MAHANADI-TRIBUNAL Photograph: (OTV)
ଆଜିଠୁ ମହାନଦୀ ଜଳ ବଣ୍ଟନ ବିବାଦର ଅନୁଧ୍ୟାନ କରିବ ଟ୍ରିବ୍ୟୁନାଲ୍। ଏଥିପାଇଁ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ୧୦ ଜଣିଆ ଟିମ୍। ଟ୍ରିବ୍ୟୁନାଲ୍ ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ଆସିଛି ଟିମ୍। ଟିମରେ ଜଷ୍ଟିସ୍ ଡ. ଦେବୀ ରଞ୍ଜନ ଏବଂ ଜଷ୍ଟିସ୍ ଇନ୍ଦରମିତ କୌର କୋଚରଙ୍କ ସମେତ ୩ ଜଣିଆ ଖଣ୍ଡପୀଠ ସାମିଲ ଅଛନ୍ତି।
ଆଜି ଟ୍ରିବ୍ୟୁନାଲ୍ ସଦସ୍ୟମାନେ ହୀରାକୁଦ ଡ୍ୟାମ୍ ଅଭିମୁଖେ ଯାଇ ଏହାର ସ୍ପିଲୱେ, ପାୱାର ହାଉସ୍ ଏବଂ କମାଣ୍ଡ ଏରିଆ ବୁଲି ଦେଖିବେ। ଏହା ବ୍ୟତୀତ ଚିପିଲିମା ପାୱାର ହାଉସର ବାସ୍ତବିକ ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।
ବିଶେଷ କରି ଅଣ-ମୌସୁମୀ ସମୟରେ ହୀରାକୁଦକୁ ଆସୁଥିବା ଜଳର ପରିମାଣ, ଶିଳ୍ପ ଓ ପାନୀୟ ଜଳ ପାଇଁ ବ୍ୟବହାର ଏବଂ ନଦୀ ସଂଯୋଗୀକରଣ ପ୍ରକଳ୍ପ ଉପରେ ପୂର୍ବରୁ ଅନୁଧ୍ୟାନ କରାଯାଇଛି। ବର୍ତ୍ତମାନ କେନ୍ଦ୍ର ଓ ଉଭୟ ରାଜ୍ୟରେ ବିଜେପି ସରକାର ଥିବାରୁ, ଆପୋଷବୁଝାମଣା ମାଧ୍ୟମରେ ସମାଧାନର ବାଟ ଫିଟିପାରେ ବୋଲି ଆଶା କରାଯାଉଛି।...
ଝାରସୁଗୁଡ଼ାରେ ୧୦ ଜଣିଆ ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍
ଅଧ୍ୟକ୍ଷା ଜଷ୍ଟିସ୍ ବେଲା ଏମ୍. ତ୍ରିବେଦୀଙ୍କ ନେତୃତ୍ୱରେ ଆସିଛି ଟିମ୍
ପହଞ୍ଚିଲେ ଜଷ୍ଟିସ୍ ଡ. ଦେବୀ ରଞ୍ଜନ ଓ ଜଷ୍ଟିସ୍ ଇନ୍ଦରମିତ କୌର କୋଚର
ହୀରାକୁଦ ଡ୍ୟାମରେ ସ୍ପିଲୱେ, ପାୱାର ହାଉସ୍ ଓ କମାଣ୍ଡ ଏରିଆ ଦେଖିବେ
ଚିପିଲିମା ପାୱାର ହାଉସର ବାସ୍ତବିକ ସ୍ଥିତି ଅନୁଧ୍ୟାନ କରିବ ଟିମ୍
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/27/mahanadi-tribunal-2026-02-27-09-52-19.jpg)