Advertisment

ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର

ବଦଳିଲେ ଭୁବନେଶ୍ୱର ମହାନଗର ନିଗମ( BMC) କମିଶନର IAS ସଞ୍ଜୟ କୁମାର ସିଂ ହେଲେ BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ହେଲେ GA ବିଭାଗର OSD ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଅତିରିକ୍ତ ଦାୟିତ୍ୱ ଡ. କ୍ରିଷନ…

ଅଦ୍ୟତନ ହୋଇଛି
ବଦଳିଲେ ଭୁବନେଶ୍ୱର ମହାନଗର ନିଗମ କମିଶନର

bmc

Advertisment
  • ବଦଳିଲେ ଭୁବନେଶ୍ୱର ମହାନଗର ନିଗମ( BMC) କମିଶନର
  • IAS ସଞ୍ଜୟ କୁମାର ସିଂ ହେଲେ BMC କମିଶନର
  • ପ୍ରେମଚନ୍ଦ୍ର ଚୌଧୁରୀ ହେଲେ GA ବିଭାଗର OSD
  • ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଅତିରିକ୍ତ ଦାୟିତ୍ୱ
  • ଡ. କ୍ରିଷନ କୁମାରଙ୍କୁ ଇଡ୍‌କୋ ସିଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ
Advertisment

ଭୁବନେଶ୍ୱର: ବଦଳିଲେ ଭୁବନେଶ୍ୱର ମହାନଗର ନିଗମ( BMC) କମିଶନର। ୧୯୯୭ ବ୍ୟାଚ୍‌ର IAS ସଞ୍ଜୟ କୁମାର ସିଂଙ୍କୁ BMC କମିଶନର ଭାବେ ନିଯୁକ୍ତ କରାଯାଇଛି। BMC କମିଶନର ସହ ବିଡିଏ ଉପାଧ୍ୟକ୍ଷ ଭାବେ ମଧ୍ୟ ସଞ୍ଜୟ କୁମାର ସିଂଙ୍କୁ ଅତିରିକ୍ତ ଦାୟିତ୍ୱ ମିଳିଛି। ଏହାସହ ତାଙ୍କୁ ଭୁବନେଶ୍ୱର ସ୍ମାର୍ଟ ସିଟି ସିଇଓ ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ୱ ମିଳିଛି। ସଞ୍ଜୟ କୁମାର ସିଂ ଏବେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ସଚିବ ଅଛନ୍ତି। ଏଥିସହ ସେ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ସଚିବ ଏବଂ ଇଡ୍‌କୋ ସିଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱରେ ମଧ୍ୟ ଅଛନ୍ତି।

ତେବେ BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ  ସାଧାରଣ ପ୍ରଶାସନ ବିଭାଗର OSD ଭାବେ ନିଯୁକ୍ତ ପାଇଛନ୍ତି। ସେହିପରି ଶିଳ୍ପ ବିଭାଗର ସଚିବ ଥିବା ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଅତିରିକ୍ତ ଦାୟିତ୍ୱ, ରାଜସ୍ୱ ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅତିରିକ୍ତ ଦାୟିତ୍ୱ, ପୂର୍ତ୍ତ ବିଭାଗର ସଚିବ ଡ. କ୍ରିଷନ କୁମାରଙ୍କୁ ଇଡ୍‌କୋ ସିଏମ୍‌ଡି ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି।

Advertisment

ବର୍ତ୍ତମାନ କରୋନାର ଦ୍ୱିତୀୟ ଲହରର ମୁକାବିଲା ଚାଲିଥିବା ବେଳେ ବିଏମ୍‌ସିରୁ କାହିଁକି ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ହଟାଗଲା, ତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ