Advertisment

କମିବାରେ ନା ନେଉନାହିଁ ସଂକ୍ରମଣ: ୨୪ ଘଂଟାରେ ୧୧୭୩୨ ଆକ୍ରାନ୍ତ ହେଲେ ଚିହ୍ନଟ

ରାଜ୍ୟରେ ଥମିବାରେ ନା ନେଉ ନାହିଁ ସଂକ୍ରମଣ। ପୁଣି ଥରେ ଉପରମୁହାଁ ରହିଛି କରୋନା ଗ୍ରାଫ୍‌। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍‌ ୧୧୭୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି

ଅଦ୍ୟତନ ହୋଇଛି
କମିବାରେ ନା ନେଉନାହିଁ ସଂକ୍ରମଣ: ୨୪ ଘଂଟାରେ ୧୧୭୩୨ ଆକ୍ରାନ୍ତ ହେଲେ ଚିହ୍ନଟ

Corona

Advertisment
ଭୁବନେଶ୍ୱର: ରାଜ୍ୟରେ ଥମିବାରେ ନା ନେଉ ନାହିଁ ସଂକ୍ରମଣ। ପୁଣି ଥରେ ଉପରମୁହାଁ ରହିଛି କରୋନା ଗ୍ରାଫ୍‌। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍‌ ୧୧୭୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ  ୬,୫୬୯ ଜଣ ସଂକ୍ରମିତ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫,୧୬୩ ଜଣ ଲୋକାଲ କେସ୍‌ ବା ସ୍ଥାନୀୟ ଅଂଚଳରୁ  ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ୨୨୪୪୯୨କୁ ବୃଦ୍ଧି ପାଇଛି। ଏହାସହ ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ୍‌ କେସ୍‌ ୧,୦୭,୪୦୩ ରହିଥିବା ବେଳେ ୫,୦୨,୪୫୫  ଜଣ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି। ତେବେ ଆଜି ବି  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୭୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୧୯ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ।

ଖୋର୍ଦ୍ଧା ଜିଲ୍ଲାରୁ ଆଜି ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ- ୮୭୦, ଅନୁଗୁଳ- ୭୦୦, ସୁନ୍ଦରଗଡ଼- ୬୪୧ ସମ୍ବଲପୁର- ୫୩୮, ବାଲେଶ୍ୱର- ୪୭୨, ମୟୂରଭଞ୍ଜ- ୪୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନବରଙ୍ଗପୁର- ୪୧୭, ଭଦ୍ରକ- ୪୧୪, ବଲାଙ୍ଗିର- ୪୦୧, ଝାରସୁଗୁଡ଼ା- ୩୯୧, ପୁରୀ- ୩୯୦, ଯାଜପୁର- ୩୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜଗତସିଂହପୁର- ୩୩୦, କୋରାପୁଟ- ୨୮୯, ବୌଦ୍ଧରୁ- ୨୭୭ ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଠିକ୍‌ ସେହିପରି ଭାବରେ କଳାହାଣ୍ଡି- ୨୭୪, ନବରଙ୍ଗପୁର- ୨୬୧, ଗଞ୍ଜାମ- ୨୫୯, ସୁବର୍ଣ୍ଣପୁର- ୨୫୫, ରାୟଗଡ଼ା- ୨୪୫ ଏବଂ ନୂଆପଡ଼ା ଓ କେନ୍ଦୁଝରରୁ ୨୨୦ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ଢେଙ୍କାନାଳରୁ ୧୫୩ ଚିହ୍ନଟ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାଲକାନଗିରି- ୧୪୫, କେନ୍ଦ୍ରାପଡ଼ା- ୧୩୯, ଦେବଗଡ଼- ୧୨୯,  କନ୍ଧମାଳରୁ ୮୪ ଏବଂ ଗଜପତି ଜିଲ୍ଲାରୁ ୭୭ ଆକ୍ରାନ୍ତ ଚିହ୍ନଟ ହେବା ସହ ଆଜି ଷ୍ଟେଟ୍ ପୁଲ୍‌ର ସଂଖ୍ୟା ୨୬୭ ରହିଛି।

ସେପଟେ ଆଜି ରାଜ୍ୟରେ ୧୯ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୪, ଅନୁଗୁଳରୁ ୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାୟଗଡ଼ା ଜିଲ୍ଲାରୁ ମଧ୍ୟ ୩ ଜଣଙ୍କ ପ୍ରାଣ ନେଇଛି କରୋନା। ଏହାସହ ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କେବଳ ଏତିକି ନୁହେଁ ବରଂ ଗଜପତି, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ମୃତ ହୋଇଥିବା ବେଳେ ନବରଙ୍ଗପୁର ଓ ନୟାଗଡ଼ରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାରି ମଧ୍ୟରେ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୩୧୩କୁ ବୃଦ୍ଧି ପାଇଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ