘନ୍ୟ ହତ୍ୟା

ତଣ୍ଟି କାଟି ଓ ପଥରରେ ଛେଚି ଜଘନ୍ୟ ହତ୍ୟା। ହତ୍ୟା ପରେ ପତ୍ରପଡ଼ି ପାଖରେ ପଡ଼ିଥିଲା ମୃତ ଦେହ। ମୃତକ ଜଣକ ହେଲେ ସୁସବନାଳି ଗ୍ରାମର ଜନ ମୁଣ୍ଡା। ଏମିତି ଏକ ଘଟଣା ଘଟିଛି ପାଲଲହଡା ଥାନା ଝାରବଡା ପଞ୍ଚାୟତର ସୁସବନାଳୀ ଗ୍ରାମରେ।

Brutal Murder Case

ତଣ୍ଟି କାଟି, ପଥରରେ ଛେଚି ଜଘନ୍ୟ ହତ୍ୟା Photograph: (OTV)

Advertisment

ତଣ୍ଟି କାଟି ଓ ପଥରରେ ଛେଚି ଜଘନ୍ୟ ହତ୍ୟା। ହତ୍ୟା ପରେ ପତ୍ରପଡ଼ି ପାଖରେ ପଡ଼ିଥିଲା ମୃତ ଦେହ। ମୃତକ ଜଣକ ହେଲେ ସୁସବନାଳି ଗ୍ରାମର ଜନ ମୁଣ୍ଡା। ଏମିତି ଏକ ଘଟଣା ଘଟିଛି ପାଲଲହଡା ଥାନା ଝାରବଡା ପଞ୍ଚାୟତର ସୁସବନାଳୀ ଗ୍ରାମରେ। 

Advertisment

ସୂଚନା ମୁତାବକ ମୃତକ ଜଣକ ସବୁ ଦିନ ଭଳି ସୋମବାର ଦିନ ମଧ୍ୟ କାମ କରିବାକୁ ଯାଇଥିଲେ। କିନ୍ତୁ ତା’ପରେ ଆଉ ସେ ଘରକୁ ଫେରି ନଥିଲେ। ପରିବାର ଲୋକେ ଖୋଜା ଖୋଜି କଲା ପରେ ପତ୍ରପଡ଼ି ଠାରୁ ତାଙ୍କ ମୃତ ଦେହ ମିଳିଥିଲା। ତାଙ୍କ ବେକରେ କ୍ଷତ ଓ ମୁହଁରେ ପଥର ଛେଚା ହୋଇଥିବା ଜଣାପଡ଼ିଛି। 

ପରିବାର ଲୋକେ ପୋଲିସକୁ ଖବର ଦେଲା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।

Advertisment
Crime News Brutal Murder Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ