Advertisment

IRS Officer Accused Of Assault: ଭୁବନେଶ୍ୱରରେ IRS ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ମାମଲା, ତଦନ୍ତ କରିବେ ଅତିରିକ୍ତ DCP

ଭୁବନେଶ୍ୱରରେ IRS ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ମାମଲା। ଅତିରିକ୍ତ DCP ପାହ୍ୟା ଅଫିସରଙ୍କୁ ତଦନ୍ତ ଦାୟିତ୍ୱ।ଅତିରିକ୍ତ DCP ଆରତୀ ଗିରି କରିବେ ମାମଲାର ତଦନ୍ତ। ସହିଦନଗର ଥାନାରେ ସେଣ୍ଟ୍ରାଲ୍ GST ଟିମର ତନାଘନା।

IRS Officer Accused Of Assault

ଭୁବନେଶ୍ୱରରେ IRS ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ମାମଲା Photograph: (OTV)

Advertisment

ଭୁବନେଶ୍ବର ଆୟକର ବିଭାଗ ସରକାରୀ କ୍ୱାର୍ଟର୍ସରେ ମହିଳାଙ୍କୁ IRS ଅଫିସରଙ୍କ ଦୁଷ୍କର୍ମ ଅଭିଯୋଗ ଘଟଣା। ତଦନ୍ତକାରୀ ଅଫିସର ଭାବେ ଜଣେ ଅତିରିକ୍ତ DCP ପାହ୍ୟା ଅଫିସରଙ୍କୁ ଦାୟିତ୍ବ ଦିଆଯାଇଛି। ଅତିରିକ୍ତ DCP ଆରତୀ ଗିରି ଏହି ମାମଲାର ତଦନ୍ତ କରିବେ। ଆରତୀ ସହିଦନଗର ଥାନାରେ ପହଂଚି ମାମଲା ସମ୍ପର୍କିତ ସମସ୍ତ କାଗଜପତ୍ର ନେଇଛନ୍ତି। 

Advertisment

ସେପଟେ ଏହି ମାମଲାରେ ସହିଦନଗର ଥାନାରେ ସେଣ୍ଟ୍ରାଲ୍ GSTର ଏକ ଟିମ୍ ମଧ୍ୟ ପହଞ୍ଚି ତନାଘନା ଚଲାଇଛନ୍ତି। IRS ବାବୁଙ୍କ ବିରୋଧରେ ସରକାରୀ କ୍ବାର୍ଟର୍ସରେ ସଂପର୍କୀୟ ଭଉଣୀଙ୍କ ପଡ଼ୋଶିନୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରିକି ଅଧିକାରୀ ଜଣକ ଆପତ୍ତିଜନକ ଭିଡ଼ିଓ ସହ ଫଟୋ ଭାଇରାଲ କରିବାକୁ ଧମକ ମଧ୍ୟ ଦେଉଥିଲେ । କୁହାଯାଉଛି, ସରକାରୀ ବାବୁ ଜଣେ ଇଣ୍ଡିଆନ୍ ରେଭ୍ୟନୁ ତଥା IRS ଅଫିସର। 

  • ଭୁବନେଶ୍ୱରରେ IRS ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ମାମଲା
  • ଅତିରିକ୍ତ DCP ପାହ୍ୟା ଅଫିସରଙ୍କୁ ତଦନ୍ତ ଦାୟିତ୍ବ
  • ଅତିରିକ୍ତ DCP ଆରତୀ ଗିରି କରିବେ ମାମଲାର ତଦନ୍ତ
  • ସହିଦନଗର ଥାନାରେ ସେଣ୍ଟ୍ରାଲ୍ GST ଟିମର ତନାଘନା
Advertisment
Police Investigation Bhubaneswar Crime Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ