Advertisment

One Teacher, Big Change: ଆଦିବାସୀ ମୂଲକରେ ଭିନ୍ନ ଜଣେ ଶିକ୍ଷକ, ଅଳ୍ପ ଦିନରେ ବଦଳିଗଲା ସ୍କୁଲର ଚିତ୍ର

ଆଦିବାସୀ ମୂଲକରେ ଭିନ୍ନ ଜଣେ ଶିକ୍ଷକ। ଚାକିରୀ ପାଇଁ ପାଠ ପଢ଼ାଇବା ନୁହେଁ, ନିଶା କରିନେଇଛନ୍ତି ଶିକ୍ଷା ଦାନକୁ। ଯେଉଁଠି ୫୦ ପ୍ରତିଶତ ପିଲା ଆସୁନଥିଲେ ସ୍କୁଲ, ଏବେ ସେଠି ୯୦ରୁ ୯୫ ପ୍ରତିଶତ ଉପସ୍ଥାନ। ସବୁ ପିଲା ସ୍କୁଲ ଯାଉଛନ୍ତି, ପାଠ ପଢୁଛନ୍ତି।

Teacher

Teacher Photograph: (OTV)

Advertisment

ନା ଥିଲା ପିଲାଙ୍କ ଇଚ୍ଛା, ନା ଥିଲା ବାପା-ମାଙ୍କର ପ୍ରୟାସ। ସ୍କୁଲ ଯିବା, ପାଠ ପଢିବ ସେମାନଙ୍କ ପାଇଁ କୌଣସି ଅଭିଶାପଠାରୁ କମ ନ ଥିଲା। ହେଲେ ବଦଳିଛି ସମୟ, ଦିନେ ସ୍କୁଲ ଆସିବାକୁ ଚାହୁଁ ନ ଥିବା ପିଲା ଆଜି ପାଠ ପଢିବାରେ ମସଗୁଲ୍।

Advertisment

ବାଲେଶ୍ୱର ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ନୀଳଗିରି ବ୍ଲକ କେସିପୁର ପଞ୍ଚାୟତ। କେସିପୁର ପଞ୍ଚାୟତରେ ରହିଛି ଗବପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ସ୍କୁଲ ଅଛି, ଶିକ୍ଷକ ବି ଅଛନ୍ତି। ହେଲେ ପିଲା ଆସନ୍ତି ନାହିଁ। କାରଣ, ଆଦିବାସୀ ଇଲାକାରେ ବାପା-ମା କାମକୁ ଗଲେ ପିଲା ଜଗୁଥିଲେ ଘର। କାରଣ ଅଭାବୀ ପରିବାରରେ ପେଟକୁ ମୁଠାଏ ଦାନା ହିଁ ଦେଇଥାଏ ସବୁ ଖୁସି। ତେଣୁ ପାଠ ପଢ଼ାଇବା ପାଇଁ ପିଲାମାନଙ୍କୁ ସେମାନେ କିପରି ବା ପ୍ରୋତ୍ସାହିତ କରିଥାନ୍ତେ। 

କିନ୍ତୁ 2015 ମସିହାରେ ଅଜ୍ଞାନତାର ଏଇ ଅନ୍ଧାରୀ ମୂଲକରେ ଜ୍ଞାନର ଆଲୋକ ସାଜି ଆସିଥିଲେ ସଞ୍ଜୟ ସାର୍। ଆଉ ତାପରେ ବଦଳି ଯାଇଛି ଚିତ୍ର। ଯେଉଁଠି 50 ପ୍ରତିଶତ ପିଲା ଆସୁନଥିଲେ ସ୍କୁଲ, ଏବେ ସେଠି 90ରୁ 95 ପ୍ରତିଶତ ଉପସ୍ଥାନ। ପଞ୍ଚାୟତରେ ସବୁ ପିଲା ସ୍କୁଲ ଯାଉଛନ୍ତି, ପାଠ ପଢୁଛନ୍ତି । 

Advertisment

ସ୍କୁଲକୁ ସୁଅ ଛୁଟିଛି ପିଲାଙ୍କର

2015 ମସିହାରେ ସହକାରୀ ଶିକ୍ଷକ ଭାବରେ ଗବପାଳ ସ୍କୁଲ ରେ ଯୋଗଦାନ କରିଥିଲେ ସଞ୍ଜୟ ସାର୍। ଏହାପରେ ସ୍କୁଲର ସ୍ଥିତି ଦେଖି ପ୍ରଥମେ ଘରକୁ ଘର ଯାଇ ପିଲାଙ୍କୁ ଓ ଅଭିଭାବକଙ୍କୁ ବୁଝାଇଥିଲେ। ପାଠ ପଢ଼ିବା ଦ୍ୱାରା ଜୀବନରେ କିଭଳି ସଫଳତା ମିଳେ, ତାକୁ ସ୍ୱପ୍ନ ଆକାରରେ ଅଭିଭାବକଙ୍କ ଆଖିରେ ସଜାଇ ଦେଇଥିଲେ। ଏହା ପରଠାରୁ ସ୍କୁଲକୁ ସୁଅ ଛୁଟିଛି ପିଲାଙ୍କର। 

ଗୁରୁତ୍ୱପୂର୍ଣ୍ଣ କଥା ହେଲା, କେବଳ ସ୍କୁଲ ନୁହେଁ ସ୍କୁଲ ସମୟ ପରେ ବି ପିଲାଙ୍କ ପାଇଁ ସମୟ ଦେଇଥାନ୍ତି ସାର୍। ସ୍କୁଲ ସରିଲା ପରେ ଗଛ ମୂଳରେ ଗାଁ ଦାଣ୍ଡରେ ପିଲାଙ୍କୁ ଦେଇଥାନ୍ତି ବିଭିନ୍ନ ପ୍ରକାର ସାଧାରଣ ଜ୍ଞାନର ଶିକ୍ଷା। କେବଳ ସେତିକି ନୁହେଁ ଯଦି କେହି ସ୍କୁଲ ନ ଆସୁଛି ତା ଘର ବି ପହଞ୍ଚି ବୁଝାଇ ସ୍କୁଲକୁ ଧରି ଆଣିବାକୁ ପ୍ରୟାସ ଜାରି ରଖିଥାନ୍ତି। 

Advertisment
School Teacher
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ