Advertisment

Husband Accused of Selling Wife : ନିଜ ସ୍ତ୍ରୀକୁ ବିକ୍ରି କରିଦେଲା ସୈତାନ ସ୍ୱାମୀ

ବଲାଙ୍ଗୀରରୁ ଦୁବାଇ ମହିଳା ଚାଲାଣ। ନିଜ ସ୍ତ୍ରୀକୁ ବିକ୍ରି କରିଦେଲା ସ୍ୱାମୀ। ଦୁବାଇରେ ଫସିଛନ୍ତି ଟିଟିଲାଗଡ଼ର ହସ୍ତା ବିଶି। ଦୁବାଇରୁ ହସ୍ତା ବିଶିଙ୍କ ଭିଡିଓ ମେସେଜ।

sale
Advertisment

ବଲାଙ୍ଗିରରୁ ଦୁବାଇ ମହିଳା ଚାଲାଣ। ନିଜ ସ୍ତ୍ରୀକୁ ସୈତାନ ସ୍ୱାମୀ ବିକ୍ରି କରିଥିବା ଅଭିଯୋଗ।  ଉଦ୍ଧାର ପାଇଁ ଦୁବାଇରୁ ଭିଡିଓ ମେସେଜ ମାଧ୍ୟମରେ ସରକାରଙ୍କୁ ଗୁହାରି କଲେ ସ୍ତ୍ରୀ ।

Advertisment

ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ବୁରାବନ୍ଦ ଗାଁରୁ ଆସିଛି ଏଭଳି ଖବର। ଗାଁର ପ୍ରେମା ମହାନନ୍ଦ ସ୍ତ୍ରୀଙ୍କୁ ସାତ ବର୍ଷ ତଳେ ମୁମ୍ବାଇର ଏକ ପରିବାର ପାଖରେ ବିକ୍ରି କରିଦେଇଥିଲା । ପରେ ସେହି ପରିବାର ତାଙ୍କୁ ଦୁବାଇରେ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ଦୁବାଇରୁ ଉଦ୍ଧାର କରିବା ପାଇଁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେପଟେ ଝିଅକୁ ଉଦ୍ଧାର କରିବା ପାଇଁ ଟିଟିଲାଗଡ଼ ଥାନାର ଦ୍ୱାରସ୍ଥ ହୋଇଛନ୍ତି ମହିଳାଙ୍କ ବାପା, ମାଆ।  ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

Balangir Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ