Advertisment

Custodial Death Allegation: ପୋଲିସ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ଅଭିଯୋଗ, ମଦ କାରବାରରେ ଗିରଫ ଅଭିଯୁକ୍ତ ମୃତ୍ୟୁକୁ ନେଇ ସସପେନ୍ସ

ରାତିରେ ଉଠାଇ ଆଣିଥିଲା ପୋଲିସ, ସକାଳେ ମୃତ୍ୟୁକୁ ନେଇ ବଢ଼ିଲା ରହସ୍ୟ। ଚୋରା ମଦ କାରବାରରେ ଗିରଫ ଅଭିଯୁକ୍ତର ପୋଲିସ ହେପାଜତରେ ସନ୍ଦେହଜନକ ମୃତ୍ୟୁକୁ ନେଇ ଅଡୁଆରେ ବାଣପୁର ଥାନା ପୋଲିସ। ପରିବାର ଲୋକ ଆଣିଛନ୍ତି ଥାର୍ଡ ଡିଗ୍ରୀ ଅଭିଯୋଗ।

THIRD-DEGREE

THIRD-DEGREE Photograph: (OTV)

Advertisment

ରାତିରେ ଉଠାଇ ଆଣିଥିଲା ପୋଲିସ, ସକାଳେ ମୃତ୍ୟୁକୁ ନେଇ ବଢ଼ିଲା ରହସ୍ୟ। ଚୋରା ମଦ କାରବାରରେ ଗିରଫ ଅଭିଯୁକ୍ତର ପୋଲିସ ହେପାଜତରେ ସନ୍ଦେହଜନକ ମୃତ୍ୟୁକୁ ନେଇ ଅଡୁଆରେ ବାଣପୁର ଥାନା ପୋଲିସ। ପରିବାର ଲୋକ ଆଣିଛନ୍ତି ଥାର୍ଡ ଡିଗ୍ରୀ ଅଭିଯୋଗ। ସେହିପରି ଅସୁସ୍ଥ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସ ପରିବର୍ତ୍ତେ ପୋଲିସ ଭ୍ୟାନରେ ଭୁବନେଶ୍ବର ଆଣିବା ଅନେକ ପ୍ରଶ୍ନଚିହ୍ନ ଠିଆ କରିଛି। ଏନେଇ ପୋଲିସର ପ୍ରତିକ୍ରିୟା ମିଳି ନଥିବା ବେଳେ ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ଖୋଲିବ ମୃତ୍ୟୁ ରହସ୍ୟ। ...

Advertisment

ଥାନାରେ ଥାର୍ଡ ଡିଗ୍ରୀ ଅଭିଯୋଗ ! ପୋଲିସ ହେପାଜତରେ ଅଭିଯୁକ୍ତର ମୃତ୍ୟୁ ! ରାତିରେ ଘରୁ ଉଠାଇ ଆଣିଥିଲା ପୋଲିସ । ସକାଳେ ସନ୍ଦେହଜନକ ମୃତ୍ୟୁକୁ ନେଇ ସସପେନ୍ସ  । ପୋଲିସ କଷ୍ଟଡିରେ କେମିତି ହେଲା ମୃତ୍ୟୁ ? ବାଣପୁର ପୋଲିସ ବିରୋଧରେ ସାଂଘାତିକ ଅଭିଯୋଗ ।

ପୋଲିସ ଭ୍ୟାନରେ ଗୁରୁତରଙ୍କୁ ଭୁବନେଶ୍ବର ଆଣିବାକୁ ନେଇ ପ୍ରଶ୍ନ

ଚୋରା ମଦ କାରବାର ଅଭିଯୋଗରେ ପୋଲିସ ଉଠାଇ ଆଣିଥିବା ବାଣପୁର ଦାଶରଥିପୁର ଗାଁର ଛବୀନ୍ଦ୍ର ନାୟକଙ୍କ ଅସ୍ବାଭାବିକ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ପରିବାର। ନାନା ଶଙ୍କା ଓ ପ୍ରଶ୍ନ ଉଠାଇଛନ୍ତି। ପତ୍ନୀ ଅଭିଯୋଗ କରିଛନ୍ତି ସେମାନେ ଘରେ ନଥିବା ବେଳେ ଛବୀନ୍ଦ୍ରଙ୍କୁ ଉଠାଇ ଆଣିଥିଲା ପୋଲିସ। ସେତେବେଳେ ସ୍ବାମୀଙ୍କର ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିଲା। ଥାନାରେ ଏମିତି କଣ ହେଲା ଯେ ହଠାତ୍ ଖରାପ୍ ହେଲା ଦେହ ?

Advertisment

ଛବୀନ୍ଦ୍ରଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିବା ସକାଳେ ପୋଲିସ କହିଥିଲା। ମେଡିକାଲରେ ପହଞ୍ଚିଲା ବେଳକୁ ସରି ଯାଇଥିଲା ସବୁ କିଛି। ସ୍ବାମୀଙ୍କ ପ୍ରାଣରେ ନଥିଲା ଜୀବନ। ବାଣପୁର ପୋଲିସ ପିଟିପିଟି ମାରି ଦେଇଥିବା ଅଭିଯୋଗ କରିଛନ୍ତି ପତ୍ନୀ। ...

ଛବୀନ୍ଦ୍ରଙ୍କ ନାଁରେ ଥିଲା ଚୋରା ମଦ କାରବାର ଅଭିଯୋଗ। ଗତକାଲି ତାଙ୍କୁ ପୋଲିସ ଗିରଫ କରିଥିଲା। ଥାନାରେ ଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଛବୀନ୍ଦ୍ରଙ୍କୁ ବାଣପୁର ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ। ସେଠାରେ ଚିକିତ୍ସା ପରେ ଡାକ୍ତର ରେଫର କରିଥିଲେ ଭୁବନେଶ୍ବର କ୍ୟାପିଟାଲ୍ ହସ୍ପିଟାଲ ।

Advertisment

ପରିବାର ଲୋକ ଅଭିଯୋଗ କରିଛନ୍ତି, ଛବୀନ୍ଦ୍ରଙ୍କୁ ଆମ୍ବୁଲାନ୍ସରେ ନଆଣି ପୋଲିସ ଭ୍ୟାନରେ ଅଣାଯାଇଥିଲା ଭୁବନେଶ୍ବର। କାହିଁକି ଆମ୍ବୁଲାନ୍ସରେ ପୋଲିସ ଆଣି ନଥିଲା ତାକୁ ନେଇ ନାନା ସନ୍ଦେହ ଓ ପ୍ରଶ୍ନବାଚୀ ଉଠିଛି। ...

ପୋଲିସ ହେପାଜତରେ ଛବୀନ୍ଦ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଅନେକ ପ୍ରଶ୍ନବାଚୀ ଠିଆ କରିଛି। କେମିତି ଓ କେଉଁ ପରିସ୍ଥିତିରେ ହେଲା ମୃତ୍ୟୁ ? ଛବୀନ୍ଦ୍ରଙ୍କ ସହ ଗତକାଲି କ’ଣ ଘଟିଥିଲା ? ଥାନାରେ ହଠାତ୍ ଅସୁସ୍ଥ ହେଲେ କେମିତି ? ଆମ୍ବୁଲାନ୍ସରେ ନଆଣି କାହିଁକି ପୋଲିସ ଭ୍ୟାନରେ ଆଣିଥିଲା ଭୁବନେଶ୍ବର ? ପରିବାର ଲୋକଙ୍କ ଅଭିଯୋଗର କେତେ ସତ୍ୟତା ରହିଛି ? ବାଣପୁର ପୋଲିସର ଭୂମିକାକୁ ନେଇ ପରିବାର ପ୍ରଶ୍ନ ଉଠାଉଥିବା ବେଳେ ପୋଲିସ କିଛି ଲୁଚାଉଛି କି ? ପୋଷ୍ଟମର୍ମଟ ରିପୋର୍ଟ ଆସିଲେ ଖୋଲିବ ଛବୀନ୍ଦ୍ରଙ୍କ ମୃତ୍ୟୁ ରହସ୍ୟ। ...



Custodial Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ