Advertisment

Singer Humane Sagar Death Row: କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମୃତ୍ୟୁ ମାମଲା, ଅର୍ପିତା ଓ ସୋମେଶଙ୍କୁ ହାଇକୋର୍ଟ ଦେଇଛନ୍ତି ଅନ୍ତରୀଣ ସୁରକ୍ଷା

ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଗିରଫଦାରୀରୁ ବର୍ତ୍ତିବାକୁ ଅର୍ପିତା ଓ ସୋମେଶଙ୍କୁ ମିଳିଛି ସାମୟିକ ଆଶ୍ବସ୍ତି। ହେଲେ ମିଳିଲାନି ଆଗୁଆ ଜାମିନ। କାରଣ ଆସନ୍ତା ୧୬କୁ କୋର୍ଟ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଏଥିସହ କେସ୍ ଡାଏରୀ ଦାଖଲ ନିର୍ଦ୍ଦେଶ ବି ଦେଇଛନ୍ତି।

ARPITA-SOMESH

ARPITA-SOMESH Photograph: (OTV)

Advertisment

ଆଗୁଆ ଜାମିନ ନୁହେଁ ମିଳିଛି ଅନ୍ତରୀଣ ସୁରକ୍ଷା । ଗାୟିକା ଅର୍ପିତା ଚୌଧୁରୀ ଓ ସଂଗୀତକାର ସୋମେଶ ଶତପଥୀଙ୍କୁ ହାଇକୋର୍ଟଙ୍କ ସାମାନ୍ୟ ଆଶ୍ବସ୍ତି ।
କାରଣ ବହୁଚର୍ଚ୍ଚିତ ସିଙ୍ଗର ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଆଜି ଉଚ୍ଚ ନ୍ୟାୟାଳୟ ଉଭୟଙ୍କ ଗିରଫଦାରୀ ଉପରେ ସାମୟିକ ବ୍ରେକ୍ ଲଗାଇବା ସହ ପୋଲିସ୍ କୁ କେସ୍ ଡାଏରୀ ଦଖଲ ପାଇଁ ଦେଇଛନ୍ତି ନିର୍ଦ୍ଦେଶ। ଆସନ୍ତା ୧୬ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି। ଗତ ଡିସେମ୍ବର ୨୧ରେ ହ୍ୟୁମାନଙ୍କ ମାଆ କଟକ ମର୍କତ ନଗର ଥାନାରେ ଦେଇଥିବା ଏତଲାରେ ଥିଲା ଉଭୟ ଅର୍ପିତା ଓ ସୋମେଶଙ୍କ ନାଁ। ସେଇଠୁ ସେମାନଙ୍କୁ ଘାରିଥିଲା ଗିରଫଦାରୀ ଭୟ।

Advertisment

ପୋଲିସ ତନାଘନା ଭିତରେ ହାଇକୋର୍ଟରେ ଉଭୟେ ଆଗୁଆ ଜାମିନ ଆବେଦନ ବି କରିଥିଲେ। ତେବେ ଆଜି ଦୁହିଁଙ୍କୁ କୋର୍ଟ ଅନ୍ତରୀଣ ସୁରକ୍ଷା ଦେବା ସହ ସହ ପୋଲିସକୁ ତୁରନ୍ତ କେସ୍ ଡାଏରୀ ଦାଖଲ ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି। ଏଭଳି ସ୍ଥିତିରେ ପ୍ରଶ୍ନ- କଣ ଅର୍ପିତା ଓ ସୋମେଶଙ୍କୁ ମିଳିଯିବ କି ଆଗୁଆ ଜାମିନ ?

ବରିଷ୍ଠ ଆଇନଜୀବୀଙ୍କ ମତରେ- ଅନ୍ତରୀଣ ସୁରକ୍ଷାର ମାନେ ନୁହେଁ ଫାଇନାଲ୍ ବେଲ୍। ପୋଲିସ ବିଭିନ୍ନ ଦିଗରୁ କରିଥିବା ତଦନ୍ତ, ସାକ୍ଷୀଙ୍କଠୁ ସଂଗ୍ରହ କରିଥିବା ବୟାନ ଓ ସିଜ୍ କରିଥିବା ତଥ୍ୟ କୋର୍ଟରେ ଦାଖଲ କରି ପରେ ଅଦାଲତ ଜାମିନ ଦେବେ କି ନାହିଁ ନିଷ୍ପତ୍ତି ନେବେ। ଏମିତିକି କେସ୍ ଡାଏରୀରେ ଯଦି ଅର୍ପିତାଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ମିଳେ ହୁଏତ ଜାମିନ୍ ମିଳିନପାରେ।...

Advertisment

ସଂଗୀନ ଆରୋପ ପଛରେ ଲୁଚିଛି କି ସତ୍ୟତା ? 

ତେବେ ଏଠି ପ୍ରଶ୍ନ- ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ତାଙ୍କ ମାଆ ଶେଫାଳି ଯାହା ଯାହାଙ୍କ ନାଁରେ ଏତଲା ଦେଇଥିଲେ- ପୋଲିସ୍ ତଦନ୍ତ କ୍ରିୟାଶୀଳ ହୋଇନଥିବାବେଳେ ହଠାତ୍ କାହିଁକି ଆଗୁଆ ଜାମିନ୍ ପାଇଁ ହାଇକୋର୍ଟକୁ ଚାଲିଗଲେ ଅର୍ପିତା ଓ ସୋମେଶ ? ବେଶୀ ଘାରିଲାକି ସେମାନଙ୍କୁ ଆରେଷ୍ଟ ଭୟ ? ଏମିତିକି ହ୍ୟୁମାନଙ୍କ ମାଆ ଓଟିଭି ଖୋଲାକଥାରେ ଉଠାଇଥିବା ସଂଗୀନ ଆରୋପ ପଛରେ ଲୁଚିଛି କି ସତ୍ୟତା ? 

ରାତି ଅଧରେ ଅର୍ପିତା ହ୍ୟୁମାନଙ୍କ ଘରକୁ ଆସିବା ଓ ହ୍ୟୁମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ତାଙ୍କ ଆକାଉଣ୍ଟକୁ ଟ୍ରାନସଫର ହେବା ନେଇ ଶେଫାଳିଙ୍କ ଆରୋପ ସତ କି ? ଯଦିଓ ଏନେଇ ଅର୍ପିତା ଓ ସୋମେଶଙ୍କ ପ୍ରତିକ୍ରିୟା ମିଳିନାହିଁ କିନ୍ତୁ ଆସନ୍ତୁ ଆଉଥରେ ଶୁଣିନେବା ଓଟିଭି ଖୋଲାକଥାରେ କଣ କହିଥିଲେ ହ୍ୟୁମାନଙ୍କ ମାଆ।....

Advertisment

ହାଇକୋର୍ଟ ହ୍ୟୁମାନଙ୍କ ମାଆ ଶେଫାଳି ସୁନାଙ୍କୁ ବି କରିଛନ୍ତି ନୋଟିସ୍। ଯେହେତୁ ଅର୍ପିତାଙ୍କ ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ଖୋଳତାଡ଼ ସହ ଭୁବନେଶ୍ବରରେ ଥିବା ଅଡିଓ ଷ୍ଟୁଡିଓର ହିସାବ ଯାଞ୍ଚ ପାଇଁ ଶେଫାଳି ଦାବି କରିଥିଲେ- ତେଣୁ ତା ପଛର ଆଧାର କଣ ? ସେ ନେଇ ବିସ୍ତୃତ ତଥ୍ୟ ରଖିବାକୁ କୋର୍ଟ କହିଥାଇ ପାରନ୍ତି। ସେପଟେ ପୋଲିସ ମଧ୍ୟ କେସ୍ ଡାଏରୀ ଶୀଘ୍ର ଦାଖଲ ପାଇଁ ତତ୍ପରତା ପ୍ରକାଶ କରିବାକୁ ଚେଷ୍ଟା କରିବ।...ଏବେ ଅପେକ୍ଷା, ଆସନ୍ତା ୧୬ରେ ହାଇକୋର୍ଟଙ୍କ ପରବର୍ତ୍ତୀ ଶୁଣାଣିକୁ।...

humane sagar case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ