Advertisment

ଜେଲ ଚାରିକାନ୍ଥ ଭିତରେ ଚାଲିଛି ମଉଜ ମସ୍ତୀ: ଭାଇରାଲ ହେଲା ଭିଡ଼ିଓ

ଜେଲ ଚାରିକାନ୍ଥ ଭିତରେ ଚାଲିଛି ମଉଜ ମସ୍ତୀ। କରୋନା କଟକଣା ଫୁ, ସାମାଜିକ ଦୂରତାର ଖୋଲାଖୋଲି ଧଜିଆ ଉଡ଼ିଛି। ଖୋଦ୍ ରାଜଧାନୀ ଭୁବନେଶ୍ୱର ଝାରପ଼ଡ଼ା ଜେଲରୁ ଆସିଛି ଏହି ଭାଇରାଲ ଭିଡିଓ

ଅଦ୍ୟତନ ହୋଇଛି
ଜେଲ ଚାରିକାନ୍ଥ ଭିତରେ ଚାଲିଛି ମଉଜ ମସ୍ତୀ: ଭାଇରାଲ ହେଲା ଭିଡ଼ିଓ

Jail

Advertisment

ଭୁବନେଶ୍ୱର: ଜେଲ ଚାରିକାନ୍ଥ ଭିତରେ ଚାଲିଛି ମଉଜ ମସ୍ତୀ। କରୋନା କଟକଣା ଫୁ, ସାମାଜିକ ଦୂରତାର ଖୋଲାଖୋଲି ଧଜିଆ ଉଡ଼ିଛି। ଖୋଦ୍ ରାଜଧାନୀ ଭୁବନେଶ୍ୱର ଝାରପ଼ଡ଼ା ଜେଲରୁ ଆସିଛି ଏହି ଭାଇରାଲ ଭିଡିଓ। କେଉଁଠି ସଂଗୀତ ଆସର ଚାଲିଛି ତ ପୁଣି କେଉଁଠି ଆଧୁନିକ ଆଲବମର ତାଳେ ତାଳେ ଝୁମୁଛନ୍ତି ଅନ୍ତେବାସୀ। ତେବେ ଏହି ଭିଡିଓ କେବେକାର ତାହା ସ୍ପଷ୍ଚ ହୋଇନାହିଁ ବୋଲି କହିଛନ୍ତି ଜେଲ୍ ବିଭାଗ ଡିଆଇଜି। ଅନୁସନ୍ଧାନ ଜାରି ରହିଛି , ଭିଡିଓଟି ବୋଧହୁଏ କରୋନା ପୂର୍ବବର୍ତ୍ତୀ ସମୟର ବୋଲି କହିଛନ୍ତି ଡିଆଇଜି।

Advertisment

ଏହା ପଛରେ ଯେଉଁ କର୍ମଚାରୀ ସଂପୃକ୍ତ ଥିବେ ସେମାନଙ୍କ ବିରୋଧରେ ତଦନ୍ତ କରି କାର୍ଯ୍ୟାନୁଷ୍ଟାନ ନିଆଯିବ ବୋଲି ସେ କହିଛନ୍ତି। ଅପରେସନ୍ କ୍ଲିନକୁ ଡାଇଭର୍ଟ କରିବା ପାଇଁ ଏହା ଚକ୍ରାନ୍ତ ହୋଇଥାଇପାରେ ବୋଲି ସେ କହିଛନ୍ତି। ଏହା ସହ ରେଡ୍ ବେଳେ ମାଟିତଳୁ ୯ଟି ମୋବାଇଲ ମିଳିବା ପ୍ରସଙ୍ଗରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ଜେଲ୍ ବିଭାଗ ଡିଆଇଜି। କେବଳ ଝାରପଡ଼ା ନୁହେଁ ରାଜ୍ୟର ସବୁ ଜେଲରେ ସର୍ଚ୍ଚ କରାଯିବ। ଏନେଇ ଏକ ସ୍ୱ୍କାର୍ଡ଼ ମଧ୍ୟ ଗଠନ ହେବ ବୋଲି ସେ କହିଛନ୍ତି।

ଗୋଟିଏ ପଟେ ଜେଲର କରୋନା ବଢୁଥିବା ବେଳେ ତାହାକୁ ନେଇ ଚିନ୍ତା ବଢିଛି। ଆଉ ଏପଟେ ଜେଲ ଭିତରେ ହୋଇଥିବା ଏକ ମସ୍ତୀକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ଏଠାରେ ସୂଚନା ଦେଉଛୁ କି, କରୋନା ମହାମାରୀ ଭୟରେ ଚାରିଆଡେ ତ୍ରାହିତ୍ରାହି। ତେବେ ଜନବସତିଠାରୁ ଅଲଗା ରହୁଥିବା ଜେଲ୍ ଭିତରେ ବି ଆତଙ୍କ ଖେଲାଇଲାଣି ଏହି ମହାମାରୀ। ରାଜ୍ୟର ବିଭିନ୍ନ ଜିଲ୍ଳା କାରାଗାର ଏବଂ ଉପ କାରଗାରରେ ଏବେ କରୋନା କହର ଦେଖିବାକୁ ମିଳିଲାଣି। ସଂକ୍ରମଣର ଶିକାର ହେଉଛନ୍ତି ଅନ୍ତେବାସୀ ଓ କର୍ମଚାରୀ। ସ୍ଥିତିକୁ ଦେଖି ଅନ୍ତେବାସୀଙ୍କ ସଂର୍ପକୀୟଙ୍କ ଆଶଙ୍କା ବଢିଥିବା ବେଳେ ମୁକାବିଲା ପାଇଁ ତତ୍ପର ହୋଇଛନ୍ତି ଜିଲ୍ଲା ପ୍ରଶାସନ ଓ ଜେଲ୍ କର୍ତ୍ତୃପକ୍ଷ। ଆଉ ଏହାରି ମଧ୍ୟରେ ନାତଗୀତର ଦୃଶ୍ୟ ସମସ୍ତଙ୍କୁ  ବ୍ୟଥିତ କରିଛି।

Advertisment

ସେପଟେ, ୩ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଦଳବଦଳ କଲେ ରାଜ୍ୟ ସରକାର। ଭୁବନେଶ୍ୱର, ପୁରୀ ଓ ବଲାଙ୍ଗିର ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟଙ୍କ ଅଦଳବଦଳ ହୋଇଛି। ଭୁବନେଶ୍ୱର ସ୍ପେଶାଲ୍‌ ଜେଲ୍ ସୁପରିଣ୍ଟେଣ୍ଡେଣ୍ଟ ଧିରେନ୍ଦ୍ର ନାଥ ବାରିକଙ୍କୁ ବଲାଙ୍ଗିର ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟ ଭାବେ ବଦଳି କରାଯାଇ ଥିବାବେଳେ ପୁରୀ ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ସରୋଜ କୁମାର ବିଶ୍ୱାଳଙ୍କୁ ଭୁବନେଶ୍ୱର ସ୍ପେଶାଲ୍‌ ଜେଲ୍‌ରସୁପରିଣ୍ଟେଣ୍ଡେଣ୍ଟ ଭାବେ ବଦଳି କରାଯାଇଛି। ସେହିପରି ବଲାଙ୍ଗିର ଜେଲ୍‌ ସୁପରିଣ୍ଟେଣ୍ଡେଣ୍ଟ ଉର୍ମିଳା ମିଞ୍ଜ୍‌ଙ୍କୁ ପୁରୀ ଜେଲ୍‌ର ସୁପରିଣ୍ଟେଣ୍ଡେଣ୍ଟ ଭାବେ ବଦଳି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ