ପ୍ରଥମ ପର୍ଯ୍ୟାୟରେ ମଇଦାନରେ ୪ ପାର୍ଟି Photograph: (OTV)
ଖଣ୍ଡିଗିରି ମାଘମେଳାରେ ଆଜିଠୁ ଯାତ୍ରା ମହାସମର। ରାତିର ଅନ୍ଧକାରକୁ ଚିରି ପାହାଡ଼ ତଳେ ଶୁଭିବ ପାରିବାରିକ କାହାଣୀର ମନଛୁଆଁ ଡାଏଲଗ୍ | ଜାନୁଆରୀ ୨୭ରୁ ଫେବ୍ରୁଆରୀ ୧୨ ଯାଏଁ ଚାଲିବ ନାଟକ ଫାଇଟିଂ। ପ୍ରଥମ ପର୍ଯ୍ୟାୟରେ ଆଜିଠୁ ମଇଦାନକୁ ସିଂହବାହିନୀ, କୋଣାର୍କ, ଧଉଳି ଓ ଅଶୋକ ସମ୍ରାଟ ଓହ୍ଲାଇଛନ୍ତି। ତେବେ ଯାତ୍ରା ବ୍ୟାଡ୍ ବୟ ପୀୟୂଷ ତ୍ରିପାଠୀଙ୍କ କ୍ରେଜ୍ ସବୁଠୁ ଅଧିକ ଥିବାବେଳେ ଭିଲେନ୍ ଦୈତାରୀ ପଣ୍ଡା ଓ ମନୋଜ ବରାଳଙ୍କ ସହ ରୋମାଣ୍ଟିକ ଯୋଡ଼ି ରୁଦ୍ର-ସ୍ମରଣିକାଙ୍କ ଆକ୍ଟିଂ ଦେଖିବାକୁ ଟିକେଟ୍ କାଉଣ୍ଟର ଆଗରେ ଭିଡ଼ ଲାଗିଛି।
ଆଜିଠୁ ଖଣ୍ଡଗିରି ଯାତ୍ରା ମହାସମର ଆରମ୍ଭ। ପ୍ରଥମ ରଜନୀରେ ମଇଦାନରେ ଲଢ଼େଇକୁ ଓହ୍ଲାଇବେ ୪ ପାର୍ଟି- ଯାତ୍ରା ସିଂହବାହିନୀ, କୋଣାର୍କ ଗଣନାଟ୍ୟ, ଅଶୋକ ସମ୍ରାଟ ଓ ଧଉଳି ଗଣନାଟ୍ୟ। ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ଯାତ୍ରା ସିଂହବାହିନୀର ନାଟକ ତୁ ମୋ ବଜରଙ୍ଗୀ। ଯେଉଁଥିରେ ଲିଡ୍ ରୋଲରେ ଅଛନ୍ତି ମୋଷ୍ଟ କଣ୍ଟ୍ରୋଭର୍ସି ଆକ୍ଟର ପୀୟୂଷ ତ୍ରିପାଠୀ।
ଇନ୍ଦିରା ସାଂସ୍କୃତିକ ପରିଷଦ ପେଣ୍ଡାଲରେ ତାଙ୍କ ଜୀବନ୍ତ ଅଭିନୟ ଦେଖିବାକୁ ପ୍ରଂଶସକଙ୍କ ଆକାଂକ୍ଷା ଆକାଶ ଛୁଇଁଛି। ସେମିତି କୋଣାର୍କ ଗଣନାଟ୍ୟର ଚର୍ଚ୍ଚିତ ନାଟକ ତୁ ବୋଧେ ମୋ ଭାଗ୍ୟରେ ନାହୁଁକୁ ନେଇ ବି ଉତ୍କଣ୍ଠାରେ ଦର୍ଶକ। କାରଣ ଏ ନାଟକରେ ଅଛନ୍ତି ଯାତ୍ରା ଟାଇଗର ଦୈତାରୀ ପଣ୍ଡା। ତାଙ୍କ ଛାତିଥରା ଆକ୍ଟିଂ ଦେଖିବାକୁ ଘାଟିକିଆ ସନାତନ ସେବା ସମିତି ଟିକେଟ୍ କାଉଣ୍ଟରରେ ବି ଭିଡ଼।
ସେମିତି ହରେକୃଷ୍ଣ ମହତାବ ସାଂସ୍କୃତିକ ପରିଷଦ ପେଣ୍ଡାଲରେ ଖେଳୁଥିବା ଅଶୋକ ସମ୍ରାଟର ଚର୍ଚ୍ଚିତ ନାକଟ ଅଧା ରହିଗଲା ଆମ ପ୍ରେମ କାହାଣୀ ଓ ଅନନ୍ତ କେଶରୀ ଦେବ ପେଣ୍ଡାଲରେ ଧଉଳିର ଲୋକପ୍ରିୟ ନାଟକ ସବୁ ଅଙ୍କ ଭୁଲ୍ ହୋଇଗଲା ଦେଖିବାକୁ ବି ଦର୍ଶକଙ୍କ ଭରପୁର ଆଗ୍ରହ। ୟଙ୍ଗ ଭିଲେନ୍ ମନୋଜ ବରାଳଙ୍କୁ ନେଇ ଅଶୋକ ସମ୍ରାଟ ଓ ରୁଦ୍ର-ସ୍ମରଣୀକା ଯୋଡ଼ିକୁ ନେଇ ଧଉଳି ପାର୍ଟି ଲଗାଇଛି ନିଜ ନାଟକର ଭଳିକି ଭଳି ପୋଷ୍ଟର।
ଯେହେତୁ ଯାତ୍ରାରେ ନାଟକ ସାଙ୍ଗକୁ ଦର୍ଶକଙ୍କୁ ବେଶି ଆକର୍ଷିତ କରେ ମେଲୋଡ଼ି ଓ ରେକର୍ଡ ଡ୍ୟାନ୍ସ। ତେଣୁ ଏଥର ବି ଖଣ୍ଡଗିରି ଯାତ୍ରାରେ ଅଶ୍ଳିଳତାକୁ ସମ୍ପୂର୍ଣ୍ଣ ବ୍ୟାନ କରିଛି ପ୍ରଶାସନ। କିଛି ଚର୍ଚ୍ଚିତ ଆଇଟମ ଗାର୍ଲଙ୍କୁ ଏଥର ଷ୍ଟେଜ୍ ଚଢ଼ିବା ସମ୍ପୂର୍ଣ୍ଣ ବାରଣ କରାଯାଇଛି। କେହି ଅମାନିଆ ହେଲେ ସରକାରୀ ଠେଙ୍ଗା ବାଜିବ ବୋଲି ପୁଣି ଚେତାଇ ଦେଇଛନ୍ତି ଏକାମ୍ର ବିଧାୟକ ବାବୁ ସିଂ। ଏମିତିକି ଏ ଦିଗରେ ଯତ୍ନବାନ ହେବୁ ବୋଲି ସବୁ ଯାତ୍ରା କମିଟି ପ୍ରତିଶ୍ରୁତି ଦେଇଥିବା ବି କହିଛନ୍ତି ବିଧାୟକ। ତେଣେ କମିଶନରେଟ୍ ପୋଲିସ ପକ୍ଷରୁ ବି ଖଣ୍ଡଗିରି ଯାତ୍ରା କମିଟି ମାନଙ୍କ ପାଇଁ ୧୪ ସୁତ୍ରୀ ନିୟମ ଜାରି ହୋଇଛି।
ଜାନୁଆରୀ ୨୭ରୁ ଫେବ୍ରୁଆରୀ ୭। ଖଣ୍ଡଗିରି ଯାତ୍ରାରେ ଦୁଇଟି ପର୍ଯ୍ୟାୟରେ ଚାଲିବ ଯାତ୍ରା ପାର୍ଟିଙ୍କ ନାଟକ ଟକ୍କର। ଯେଉଁଥିରେ ମୋଟ ୧୫ଟି ପାର୍ଟିଙ୍କ ମଧ୍ୟରେ ଚାଲିବ ପାରିବାରିକ ନାଟକର ଜବରଦସ୍ତ ସଂଳାପ ଲଢ଼େଇ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/27/khandagiri-magha-mela-begins-with-grand-jatra-2026-01-27-20-21-36.jpg)