Film
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସମୟରେ ଫିଲ୍ମ କିମ୍ବା କୌଣସି ସିରିଏଲ ସୁଟିଂ ହୋଇପାରିବ ନାହିଁ। ସମସ୍ତ ପ୍ରକାର ଇନଡୋର୍, ଆଉଟଡୋର୍ ସୁଟିଂ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦ୍ରୁତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି SRC ଏହି ନିର୍ଦ୍ଦେଶ ଦେଇଛନ୍ତି।ଏନେଇ ସମସ୍ତ ବିଭାଗକୁ ପଦକ୍ଷେପ ଗ୍ରହଣ ପାଇଁ SRC ନିର୍ଦ୍ଦେଶ ବି ଦେଇଛନ୍ତି। ତେଣୁ ରାଜ୍ୟରେ ଚାଲିଥିବା ସମସ୍ତ ସୁଟିଂ ଏବେ ବନ୍ଦ ରହିବ। ପରବର୍ତ୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ସୁଟିଂ ହୋଇପାରିବ ନାହିଁ କୌଣସି ଫିଲ୍ମ ଓ ସିରିଏଲ୍ ବୋଲି ସୂଚନା ମିଳିଛି। ରାଜ୍ୟରେ ଗତ କିଛି ଦିନ ହେଲା ଲଗାତାର ଭାବରେ ସଂକ୍ରମଣ ବଢିବାରେ ଲାଗିଛି। ତେଣୁ ସଂକ୍ରମଣକୁ ରୋକିବାକୁ ସରକାର ଏମିତି ନିଷ୍ପତ୍ତି ନେଇଥିବା କୁହାଯାଇଛି।
/odishatv-khabar/media/post_attachments/wp-content/uploads/2021/05/186468657_582456702709073_4667075324931035083_n.jpg)
ତେବେ ସୂଚନା ଅନୁସାରେ, ରାଜ୍ୟରେ ଥମିବାରେ ନା ନେଉ ନାହିଁ ସଂକ୍ରମଣ। ପୁଣି ଥରେ ଉପରମୁହାଁ ରହିଛି କରୋନା ଗ୍ରାଫ୍। ଗତ ୨୪ ଘଂଟାରେ ରାଜ୍ୟରେ ମୋଟ୍ ୧୧୭୩୨ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬,୫୬୯ ଜଣ ସଂକ୍ରମିତ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫,୧୬୩ ଜଣ ଲୋକାଲ କେସ୍ ବା ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ୨୨୪୪୯୨କୁ ବୃଦ୍ଧି ପାଇଛି। ଏହାସହ ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୧,୦୭,୪୦୩ ରହିଥିବା ବେଳେ ୫,୦୨,୪୫୫ ଜଣ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି। ତେବେ ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୧୭୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଂଟା ମଧ୍ୟରେ ରାଜ୍ୟରୁ ୧୯ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ।
ସେପଟେ, ଦେଶରେ କମୁଛି, ହେଲେ ରାଜ୍ୟରେ ଥମୁନି କରୋନା ସଂକ୍ରମଣ। କରୋନା ଦ୍ୱିତୀୟ ଲହର ଢେଉ ଭଳି ମାଡ଼ି ଆସିବା ପରେ ଲକଡାଉନ୍ ଷ୍ଟ୍ରାଟେଜି ପାଇଁ ଏବେ ଦିଲ୍ଲୀ, ମହାରାଷ୍ଟ୍ର ଭଳି ଅଧିକ ପ୍ରଭାବିତ ରାଜ୍ୟରେ ଖସୁଛି ସଂକ୍ରମଣ ହାର। ହେଲେ ଓଡ଼ିଶାରେ ଲକଡାଉନ୍ କଟକଣାକୁ ୧୨ ଦିନ ଛୁଇଁଥିଲେ ବି ସଂକ୍ରମଣ ହାରରେ କୌଣସି ପରିବର୍ତ୍ତନ ହେଉନଥିବାରୁ ଏହା ଚିନ୍ତା ବଢାଇଛି। ଏପଟେ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲା ସମେତ ୧୦ଟି ଜିଲ୍ଲାରେ ସଂକ୍ରମଣ ସ୍ଥିର ଏବଂ ହ୍ରାସ ପାଉଥିବା ବେଳେ ଲୋକେ ଯଦି ଆଉ କିଛି ଦିନ ସହଯୋଗ କରିବେ, ତେବେ କୋରନାକୁ ସମ୍ପୂର୍ଣ୍ଣ ଦୂରେଇ ଦେଇପାରିବା ବୋଲି ଗତକାଲି ସୂଚନା ଦେଇଥିଲେ ମୁଖ୍ୟ ଶାସନ ସଚିବ। କରୋନା ବଢୁଥିବାରୁ ସରକାର ପୁଣି ଥରେ ଲକଡାଉନ୍ ବଢାଇବା ନେଇ ଚର୍ଚ୍ଚା ମଧ୍ୟ ହେଉଛି କିନ୍ତୁ କୌଣସି ସୂଚନା ସରକାରଙ୍କ ପକ୍ଷରୁ ମିଳିନାହିଁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pegasus_LARGE_t_1581_106603064_1621146738.jpg)