Nikita Murder Case Photograph: (OTV)
ଅଭିନେତ୍ରୀ ନିକିତାଙ୍କୁ ହତ୍ୟା କରିଛନ୍ତି ସ୍ବାମୀ ! ଛାତରୁ ପଡ଼ି ନିକିତାଙ୍କ ମୃତ୍ୟୁ ମାମଲାର ବଡ଼ ଖୁଲାସା । କୋର୍ଟଙ୍କ ରାୟ ପରେ ଲିପନ ସାହୁଙ୍କୁ ଆଜୀବନ । ବହୁଚର୍ଚ୍ଚିତ ଅଭିନେତ୍ରୀ ନିକିତା ହତ୍ୟା ମାମଲାର ଶୁଣାଣି କରି କଟକ ଏଡିଜେ-୩ କୋର୍ଟ ରାୟ ପ୍ରକାଶ କରିଛନ୍ତି ।
ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ୍ ନିକିତାଙ୍କ ସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ସଜା ଦେଇଛନ୍ତି । ଏବଂ ଏହି ମାମଲାରେ ଲିପନଙ୍କ ବାପା ଓ ମାଆ ନିର୍ଦ୍ଦୋଶରେ ଖଲାସ ହୋଇଛନ୍ତି । ୨୦୧୯ରେ ନିଜ ଘର ଛାତରୁ ପଡ଼ି ନିକିତାଙ୍କ ମୃତ୍ୟୁ ହୋଇଥିଲା ।
ପରେ ନିକିତାଙ୍କ ପରିବାର ଲୋକଙ୍କ ଥାନାରେ ଯୌତୁକ ଜନିତ ନିର୍ଯାତନା ସହ ହତ୍ୟା ଅଭିଯୋଗ ଆଣିଥିଲେ । ତେଣୁ ପୋଲିସ ଆଇପିସି ଧାରା ୩୦୨ରେ ହତ୍ୟା ମାମଲା ରୁଜୁ କରିଥିଲା । ତେବେ ନଜର ପକାନ୍ତୁ ସେ ସମୟର ପୂରା ଘଟଣା କିଭଳି ରହିଥିଲା ।
୧. ୨୦୧୬ରେ ଲିପନଙ୍କୁ ପ୍ରେମ ବିବାହ କରିଥିଲେ ନିକିତା
୨. ବିବାହ ପରେ ପରେ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା
୩. ଶାଶୁଘର ଲୋକଙ୍କ ନାଁରେ ଶାରୀରିକ ଓ ମାନସିକ ନିର୍ଯାତନା ଅଭିଯୋଗ ଆଣିଥିଲେ
୪. ୨୦୧୯ ଜାନୁଆରି ୪ରେ ଛାତରୁ ହଠାତ୍ ଖସି ପଡ଼ିଥିଲେ ନିକିତା
୫. ଚିକିତ୍ସାଧୀନ ଅବସ୍ଥାରେ ୨୦୧୯ ଜାନୁଆରୀ ୫ରେ ନିକିତାଙ୍କ ମୃତ୍ୟୁ ହୋଇଥିଲା
୬. ନିକିତାଙ୍କ ପରିବାର ଶାଶୁଘର ଲୋକଙ୍କ ନାଁରେ ହତ୍ୟା ଅଭିଯୋଗ ଆଣିଥିଲେ
୭. ସ୍ବାମୀ ଲିପନ ନିକିତାଙ୍କୁ ଛାତରୁ ଠେଲି ହତ୍ୟା କରିଥିବା ଅଭିଯୋଗ ବି ହୋଇଥିଲା
୮. ୨୦୧୯ ଜାନୁଆରି ୮ରେ ଗିରଫ ହୋଇଥିଲେ ସ୍ବାମୀ ଲିପନ ସାହୁ
୯. ୨୦୨୨ରେ ନିକିତାଙ୍କ ସ୍ବାମୀ ଲିପନ ସାହୁଙ୍କୁ ଜାମିନ ମିଳିଥିଲା
୧୦. ୨୦୨୬ ଫେବ୍ରୁଆରୀ ୨୬ରେ ଲିପନଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି କୋର୍ଟ
ଅଭିନେତ୍ରୀ ନିକାତା ଓଡ଼ିଆ ସିରିୟଲ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ । ଓଡ଼ିଆ ଧାରାବାହିକ ‘ଏସସିପି ନିକିତା’ ଓ ‘ତପସ୍ୟା’ ଜରିଆରେ ଓଡ଼ିଶାର ଘରେ ଘରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସେହିପରି ‘ମିତ ବସିଛି ମୁଁ ଭୂତ ସାଥୀରେ’, ‘ଚୋରି ଚୋରି’, ‘ମଥାରେ ଦେଇ ପାଟ ଓଢ଼ଣୀ’, ‘ଗୁଣ୍ଡା’ ଭଳି ସିନେମାରେ ଅଭିନୟ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/27/nikita-murder-case-2026-02-27-15-00-55.jpg)