Advertisment

Odisha government plans modern Lok Seva Bhavan: ଭଙ୍ଗା ହେବ ୯ ତାଲା ସହ ରାଜୀବ ଭବନ; ନୂଆ ରୂପ ନେବ ପ୍ରଶାସନିକ କଳ

ଭଙ୍ଗା ହେବ ୯ ତାଲା ସହ ରାଜୀବ ଭବନ। ରାଜ୍ୟ ପ୍ରଶାସନିକ କଳ ହବର ନବକଳେବର ପ୍ଲାନ୍। ଓସେପା ଏବଂ ଏଡିଏମ୍ ଅଫିସ୍ ସ୍ଥଳରେ ନୂଆ ଲୋକସେବା ଭବନ। ବିଧାନସଭା ବିଲଡିଂରେ ଚାଲିପାରେ ବିଧାନ ପରିଷଦ।

Odisha government plans modern Lok Seva Bhavan

ଭଙ୍ଗା ହେବ ୯ ତାଲା ସହ ରାଜୀବ ଭବନ Photograph: (OTV)

Advertisment

ଆଧୁନିକ ଭିତ୍ତିଭୂମି ସହ ନୂଆ ରୂପ ନେବ ରାଜ୍ୟ ପ୍ରଶାସନିକ କଳର ଏନ୍ତୁଡିଶାଳ ଲୋକସେବା ଭବନ, ବିଧାନସଭା ଆଉ ୯ ତାଲା। ଏବେର ଓସେପା ଏବଂ ଏଡିଏମ୍ କାର୍ଯ୍ୟାଳୟକୁ ଭାଙ୍ଗି ନିର୍ମାଣ ହେବ ନୂଆ ଲୋକ ସେବା ଭବନ। ଆଉ ସଂପୂର୍ଣ୍ଣ ଭାଙ୍ଗିବ ରାଜୀବ ଭବନ, ୯ ତାଲା ଆଉ ସେଚ ସଦନ। ୩ ଟି ପର୍ଯ୍ୟାୟରେ ନିର୍ମାଣ ହେବ ନୂଆ ଲୋକସେବା ଭବନ ଆଉ ବିଧାନସଭା।

Advertisment

ରାଜ୍ୟ ପ୍ରଶାସନିକ କଳବର ହେବ ନବକଳେବର। ଭାଙ୍ଗିବ ନଅ ତାଲା, ରାଜୀବ ଭବନ ଆଉ ସେଚ ସଦନ। ଏଡିଏମ ଅଫିସ୍ ଆଉ ଓସେପା ବିଲ୍ଡିଂ ସ୍ଥାନରେ ଛିଡା ହେବ ନୂଆ ଲୋକ ସେବା ଭବନ। ପୁରୁଣା ବିଧାନସଭାକୁ ନଭାଙ୍ଗି ବିଧାନ ପରିଷଦ ଭାବେ ଆଗକୁ ହେବ ବ୍ୟବହାର। ୩ଟି ଫେଜରେ ନିର୍ମାଣ ହେବ ନୂଆ ଲୋକ ସେବା ଭବନ ଆଉ ନୂଆ ବିଧାନସଭା। କିଛି ଏମିତି ହେବ ଲୋକସେବା ଭବନର ମୁଖ୍ୟ ବିଲ୍ଡିଂ

ଏବେର ଲୋକସେବା ଭବନ ପଛରେ ଥିବା ଏଡିଏମ୍ ଏବଂ ଓସେପା କାର୍ଯ୍ୟାଳୟକୁ ଭାଙ୍ଗି ଖାରବେଳ ଭବନ ନିକଟରେ ନିର୍ମାଣ ହେବ ନୂଆ ଲୋକସେବା ଭବନର ମୁଖ୍ୟ ବିଲ୍ଡିଂ। ପରେ ଦ୍ୱିତୀୟ ଫେଜରେ ବିପଦସଂକୁଳ ଘୋଷଣା ହୋଇଥିବା ୯ ତାଲା ଏବଂ ରାଜୀବ ଭବନ ଭାଙ୍ଗି ନୂଆ ନିର୍ମାଣ କରାଯିବ। ସେଚ ସଦନକୁ ମଧ୍ୟ ଭଙ୍ଗାଯାଇ ନୂଆ ନିର୍ମାଣ ହେବ। ସୋମବାର ମୁଖ୍ୟମନ୍ତ୍ରୀ ଏହାର ଭିତ୍ତି ପ୍ରସ୍ଥର ସ୍ଥାପନ କରିଥିବା ବେଳେ ଲୋକସେବା ଭବନର ମୁଖ୍ୟ ବିଲ୍ଡିଂ ର ନିର୍ମାଣ କାର୍ଯ୍ୟ ୨ ବର୍ଷରେ ସାରିବାକୁ ଲକ୍ଷ୍ୟ ରଖିଛି ପୂର୍ତ୍ତ ବିଭାଗ।

Advertisment


ସେହିଭଳି ଏବେର ଲୋକସଭା ଭବନ ଏବଂ ବିଧାନସଭା ମଝି ଅଞ୍ଚଳ ଯାହାକି ପାର୍କିଂ ପାଇଁ ବ୍ୟବହାର କରାଯାଉଛି, ସେଠାରେ ନିର୍ମାଣ ହେବ ନୂଆ ବିଧାନସଭା। ପୁରୁଣା ବିଧାନସଭାକୁ ନ ଭାଙ୍ଗି ମ୍ୟୁଜିୟମ ଭାବେ ରଖି ଆଗକୁ ବିଧାନ ପରିଷଦ ଗଠନ ହେଲେ ତାକୁ ବ୍ୟବହାର କରାଯିବ। ନୂଆ ବିଧାନସଭାରେ ୩୦୦ ସଦସ୍ୟ ବସିବା ଭଳି ବ୍ୟବସ୍ଥା କରାଯିବ। 

ତୃତୀୟ ପର୍ଯ୍ୟାୟରେ ନୂଆ ବିଧାନସଭା ନିର୍ମାଣ କରାଯିବ। ପାୱାର ହାଉସ ଛକରୁ, ରାଜୀବ ଭବନ, ଏଜି ଛକ ପର୍ଯ୍ୟନ୍ତ ଗୋଟିଏ କ୍ୟାମ୍ପସରେ ରହିବ ଲୋକ ସେବା ଭବନ ଏବଂ ନୂଆ ବିଧାନସଭା। ନୂଆ ଲୋକ ସେବା ଭବନରେ ଭୂତଳ ପାର୍କିଂ ବ୍ୟବସ୍ଥା ରହିବ। ୧୦୦ କୋଟି ବ୍ୟୟରେ ତଳକୁ ତିନି ମହଲା ସ୍ମାର୍ଟ ପାର୍କିଂ ବ୍ୟବସ୍ଥା କରାଯିବ। 

Advertisment

ନୂଆ ଲୋକସେବା ଭବନ ଏବଂ ନୂଆ ବିଧାନସଭାରେ ସ୍ମାର୍ଟ ଏଣ୍ଟ୍ରି ସହ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଯାହାକୁ ସ୍ବାଗତ କରିଛନ୍ତି ଲୋକସେବା ଭବନର ଅଧିକାରୀ ଏବଂ କର୍ମଚାରୀ। ତେବେ ମାର୍ଚ୍ଚ ସୁଦ୍ଧା ସମସ୍ତ ପ୍ରକ୍ରିୟା ସାରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। 

Odisha Government Odisha Assembly Lok Seva Bhavan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ