Advertisment

Kendrapara Labour: କେନ୍ଦ୍ରାପଡ଼ା ଶ୍ରମିକ କୋଟିପତି, ବିଦେଶରୁ ଆସୁଛି ହଜାର ହଜାର ଡଲାର

ଭାଇରଲ ହେଉଥିବା ଅଡିଓର ଦୁଇ ଜଣ ବ୍ୟକ୍ତି କୁଆଡ଼େ ଆଳି ବ୍ଲକ ଅଞ୍ଚଳର । ଉଭୟଙ୍କ ବାର୍ତ୍ତାଳପ ଟଙ୍କାକୁ ନେଇ ଚାଲିଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ଶ୍ରମିକ ଏଜେଣ୍ଟ । ତେଣୁ ଅନ୍ୟ ଜଣକ ଆକାଉଣ୍ଟକୁ ଆସିଥିବା ୪୭ ଲକ୍ଷ ୪୧ ହଜାର ୭୯୦ ଟଙ୍କାକୁ ନେଇ ବିଗ୍  ଡିସକସନ୍  ହେଉଛି ।

US Dollar

US Dollar Photograph: (OTV)

Advertisment

ରାତାରାତି କୋଟିପତି କେନ୍ଦ୍ରାପଡ଼ା ଶ୍ରମିକ ! ବିଦେଶରୁ ଆସୁଛି ହଜାର ହଜାର ଡଲାର । ଆକାଉଣ୍ଟରେ ଜମା ହେଉଛି କୋଟି କୋଟି ଟଙ୍କା । ଏମିତି ଖବର ଆସିବା ପରେ ଆମେ ସତ କ’ଣ ଜାଣିବାକୁ ଚେଷ୍ଟା କରିଥିଲୁ ।

Advertisment

ଆଉ ଘଟଣା ସମ୍ପର୍କରେ ବୁଝାବୁଝି ପରେ ଆମ ହାତରେ ଲାଗିଥିଲା ଏଇ ସବୁ ଡକ୍ୟୁମେଣ୍ଟ । କିଏ ପଠାଉଛି ? କେଉଁଠୁ ଏତେ ଟଙ୍କା ଆସୁଛି ? ଏନେଇ ଭାଇରାଲ ହେଉଛି ଏକ ଅଡିଓ । 

ଭାଇରଲ ହେଉଥିବା ଅଡିଓର ଦୁଇ ଜଣ ବ୍ୟକ୍ତି କୁଆଡ଼େ ଆଳି ବ୍ଲକ ଅଞ୍ଚଳର । ଉଭୟଙ୍କ ବାର୍ତ୍ତାଳପ ଟଙ୍କାକୁ ନେଇ ଚାଲିଛି । ଦୁଇ ଜଣଙ୍କ ମଧ୍ୟରୁ ଜଣେ ଶ୍ରମିକ ଏଜେଣ୍ଟ । ତେଣୁ ଅନ୍ୟ ଜଣକ ଆକାଉଣ୍ଟକୁ ଆସିଥିବା ୪୭ ଲକ୍ଷ ୪୧ ହଜାର ୭୯୦ ଟଙ୍କାକୁ ନେଇ ବିଗ୍  ଡିସକସନ୍  ହେଉଛି । ଆଉ ସେହି ଟଙ୍କାରୁ ୩୩ ପର୍ସେଣ୍ଟେଜ୍ ମାଗୁଛନ୍ତି ଏଜେଣ୍ଟ ବାବୁ ।

Advertisment

କୁହାଯାଉଛି କି, ଅନନ୍ତ କରଣ ନାମକ ଶ୍ରମିକ ଜଣକ ଏଜେଣ୍ଟଙ୍କ ମାଧ୍ୟମରେ ଆଫଗାନିସ୍ତାନ ଯାଇଥିଲେ ସେଠି ଗୋଟିଏ ଆମେରିକୀୟ କମ୍ପାନୀରେ କାମ କରୁଥିଲେ । ଇନସ୍ୟୁରାନସ୍ ବାବଦକୁ ଦରମାରୁ ଟଙ୍କା କଟିଛି । ତେଣୁ ସେ ସବୁ ଟଙ୍କା ବିଦେଶରୁ ଆସୁଛି । ଖାଲି ସେତିକି ନୁହେଁ, ଅନନ୍ତ ମଧ୍ୟ ଆଫଗାନିସ୍ତାନକୁ ଯାଇ ଆମେରେକୀୟ ସୈନ୍ୟଙ୍କ ସେବା କରିଛନ୍ତି।

ଏ ହେଉଛି ତା’ର କାଗଜପତ୍ର । ତେବେ ଏସବୁରେ କେତେ ସତ କେତେ ମିଛ ରହିଛି ତା’ ଜଣାପଡ଼ିନାହିଁ । ଓଟିଭି କ୍ୟାମେରା ଆଗରେ ସତ କହିଛନ୍ତି ଅନନ୍ତ । ଟଙ୍କା ଆସିବା କଥାକୁ ସ୍ବୀକାର କରିଛନ୍ତି । କହିଛନ୍ତି, ତାଙ୍କ ଆକାଉଣ୍ଟକୁ ଆସିଛି ୫୩ ହଜାର ଆମେରିକୀୟ ଡଲାର । ଭାରତୀୟ ମୁଦ୍ରାରେ ଯାହାର ଆନୁମାନିକ ମୂଲ ପ୍ରାୟ ୪୮ ଲକ୍ଷ ଟଙ୍କା । ଖାଲି ସେତିକି ନୁହେଁ ଏମିତି ଅନେକ ଶ୍ରମିକଙ୍କ ନିକଟକୁ ବି ଆମେରିକୀୟ ଡଲାର ଆସୁଥିବା କଥା ସେ କହିଛନ୍ତି । ତେବେ ଏନେଇ ପୂରା ଘଟଣାର ତଦନ୍ତ ହେଲେ ସତ୍ୟାସତ୍ୟ ପଦାକୁ ଆସିପାରିବ । 

Advertisment
Kendrapara Crime Labourer US Dollar
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ