Advertisment

Mahanadi Flood Water: ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ପାଣି! ଚିନ୍ତାରେ ପ୍ରଶାସନ

ମା’ ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଲା ମହାନଦୀର ବନ୍ୟାଜଳ। ଆଜି ସପ୍ତମୀ ପୂଜା ଥିବାରୁ ଚିନ୍ତାରେ ପ୍ରଶାସନ ଓ ସ୍ଥାନୀୟ ଯାତ୍ରା କମିଟି। ଆଜି ସକାଳୁ ବନ୍ୟାଜଳ ବଢିବାରେ ଲାଗିଥିବା ବେଳେ ଯଦି ରାତ୍ରି ସୁଦ୍ଧା ଜଳସ୍ତର ବୃଦ୍ଧି ହୁଏ ମା'ଙ୍କ ବିଜେ ପ୍ରତିମାଙ୍କୁ ସ୍ଥାନାନ୍ତରିତ କରାଯିବ।

_BHATTARIKA_SAPTAMI_

BHATTARIKA TEMPLE Photograph: (OTV)

Advertisment

ମା’ ଭଟ୍ଟାରିକାଙ୍କ ମନ୍ଦିର ପାଦଦେଶକୁ ଛୁଇଁଲା ମହାନଦୀର ବନ୍ୟାଜଳ। ଆଜି ସପ୍ତମୀ ପୂଜା ଥିବାରୁ ଚିନ୍ତାରେ ପ୍ରଶାସନ ଓ ସ୍ଥାନୀୟ ଯାତ୍ରା କମିଟି। ଆଜି ସକାଳୁ ବନ୍ୟାଜଳ ବଢିବାରେ ଲାଗିଥିବା ବେଳେ ଯଦି ରାତ୍ରି ସୁଦ୍ଧା ଜଳସ୍ତର ବୃଦ୍ଧି ହୁଏ ମା'ଙ୍କ ବିଜେ ପ୍ରତିମାଙ୍କୁ ସ୍ଥାନାନ୍ତରିତ କରାଯିବ। 

Advertisment

ହୀରାକୁଦ ଜଳଭଣ୍ଡାରରେ ୧୦ଟି ଗେଟ୍ ଖୋଲାଥିବା ସହ ତଳିଆ ଅଞ୍ଚଳରେ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ବନ୍ୟାଜଳ ବୃଦ୍ଧି ପାଉଛି। ଯଦି ମନ୍ଦିରରେ ବନ୍ୟାଜଳ ପ୍ରବେଶ କରେ ତେବେ ମା’ଙ୍କ ମନ୍ଦିର ପାଖରେ ଥିବା ରୋଷ ଘରକୁ ମା’ଙ୍କୁ ସ୍ଥାନାନ୍ତର କରାଯିବ। 

ସେଥିପାଇଁ ମା’ଙ୍କ ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି। ମନ୍ଦିରରେ ମାଆଙ୍କର ପୂଜା ରୀତିରେ ଯେମିତି କୌଣସି ବ୍ୟାଘାତ ନ ଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ