Advertisment

କେନ୍ଦ୍ରାପଡା ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଦାବି କଲେ ବିଜୟ ମହାପାତ୍ର

ଶ୍ରୀକ୍ଷେତ୍ର ସହ ତୁଳସୀ କ୍ଷେତ୍ରର ସଂପର୍କ ଥିବାରୁ କେନ୍ଦ୍ରାପଡା ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଦାବି। ପ୍ରେସମିଟ୍‌ରେ ଏନେଇ ଦାବି ଜଣାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର

ଅଦ୍ୟତନ ହୋଇଛି
କେନ୍ଦ୍ରାପଡା ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଦାବି କଲେ ବିଜୟ ମହାପାତ୍ର

Bijoy-Mahapatra

Advertisment

କେନ୍ଦ୍ରାପଡ଼ା: ଶ୍ରୀକ୍ଷେତ୍ର ସହ ତୁଳସୀ କ୍ଷେତ୍ରର ସଂପର୍କ ଥିବାରୁ କେନ୍ଦ୍ରାପଡା ବଳଦେବଜୀଉଙ୍କ ରଥଯାତ୍ରା ପାଇଁ ଦାବି। ପ୍ରେସମିଟ୍‌ରେ ଏନେଇ ଦାବି ଜଣାଇଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର। ସଂସ୍କୃତି ଓ ଇତିହାସକୁ ସମ୍ମାନ ଜଣାଇବା ସହ କୋଭିଡ କଟକଣାରେ କିଭଳି ରଥଯାତ୍ରୀ କରିହେବ, ସେନେଇ ସରକାର ଦୃଷ୍ଟି ଦେବାକୁ କହିଛନ୍ତି ବିଜୟ ମହାପାତ୍ର। କେନ୍ଦ୍ରାପଡା ଓ ପୁରୀ ମନ୍ଦିରର ଇତିହାସ ଅତ୍ୟନ୍ତ ଘନିଷ୍ଠ। କାର୍ତ୍ତିକ ମାସରେ ବଳଦେବଜୀଉ ମନ୍ଦିରକୁ ପୁରୀ ମନ୍ଦିରରୁ ପାଟବସ୍ତ୍ର ଯାଏ। ରଥ ଉପରେ ନୀତିକାନ୍ତି କେବଳ ରଥ ଉପରେ ହୋଇପାରିବ, ମନ୍ଦିର ଭିତରେ ହୋଇପାରିବ ନାହିଁ।

Advertisment

ସରକାର ରଥ ନିର୍ମାଣ ପାଇଁ ଅନୁମତି ଦେବା ସହ ମହାପ୍ରଭୁଙ୍କୁ ରଥ ଉପରକୁ ଆଣିବା ପାଇଁ ଅନୁମତି ଦିଅନ୍ତୁ ବୋଲି ବିଜୟ ମହାପାତ୍ର ଦାବି କରିଛନ୍ତି। ଏହା ପୂର୍ବରୁ କେନ୍ଦ୍ରାପଡ଼ା ରଥଯାତ୍ରା ଆୟୋଜନ ପାଇଁ ଦାବି ମଧ୍ୟ କରିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଏପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ସେପଟେ, ଗତକାଲି ମଧ୍ୟ କେନ୍ଦ୍ରାପଡ଼ାରେ ଆନ୍ଦୋଳନ ହୋଇଥିଲା। ତୁଳସୀକ୍ଷେତ୍ର ଶ୍ରୀବଳଦେବଜୀଉଙ୍କ ରଥଯାତ୍ରା ଆୟୋଜନ ଦାବିରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା । ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଥିଲା । ଜିଲ୍ଲାର ସମସ୍ତ ତହସିଲ କାର୍ଯ୍ୟାଳୟ ଆଗରେ ମଧ୍ୟ ଜିଲ୍ଲା ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଥିଲା ।

Advertisment

ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟ ସବୁ ମନ୍ଦିରରେ ରଥଯାତ୍ରା ବନ୍ଦ ଘୋଷଣା କରିଛନ୍ତି । ବଳଦେବଜୀଉଙ୍କ ରଥଯାତ୍ରା ଆୟୋଜନ ଲାଗି ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସରକାରଙ୍କ ନିଷ୍ପତ୍ତି ପରେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ ରହିଛି । ପ୍ରଭୁ ବଳଦେବଜୀଉଙ୍କ ରଥଯାତ୍ରା ଆୟୋଜନ ଲାଗି ଅନୁମତି ଦେବାକୁ ଦାବି କରିଛି ଜିଲ୍ଲା ବିଜେପି ।

ସେହିଭଳି ତୁଳସୀକ୍ଷେତ୍ର ସିଦ୍ଧବଳଦେବଜୀଉଙ୍କ ରଥଯାତ୍ରା ପାଇଁ ରାଜ୍ୟ ସରକାର ନିଜ ଆଡୁ ସମସ୍ତ ପ୍ରକାର ଆନ୍ତରିକତା ସହ ଉଦ୍ୟମ କରନ୍ତୁ ବୋଲି କହିଛନ୍ତି କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଶ୍ରୀକ୍ଷେତ୍ର ପୁରୀ ସହ କେନ୍ଦ୍ରାପଡ଼ା ବଳଦେବଜୀଉଙ୍କ ରଥଯାତ୍ରାର ଅନେକ ଧାର୍ମିକ ସାମଞ୍ଜସ୍ୟ ସହ ନୀତିକାନ୍ତିରେ ସମାନତା ରହିଛି ।ସିଦ୍ଧବଳଦେବଜୀଉଙ୍କ ରଥଯାତ୍ରାର ସ୍ୱତନ୍ତ୍ର ପରିଚୟ ଥିବାବେଳେ ଶ୍ରୀକ୍ଷେତ୍ର ରଥଯାତ୍ରା ଭଳି ଏହା ମଧ୍ୟ ବହୁ ପୁରାତନ ଓ ପ୍ରାଚୀନ ପରମ୍ପରା । ରଥଯାତ୍ରା ସହିତ ଅଗଣିତ ଜନସାଧାରଣ ବିଶେଷକରି କେନ୍ଦ୍ରାପଡ଼ାବାସୀଙ୍କ ଧର୍ମୀୟ ଭାବନା ଜଡିତ ରହିଛି ତେଣୁ ଏହି କାରଣରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ୍ ନିୟମାବଳୀକୁ ପ୍ରାଧାନ୍ୟ ଦେଇ ବଳଦେବଜୀଉଙ୍କ ରଥଯାତ୍ରା କରାଇବା ପାଇଁ ପ୍ରଚେଷ୍ଟା ଉଚିତ ହେବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ