ଲଭ୍ ଜିହାଦ ଗୁମର ଖୋଲିଦେଲା ଆଧାରକାର୍ଡ Photograph: (OTV)
ରାଜଧାନୀ ଭୁବନେଶ୍ବରରେ ଲଭ୍ ଜିହାଦର ଗୁମର ଖୋଲିଦେଲା ଆଧାରକାର୍ଡ। ପ୍ରେମିକା ଆଗରେ ଯିଏ ଥିଲା ଜୟରାଜ ଶର୍ମା, କିନ୍ତୁ ଅସଲରେ ସେ ଥିଲା ଇରଫାନ୍ ଅନସାରୀ। ଯାହାର ପ୍ରମାଣ ମିଳିଗଲା ଆଧାରକାର୍ଡରୁ। ଓଡ଼ିଆ ଯୁବତୀଙ୍କୁ ପିଛା କରି ଭୁବନେଶ୍ବର ଯାଏଁ ଆସିବା ପରେ କର୍ଣ୍ଣାଟକର ଏହି ଯୁବକର ଜଘନ୍ୟ କାଣ୍ଡକୁ କେମିତି ପର୍ଦ୍ଦାଫାସ୍ କଲା ସହିଦନଗର ପୋଲିସ, ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ଆପଣ। ଦେଖନ୍ତୁ ଏକ ରିପୋର୍ଟ।
ପ୍ରେମିକା ପାଖରେ ଜୟରାଜ ଶର୍ମା। କିନ୍ତୁ ଅସଲ ନାଁ ଇରଫାନ୍ ଅନସାରୀ। ଲଭ୍ ଜିହାଦ୍ ପାଇଁ ବେଙ୍ଗାଳୁରୁରୁ ପୁରୀ ଭାୟା ଭୁବନେଶ୍ବର।
ପ୍ରେମିକାକୁ ଧର୍ମ ପରିବର୍ତ୍ତନ ଉଦ୍ୟମ ସହ ଦୁଷ୍କର୍ମ !
ପୋଲିସ ହେପାଜତରେ ଚେହେରା ଲୁଚାଉଥିବା ଯୁବକର ସୈତାନୀ ଦିମାଗ ବିଷୟରେ ଜାଣିଲେ ମୁଣ୍ଡରେ ହାତଦେଇଦେବେ ଆପଣ। କାରଣ ପ୍ରେମ ଦୁନିଆରେ ସେ ଜୟରାଜ ଶର୍ମା, କିନ୍ତୁ ଅସଲ ପରିଚୟ ଇରଫାନ ଅନସାରୀ। ଘର କର୍ଣ୍ଣାଟକ ବିଦାର ଅଞ୍ଚଳରେ। ଭୁବନେଶ୍ବରର ଜଣେ ଓଡ଼ିଆ ଯୁବତୀଙ୍କୁ ପ୍ରେମ ଆଳରେ ଧର୍ମ ପରିବର୍ତ୍ତନ ସହ ସହିଦନଗର ଅଞ୍ଚଳର ଏକ ହୋଟେଲରେ ଦୁଷ୍କର୍ମ ଏବଂ ଆକ୍ରମଣର ସାଂଘାତିକ ଷ୍ଟୋରୀ ଆସିଛି ସାମ୍ନାକୁ। ଅଭିଯୋଗକୁ ଭିତ୍ତିକରି ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକକୁ ଗିରଫ କରି କୋର୍ଟଚାଲାଣ କରିଛି। ତା’ସହ ଏକ କାର୍, ମାରଣାସ୍ତ୍ର, ୨ଟି ଆଧାର କାର୍ଡକୁ ଜବତ କରିଛି।
ପୋଲିସର କହିବା କଥା, ଏୟାରହଷ୍ଟେସ ପାଠ୍ୟକ୍ରମ ପରେ ଚେନ୍ନାଇରେ ଏକ ହୋଟେଲରେ ଚାକିରି କରୁଥିଲେ ଯୁବତୀ ଜଣକ। ସେହି ହୋଟେଲକୁ ଯାଇଥିବାବେଳେ ଯୁବତୀଙ୍କ ସହ ଇରଫାନର ହୋଇଥିଲା ପରିଚୟ। ସେହି ସମୟରେ ଇରଫାନ ନିଜକୁ ଜୟରାଜ ଶର୍ମା କହି ପ୍ରଥମେ ବନ୍ଧୁତା ଓ ପରେ ସମ୍ପର୍କରେ ଆଣିଥିଲା ଅନ୍ତରଙ୍ଗତା। କିଛିଦିନ ପରେ ସଂପୃକ୍ତ ଯୁବତୀ ପୁରୀର ଏକ ହୋଟେଲରେ ନିଯୁକ୍ତି ପାଇ ଫେରିଆସିଥିଲେ ଓଡ଼ିଶା। ଅଭିଯୁକ୍ତ ଇରଫାନ ବି ଆସିଥିଲା ତାଙ୍କୁ ପିଛା କରି।
ଦିନେ ଉଭୟେ ଯାଇଥିଲେ ସହୀଦନଗର ଅଞ୍ଚଳର ଏକ ହୋଟେଲକୁ। ରୁମ୍ ବୁକବେଳେ ଆଧାର କାର୍ଡ ଯାଞ୍ଚରୁ ଯୁବତୀଙ୍କ ମନରେ ଉପୁଜିଥିଲା ସନ୍ଦେହ। କାରଣ ସଂପୃକ୍ତ ଯୁବକଙ୍କ ଆଧାରକାର୍ଡରେ ଲେଖାଥିଲା ଇର୍ଫାନ୍ ଅନସାରୀ। ତଥାପି ଇରଫାନ୍ ସହ ଯୁବତୀ ଜଣକ ଗଲେ ରୁମକୁ। ଇରଫାନ୍ ୱାସରୁମ୍ ଯାଇଥିବା ଭିତରେ ଯୁବତୀ ଜଣକ ପକେଟରୁ ଆଧାରକାର୍ଡ କାଢ଼ି ଦେଖିବା ପରେ ନିଶ୍ଚିତ ହେଲେ, ତାଙ୍କ ସହ ଧୋକ୍କା ହୋଇଛି। ଯାହାକୁ ନେଇ ବିବାଦ ଉପୁଜିବାରୁ ସଂପୃକ୍ତ ଯୁବତୀଙ୍କୁ ଇରଫାନ୍ ଆକ୍ରମଣ କରିଥିବା ନେଇ ସହିଦନଗର ଥାନାରେ ଏତଲା ହୋଇଛି।
୨୦୨୪, ନଭେମ୍ବର ୮। ସେତେବେଳେ ବି ରାଜଧାନୀରେ ସାମ୍ନାକୁ ଆସିଥିଲା ଲଭ୍ ଜିହାଦର ହେଟ୍ ଷ୍ଟୋରୀ। ମହିଳା ଥାନା ପୋଲିସ ୩୦ ବର୍ଷିୟ ସମୀର ମନସୁର ନାମକ ଜଣେ କାଶ୍ମୀରି ଯୁବକକୁ ଗିରଫ କରିଥିଲା। ଯିଏ ଜଗତସିଂହପୁର ଜିଲ୍ଲାର ଜଣେ ଯୁବତୀଙ୍କୁ ଫସାଇ ଫେରାର କରି ନେଇଯିବାକୁ ଉଦ୍ୟମ କରୁଥିଲା। ଆଉ ଏବେ ଇରଫାନର ଗିରଫଦାରୀ ପରେ ବଢ଼ିଛି ଲଭ୍ ଜିହାଦକୁ ନେଇ ନାନା ଆଶଙ୍କା।
କୁହାଯାଉଛି, ଇରଫାନ୍ ଜଣେ ବିବାହିତ। ଅର୍ଥାତ ଲଭ୍ ଜିହାଦ ନାଁରେ ଓଡ଼ିଆ ଝିଅଙ୍କୁ ଟାର୍ଗେଟ କରି ନିର୍ଦ୍ଧିଷ୍ଟ ଗୋଷ୍ଠୀ ଚଳାଇଛନ୍ତି କି ବଡ଼ ରାକେଟ୍ ? ମିଛି ମିଛିକା ପ୍ରେମର ଆଳ କରି ଧର୍ମପରିବର୍ତ୍ତନ କରାଯାଉନି ତ ? ଏଭଳି ଆଶଙ୍କା ପରେ ଇରଫାନକୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରୁଛି ପୋଲିସ।
ତେବେ ଘଟଣା ସଂପର୍କରେ ସହିଦନଗର ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିଲେ ବି ଲଭ୍ ଜିହାଦ୍ ଭଳି ସଂଗୀନ ଅଭିଯୋଗ, ଭୁବନେଶ୍ବରରେ ଚହଳ ସୃଷ୍ଟି କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/love-jihad-allegation-surfaces-in-bhubaneswar-2026-03-09-19-58-07.jpg)