Advertisment

ଲକଡାଉନ୍‌କୁ ମାନିଲେ, ଘରେ ରହିଲେ ଲୋକେ...

ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ କେନ୍ଦୁଝରରେ ଲକଡାଉନ କଡ଼ାକଡ଼ି କରାଯାଇଛି। ତେବେ ସହରରେ ସକାଳ ୬ଟାରୁ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସବୁ ଖୋଲା ରହିଥିଲା। ଏହାସହ ଅମାନିଆଙ୍କୁ ନିୟନ୍ତ୍ରଣ କରିବା

ଲକଡାଉନ୍‌କୁ ମାନିଲେ, ଘରେ ରହିଲେ ଲୋକେ...

lockdown

Advertisment

ଭୁବନେଶ୍ୱର: ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବାବେଳେ କେନ୍ଦୁଝରରେ ଲକଡାଉନ କଡ଼ାକଡ଼ି କରାଯାଇଛି। ତେବେ ସହରରେ ସକାଳ ୬ଟାରୁ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସବୁ ଖୋଲା ରହିଥିଲା। ଏହାସହ ଅମାନିଆଙ୍କୁ ନିୟନ୍ତ୍ରଣ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ବ୍ୟାପକ ଚେକିଂ କରାଯାଉଛି। ମାଛ ମାଂସ ଅଣ୍ଡା ସହ ଗ୍ରୋସରି ଦୋକାନ ସହ ମେଡ଼ିସିନ ଦୋକାନ ଖୋଲା ରହିଥିବା ବେଳେ ଲୋକେ ଚାଲି ଚାଲି ଯାଇ ସାମଗ୍ରୀ କିଣିବାକୁ ଅନୁମତି ମିଳିଛି। ଏ ନେଇ ଜିଲ୍ଲାର ପ୍ରଥମ ଦିନରେ ବିଭିନ୍ନ ବର୍ଗର ଲୋକମାନେ ଲକଡାଉନ କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି।

Advertisment

ସେପଟେ ପୁରୀରେ ମଧ୍ୟ ଲକଡାଉନ କଡ଼ାକଡ଼ି ଭାବେ ଲାଗୁ ହୋଇଛି। ପୋଲିସ ପକ୍ଷରୁ ସହରର ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍ କରି ଯାଞ୍ଚ କରାଯାଉଛି। ତେବେ ପ୍ରଥମ ଦିନରେ ବିଭିନ୍ନ ପରିବା ମାର୍କେଟ ଓ ଆମିଷ ବଜାରରେ ଭିଡ଼ ଦେଖିବାକୁ ମିଳିଥିଲା। ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ଦୋକାନ ଖୋଲିଥିଲା। ବଜାର ବନ୍ଦ ଥିବାବେଳେ ଖୁଚୁରା ବ୍ୟବସାୟୀମାନେ ବିଭିନ୍ନ ଗଳିରେ ନିଜର ପସରା ମେଲାଇ ବେପାର କରୁଥିବା ଦେଖିବାକୁ ମିଳିଥିଲା। ଆବଶ୍ୟକତାଠାରୁ ଅଧିକ ପରିବା କିଣିନେଇ ଥିବାରୁ ଆଜି ସହରରୁ ଆଳୁ ଗାଏବ ହୋଇଯାଇଛି। ଲକଡାଉନ୍ ବେଳେ ଅତ୍ୟାବଶ୍ୟକ ସେବା ଯୋଗାଇ ଦେବାପାଇଁ ପ୍ରଶାସନ ପକ୍ଷରୁ ୧୪ଟି ଗ୍ରୋସରୀ ଦୋକାନକୁ ଅନୁମତି ଦିଆଯାଇଛି। ଅନ୍ୟପଟେ ଶ୍ରୀମନ୍ଦିରରେ ନୀତିକାନ୍ତି ସହ ଜଡିତ ସେବାୟତମାନେ ପରିଚୟପତ୍ର ଦେଖାଇ ଭିତରକୁ ଯାଇ ସେବାପୂଜା କରୁଛନ୍ତି ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଆଉ ଏପଟେ, ରାଜ୍ୟକୁ ଘାରିଛି ପ୍ରବାସୀ ଫେରନ୍ତାଙ୍କ ଚିନ୍ତା। ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଫେରନ୍ତା ପ୍ରବାସୀ ନିଜ ଘରକୁ ଫେରିବା ପୂର୍ବରୁ ୭ରୁ ୧୪ ଦିନ କ୍ୱାରେଣ୍ଟିନରେ ରହିବେ। ୪ ସୀମାନ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଓ SRC ଭର୍ଚୁଆଲ ମିଟିଂରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ଏଭଳି ନିର୍ଦ୍ଦେଶ ଦେଇଛନ୍ତି। କୋରାପୁଟ, କଳାହାଣ୍ଡି, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ ଓ SRC। ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ୭ରୁ ୧୪ ଦିନ କ୍ୱାରେଣ୍ଟିନରେ ରଖାଯିବ। କ୍ୱାରେଣ୍ଟିନ ପାଇଁ ପ୍ରତି ବ୍ଳକରେ TMC କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ରାଜ୍ୟରେ ଆଜି ୯ ହଜାର ଉପରେ ରହିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଆଜିଠୁ ସାରା ରାଜ୍ୟରେ ଲକଡାଉନ୍‌ ଲାଗୁ ହୋଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ