Advertisment

Kalpana Dholakia’s emotional message targets BJD: ଭିଡ଼ିଓ ଛାଡ଼ି ବିଜେଡିକୁ ଧୋଇଲେ କଳ୍ପନା ଢୋଲକିଆ, ନୂଆପଡ଼ା ଭୋଟ୍ ପୂର୍ବରୁ ମର୍ମଭରା ଅଭିବ୍ୟକ୍ତି ବାଢ଼ିଲେ

ସ୍ବାମୀଙ୍କ ମୃତ୍ୟୁ ପାଇଁ ବିଜେଡି ଦାୟୀ, ହସ୍ପିଟାଲରେ ପଡ଼ିଥିବାବେଳେ ତାଙ୍କୁ ଦଳର କେହି ଦେଖିବାକୁ ଆସିବା ଦୂରର କଥା ଫୋନଟେ ବି କଲେନି। ଏକ ଭିଡ଼ିଓ ଛାଡ଼ି ଆଜି ଏଭଳି ଢଙ୍ଗରେ ବିଜେଡିକୁ ନିଶାନା କରିଛନ୍ତି ସ୍ବର୍ଗତ ରାଜୁ ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ।

Kalpana Dholkia

Kalpana Dholkia Photograph: (OTV)

Advertisment

ସ୍ବାମୀଙ୍କ ମୃତ୍ୟୁ ପାଇଁ ବିଜେଡି ଦାୟୀ, ହସ୍ପିଟାଲରେ ପଡ଼ିଥିବାବେଳେ ତାଙ୍କୁ ଦଳର କେହି ଦେଖିବାକୁ ଆସିବା ଦୂରର କଥା ଫୋନଟେ ବି କଲେନି। ଏକ ଭିଡ଼ିଓ ଛାଡ଼ି ଆଜି ଏଭଳି ଢଙ୍ଗରେ ବିଜେଡିକୁ ନିଶାନା କରିଛନ୍ତି ସ୍ବର୍ଗତ ରାଜୁ ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ। କହିଛନ୍ତି ବିଜେଡିର ଅଣଦେଖା ହିଁ ମୋ ସ୍ବାମୀଙ୍କ ମୃତ୍ୟୁର ଅନ୍ୟତମ କାରଣ। ତା ସହ ନୂଆପଡ଼ାରେ ବିଜେଡି ପ୍ରଚାରରେ ରାଜୁଙ୍କ ଫଟୋ ବ୍ୟବହାର ନକରିବାକୁ ବି ଦେଇଛନ୍ତି ୱାର୍ଣ୍ଣିଂ। ନୂଆପଡ଼ାରେ ନିର୍ବାଚନ ମାହୋଲ ସରଗରମ ଥିବାବେଳେ କଳ୍ପନା ଏ ଭିଡ଼ିଓକୁ ନେଇ ସୃଷ୍ଟି ହୋଇଛି ବଡ଼ ହଲଚଲ୍। କଳ୍ପନାଙ୍କ ପୂର୍ବରୁ ପୁଅ ଜୟ ବି ନିଶାନା କରିଥିବାବେଳେ ବିଜେଡି ରଖିଛି ଜବାବ।..

Advertisment

ଭିଡ଼ିଓ ଛାଡ଼ି ବିଜେଡିକୁ ଧୋଇଲେ କଳ୍ପନା ଢୋଲକିଆ । ନୂଆପଡ଼ା ଭୋଟ୍ ପୂର୍ବରୁ ମର୍ମଭରା ଅଭିବ୍ୟକ୍ତି ବାଢ଼ିଲେ । ସ୍ପଷ୍ଟ ଚେତାବନୀ ଦେଇ ବିଜେଡିକୁ ପଏଣ୍ଟ ୱାଇଜ୍ ନିଶାନା କଲେ । 
ନୂଆପଡ଼ାର ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ ଆଜି ବିଜୁ ଜନତା ଦଳକୁ ଏମିତି ଶୁଣାଇଛନ୍ତି ରୋକଠୋକ୍ ବାଣୀ। କହିଛନ୍ତି ବିଜେଡିର ଅଣଦେଖା ହିଁ ମୋ ସ୍ବାମୀଙ୍କ ମୃତ୍ୟୁର ଅନ୍ୟତମ କାରଣ। ସ୍ବାସ୍ଥ୍ୟ ଖରାପ ଥିଲା ବେଳେ ବିଜେଡି ନେତାଏ ପଚାରିଲେନି କି ଫୋନ୍ ଟିକେ ବି କଲେନି। ହସ୍ପିଟାଲ୍ ରେ ଚିକିତ୍ସା ନେଇ ପଦେ ସୁଦ୍ଧା ପଚାରିଲେନି। ଅସୁସ୍ଥତା ବେଳେ ନିଜ ଦଳର ସପୋର୍ଟ ଆତ୍ମବଳ ବଢ଼ାଏ, ହେଲେ ୨୪ବର୍ଷ କାଳ ରହିଥିବା ଦଳ ବିଜେଡିଠୁ ଏହା ଆଦୌ ମିଳିନଥିଲା।...

ବିଜେଡି ବ୍ୟବହାର ନକରୁ ସ୍ୱାମୀଙ୍କ ଫଟୋ

ଖାଲି ସେତିକି ନୁହେଁ ବିଜେଡି ପ୍ରଚାରରେ ଢୋଲକିଆ ପରିବାର ନାଁ ନେବାକୁ ବି ବିରୋଧ କରିଛନ୍ତି କଳ୍ପନା। ସଫା ସଫା ଶୁଣାଇଛନ୍ତି- ବିଜେଡି ସ୍ବର୍ଗତଃ ଢୋଲକିଆଙ୍କର ଫଟୋ ଆଦୌ ବ୍ୟବହାର ନକରୁ। ତାସହ ପୁଅ ଟଙ୍କା ନେଇ ଅନ୍ୟ ଦଳକୁ ଯିବା ସମ୍ପର୍କରେ ବିଜେଡି ଯେଉଁ ଅଭିଯୋଗ ଆଣୁଛି, ତାହା ମିଛ ବୋଲି ଦର୍ଶାଇଛନ୍ତି କଳ୍ପନା। ଜୟ ଢୋଲକିଆ ନୂଆପଡ଼ାର ବିକାଶ ପାଇଁ ହିଁ ବିଜେପିରେ ମିଶିଛନ୍ତି। କିନ୍ତୁ ଢୋଲକିଆ ପରିବାରର ଉତ୍ତରାଧିକାରୀ କିଏ ହେବ ସେ ନିଷ୍ପତ୍ତି ଆମ ପରିବାର ନେବ, କୌଣସି ଦଳ ନୁହେଁ ବୋଲି ସ୍ପଷ୍ଟ ଶବ୍ଦରେ ଶୁଣାଇଛନ୍ତି କଳ୍ପନା। ତେଣେ କଳ୍ପନାଙ୍କ ଆକ୍ଷେପ ଓ ଆରୋପ ଉପରେ ପ୍ରତିକ୍ରିୟା ରଖିଛି ବିଜେଡି।... 

Advertisment

ୟା ପୂର୍ବରୁ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବି ବିଜେଡିକୁ କରିଥିଲେ ଟାର୍ଗେଟ୍। କହିଥିଲେ ତାଙ୍କ ବାପା ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଥିଲାବେଳେ ଯେଉଁ ନବୀନ ପଟ୍ଟନାୟକ ଥରୁଟେ ବି ଦେଖିବାକୁ ଆସିଲେନି କି ମୃତ୍ୟୁପରେ ଶ୍ରଦ୍ଧାଞ୍ଜଳି ସଭାକୁ ମଧ୍ୟ ଆସିନଥିଲେ, ସେ ଏବେ ନିର୍ବାଚନ ପ୍ରଚାରରେ ଆସି କେମିତି ଟିପ୍ପଣୀ ଦେଉଛନ୍ତି। ତେବେ ରାଜେନ୍ଦ୍ରଙ୍କ ଅସୁସ୍ଥତା ସମୟରେ ବିଜେଡିର ଅଣଦେଖା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଜେଡି ନେତା ସଞ୍ଜୟ ଦାସବର୍ମା।...

ଗତ ମାସ ୧୦ ତାରିଖରେ ଜୟ ଢୋଲକିଆ ବିଜେପିରେ ମିଶିବା ପରଠୁ ତାଙ୍କ ବିରୋଧରେ ବିଷୋଦଗାର କରୁଛି ବିଜେଡି। ଏମିତିକି ତା ପରଦିନ ବିଜେଡି ନେତା ପ୍ରତାପ ଜେନା ସିଧା ଜୟଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି, ପୋଷ୍ୟ ସନ୍ତାନ ହୋଇଥିବାରୁ ତାଙ୍କ ଦେହରେ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ରକ୍ତ ନାହିଁ ବୋଲି କହିଥିଲେ। ତାସହ ଅର୍ଥ ଲୋଭରେ ସେ ବିକ୍ରି ହୋଇଗଲେ ବୋଲି ବି ଆରୋପ ଲଗାଇଥିଲେ। ଯାହାର କଡ଼ା କାଉଣ୍ଟର ବି କରିଥିଲେ ଜୟ ଢୋଲକିଆ।...

Advertisment

BJD nuapada bypoll Rajendra Dholkia
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ