Advertisment

ଭିନ୍ନ ଜାତିରେ ବିବାହ କରିବାରୁ ସ୍ୱାମୀ-ସ୍ତ୍ରୀଙ୍କୁ ଅଲଗା କରିଦେଲେ

ଉମରକୋଟ: ଭିନ୍ନ ଜାତିରେ ବିବାହ କଲେ ବୋଲି କଙ୍ଗାରୁ କୋର୍ଟରେ ଜଣେ ଯୁବକଙ୍କୁ ସାମାଜିକ ବାସନ୍ଦ ହେବାକୁ ପଡ଼ିଛି। ଏପରିକି ତାଙ୍କୁ ତାଙ୍କ ପତ୍ନୀଙ୍କଠୁ ବି ଅଲଗା ହେବାକୁ ପଡ଼ିଛି। ଶେଷରେ ନ୍ୟାୟ ପାଇଁ ବାରଦୁଆର ହେଉଥିଲେ ବି କେହି ତାଙ୍କ ଗୁହାରି ଶୁଣୁନଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖାଡଙ୍ଗା ଗାଁରୁ ଏଭଳି ଅଭିଯୋଗ ଆସିଛି। ଗାଁର ପ୍ରତାପ କଲାର ନାମକ ଜଣେ ଯୁବକ ସେହି ଗାଁର ଜଣେ ଯୁବତୀଙ୍କୁ ପ୍ରେମ ବିବାହ […]

ଅଦ୍ୟତନ ହୋଇଛି
Advertisment

ଉମରକୋଟ: ଭିନ୍ନ ଜାତିରେ ବିବାହ କଲେ ବୋଲି କଙ୍ଗାରୁ କୋର୍ଟରେ ଜଣେ ଯୁବକଙ୍କୁ ସାମାଜିକ ବାସନ୍ଦ ହେବାକୁ ପଡ଼ିଛି। ଏପରିକି ତାଙ୍କୁ ତାଙ୍କ ପତ୍ନୀଙ୍କଠୁ ବି ଅଲଗା ହେବାକୁ ପଡ଼ିଛି। ଶେଷରେ ନ୍ୟାୟ ପାଇଁ ବାରଦୁଆର ହେଉଥିଲେ ବି କେହି ତାଙ୍କ ଗୁହାରି ଶୁଣୁନଥିବା ଅଭିଯୋଗ ହୋଇଛି। ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଖାଡଙ୍ଗା ଗାଁରୁ ଏଭଳି ଅଭିଯୋଗ ଆସିଛି।

Advertisment

ଗାଁର ପ୍ରତାପ କଲାର ନାମକ ଜଣେ ଯୁବକ ସେହି ଗାଁର ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ। ଦୁହେଁ ଘରୁ ପଳାଇଥିଲେ। ଛତିଶଗଡ଼ର କୋଣ୍ଡାଗାଁକୁ ଯାଇ ଉଭୟ ସେଠାରେ କୋର୍ଟ ମ୍ୟାରେଜ୍‌ ଓ ପରେ ଏକ ମନ୍ଦିରରେ ବିବାହ କରିଥିଲେ।

ବିବାହ ପରେ ନିଜ ଗାଁକୁ ଫେରିବା ପରେ ସମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକେ ପ୍ରତାପଙ୍କ ଘରକୁ ଆସି ଧମକ ଚମକ ଦେବାସହ ଝିଅକୁ ମାରପିଟ୍ କରି ଘରକୁ ନେଇଯାଇଥିବା ଅଭିଯୋଗ ହୋଇଛି। ଏନେଇ ପ୍ରତାପ ରାଇଘର ଥାନାର ଦ୍ୱାରସ୍ଥ ହେବା ପରେ ଉଭୟ ପକ୍ଷଙ୍କୁ ବୁଝାମଣା କରି ଘରକୁ ଫେରାଇ ଦେଇଥିଲା ପୋଲିସ୍‌। ଶେଷରେ ଏହି ନବଦମ୍ପତି ଦୁଇମାସ କାଳ ଏକାସାଙ୍ଗରେ ରହି ସଂସାର କରୁଥିବାବେଳେ ହାଟଭରଣ୍ଡିରେ ଏକ କଙ୍ଗାରୁ କୋର୍ଟ କରି ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିବା ଅଭିଯୋଗ ହୋଇଛି। ୩୨ ହଜାର ଟଙ୍କା ଦାଖଲ କରିଥିଲେ କଙ୍ଗାରୁ କୋର୍ଟରେ।  ତଥାପି ମାମଲାର କୌଣସି ସମାଧାନ ହୋଇପାରିନଥିବା ପ୍ରତାପ ଅଭିଯୋଗ କରିଛନ୍ତି।

Advertisment

ଉଭୟଙ୍କୁ ଅଲଗା ଅଲଗା କରି ଦିଆଯାଇଥିବା ଅଭିଯୋଗ ହୋଇଛି। ତେବେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୋଲିସ୍‌ କହିଛି। ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଇଘର ଥାନା ଅଧିକାରୀ ଅଭୟ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ