lav-agarawal
ନୂଆଦିଲ୍ଲୀ: ଦେଶର କରୋନା ସ୍ଥିତିକୁ ନେଇ ପ୍ରେସମିଟ୍ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ସଚିବ ଲବ୍ ଅଗ୍ରୱାଲ। ସୂଚନା ଅନୁସାରେ, ବର୍ତ୍ତମାନସମୟରେ ଓଡ଼ିଶା ସହ ପଶ୍ଚିମବଙ୍ଗ ଓ ଆସାମରେ ସଂକ୍ରମଣ ବଢୁଛି। ଏହାସହ କେରଳ, ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ,ମଣିପୁରରେ ବି ବଢୁଛି ସଂକ୍ରମଣ। ଦେଶର ମୋଟ ୧୮୭ ଜିଲ୍ଲାରେ ସଂକ୍ରମଣ ବଢ଼ିଚାଲିଥିବା ଦେଖାଯାଉଛି ବୋଲି କହିଲେ ଲବ୍। ଏହାସହ କର୍ଣ୍ଣାଟକ, ଜାମ୍ମୁ କାଶ୍ମୀର, ଗୋଆରେ ଏବେ ସଂକ୍ରମଣ ପ୍ଲାଟୋ ଅଛି। ଦେଶର ୨୦ଟି ରାଜ୍ୟ ତଥା ୟୁଟିରେ ସଂକ୍ରମଣ ପ୍ଲାଟୋରେ ଅଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।
ତେବେ ଆଜି ଦେଶରେ କରୋନା ସଂକ୍ରମଣର ହାର ସାମାନ୍ୟ କମିଥିବାବେଳେ ମୃତ୍ୟୁ ସଂଖ୍ୟା ଚିନ୍ତା ବଢାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୩ ଲକ୍ଷ ୬୨ ହଜାର ୩୮୯ ଟି ନୂଆ ମାମଲା ରୁଜୁ ହୋଇଛି। ଦେଶରେ କୋଭିଡ ମୃତ୍ୟୁ ମାମଲା ଚାରି ଲକ୍ଷରୁ ଅଧିକ ରହିଛି। ବୁଧବାର ଦିନ ମଧ୍ୟ ଦେଶରେ ୪,୧୨୭ ରୋଗୀ କୋଭିଡ -୧୯ କାରଣରୁ ପ୍ରାଣ ହରାଇଛନ୍ତି। ତେବେ ଆଶ୍ୱସ୍ତିର ଖବର ହେଲା, ୩ ଲକ୍ଷ ୫୧ ହଜାର ୭୪୦ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥି ସହିତ ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି।
ଗତ ୨୪ ଘଣ୍ଟା ମଧ୍ୟରେ କେବଳ ଚାରିଟି ରାଜ୍ୟ ଯଥା ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ଏବଂ ତାମିଲନାଡୁରେ ୩୦ ହଜାରରୁ ଅଧିକ ନୂତନ କୋଭିଡ -୧୯ ରୋଗୀଙ୍କୁ ଦେଖିବାକୁ ମିଳିଛି। ଦୁଇ ରାଜ୍ୟ ଆନ୍ଧ୍ରପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ୨୦ ହଜାରରୁ ଅଧିକ ନୂତନ ରୋଗୀ ଦେଖିବାକୁ ମିଳିଥିଲା। ଦେଶରେ ବର୍ତ୍ତମାନ ସୁଦ୍ଧା ଏହି ରୋଗରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା ପ୍ରାୟ ୨ କୋଟି ହୋଇଥିବାବେଳେ ଏପର୍ଯ୍ୟନ୍ତ ୧ କୋଟି ୯୭ ଲକ୍ଷ ୨୮ ହଜାର ୫୩୨ ରୋଗୀ ସୁସ୍ଥ ହୋଇଯାଇଛନ୍ତି।
ସେହିପରି ଆମ ରାଜ୍ୟରେ, ରାଜ୍ୟରେ ଆଜି ମଧ୍ୟ ୧୦ ହଜାର ଉପରେ ରହିଛି କରୋନା ସଂକ୍ରମଣ । କିଛି ଦିନ ଦୈନିକ ସଂକ୍ରମଣ ହାର ସ୍ଥିର ରହିବା ପରେ ଆଜି ୧୧୦୦୦ ନିକଟତର ହୋଇଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୬୪୯ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ ରେ ପହଞ୍ଚି ଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମଣର ସ୍ଥିତି ଦିନକୁ ଦିନକ ବିସ୍ଫୋରକ ହେଉଛି । ସବୁ ଦିନ ପରି ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୧ ଲକ୍ଷ ନିକଟତର ହୋଇଛି ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/lav-agarawal_1620903284.jpg)