Advertisment

Jatra Comedy Legend : ଯାତ୍ରାକୁ ଲାଗିଛି ଗ୍ରହଣ , କାଲି ନଳି ଆଜି ବୁଦ୍ଧିଆନା

ଯାତ୍ରାର ସେ ଥିଲେ କମେଡି କିଙ୍ଗ୍ । ମଞ୍ଚରେ ତାଙ୍କ ପାଦ ପଡୁପଡୁ ଦର୍ଶକଙ୍କ ଓଠରେ ହସ ଫୁଟୁଥିଲା । ଚିକମିକ୍ ଏ ଆଲୁଅର ରଙ୍ଗ ଆହୁରି ଝଲସି ଯାଉଥିଲା । ହେଲେ ଏ ମଞ୍ଚରେ ତାଙ୍କୁ ଆଉ ଦେଖିବାକୁ ମିଳିବନି ।

Mohana-Jatra-Actor-Death

Mohana-Jatra-Actor-Death Photograph: (OTV)

Advertisment

ଯାତ୍ରାର ସେ ଥିଲେ କମେଡି କିଙ୍ଗ୍ । ମଞ୍ଚରେ ତାଙ୍କ ପାଦ ପଡୁପଡୁ ଦର୍ଶକଙ୍କ ଓଠରେ ହସ ଫୁଟୁଥିଲା । ଚିକମିକ୍ ଏ ଆଲୁଅର ରଙ୍ଗ ଆହୁରି ଝଲସି ଯାଉଥିଲା । ହେଲେ ଏ ମଞ୍ଚରେ ତାଙ୍କୁ ଆଉ ଦେଖିବାକୁ ମିଳିବନି । ତାଙ୍କ ହସ ମିସା କଥା ଆଉ ଦର୍ଶକଙ୍କ କାନରେ ପଡ଼ିବନି । ସବୁଦିନ ପାଇଁ ଚୀରନିଦ୍ରାରେ ଶୋଇଯାଇଛନ୍ତି କଳିଙ୍ଗର କମେଡିଆନ୍ ଦେବେନ୍ଦ୍ର ଦାଶ ଓରଫ୍ । ହଠାତ୍ ଗତକାଲି ରାତିରେ ଅସୁସ୍ଥ ହେବା ପରେ ତାଙ୍କୁ ପ୍ରଥମେ ଛେଳିଗଡ ମେଡ଼ିକାଲକୁ ନିଆଯାଇଥିଲା । ହେଲେ ତାଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ ଚନ୍ଦ୍ରଗିରି ହସ୍ପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ l କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l

Advertisment



ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ଗୋପାଳପୁରରେ ଦେବେନ୍ଦ୍ର ଦାଶଙ୍କ ଘର । ଦେବେନ୍ଦ୍ର ୫୦ ବର୍ଷରୁ ଅଧିକ ସମୟ ଯାତ୍ରାରେ ଅଭିନୟ କରିଥିଲେ । ତାଙ୍କର ଅନେକ ନାଟକ ସପର ହିଟ୍ ହୋଇଛି । ଦେବେନ୍ଦ୍ର ଦାଶ ନାଁ ବଦଳରେ ବୁଦ୍ଧିଆନା ନାଁ ତାଙ୍କର ବେଶ୍ ଲୋକଙ୍କ ନିକଟରେ ସେ ପରିଚତ ହୋଇଛନ୍ତି ।  ଗଜପତି ଜିଲ୍ଲା ଛେଳିଗଡରେ ଶୁକ୍ରବାର ଦିନ କଳିଙ୍ଗ ଗଣନାଟ୍ୟ ନାଟକ ଶୁଭାରମ୍ଭ କରିଥିଲା l ହେଲେ ନାଟକ ଆରମ୍ଭ ହେବାର ମାତ୍ର କିଛି ସମୟ ପରେ ହଠାତ କମେଡିଆନ୍ ବୁଦ୍ଧିଆନା ଅସୁସ୍ଥ ହୋଇପଡ଼ିଲେ l ପରେ ପରେ ତାଙ୍କର ପରଲୋକ ଘଟିଛି । ଦେବେନ୍ଦ୍ରଙ୍କ ମୃତ୍ୟୁ ଖବର ପାଇବା ପରେ ନାଟକ ବନ୍ଦ କରାଯାଇଥିଲା । ବୁଦ୍ଧିଆନାଙ୍କ ପରଲୋକ କଳିଙ୍ଗ ଗଣନାଟ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି । ଆଉ ଯାତ୍ରା ଜଗତ ଓ କଳାକାରଙ୍କ ମଧ୍ୟରେ ଶୋକାକୂଳ ପରିବେଶ ଖେଳାଇଦେଇଛି । ବୁଧିଆଙ୍କ ଅମର ଆତ୍ମାର ସଦଗତି କାମନା କରିଛି ଯାତ୍ରା କଳାକାର ଓ କର୍ମଚାର ସଂଘ । 

ହାସ୍ୟ ଅଭିନେତା ଦେବେନ୍ଦ୍ର ଯାତ୍ରା ପ୍ରେମୀଙ୍କ ହୃଦୟରେ ନିଜୟ ଏକ ସ୍ବତନ୍ତ୍ର ସ୍ଥନ ତିଆରି କରିଥିଲେ । ହେଲେ ହଠାତ୍ ତାଙ୍କ ପରଲୋକ ଯାତ୍ରା ଜଗତ ପାଇଁ ଏକ ଶୂନ୍ୟସ୍ଥାନ ସଷ୍ଟି କରିଛି । ଗତକାଲି ଅଷ୍ଟଶମ୍ଭୁ ଅପେରାର ଖଳନାୟକ ନରେନ୍ଦ୍ର ଦାସ ଓରଫ ନଳିଙ୍କ ପରଲୋକ ଘଟିଥିଲା । ଦୁଇ ଦିନରେ ଦୁଇ ଜଣ କଳାକାରଙ୍କ ପରଲୋକ ଯାତ୍ରା ଜଗତକୁ ସ୍ତବ୍ଧ କରିଦେଇଛି । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ