କାହା ସ୍ୱାର୍ଥରେ ବଦଳିଥିଲା ହଳଦିଆପଦର ବ୍ରିଜ୍ DPR Photograph: (OTV)
କିଏ ବଦଳାଇଥିଲା ବ୍ରହ୍ମପୁର ହଳଦିଆପଦର ବ୍ରିଜ ଢାଞ୍ଚା ? ବ୍ରିଜର ଢାଞ୍ଚା ପରିବର୍ତ୍ତନକୁ ନେଇ ପୂର୍ବ ବିଜେଡି ସରକାରକୁ ବିଜେପି ଓ କଂଗ୍ରେସ ନିଶାନା କରିଛନ୍ତି। ସୂର୍ଯ୍ୟ ପାତ୍ର ଓ ପୂର୍ବତନ ମେୟରଙ୍କ ଜାଗା ଯାଉଥିବାରୁ DPR ପରିବର୍ତ୍ତନ ହେଲା ବୋଲି ସିଧାସିଧା କହିଛନ୍ତି ବିଧାୟକ ରମେଶ ଜେନା। ସେହିପରି ଏହାର ତଦନ୍ତ ଦାବି କରିଛନ୍ତି ବିଧାୟକ ସିଦ୍ଧାନ୍ତ ମହାପାତ୍ର। ସେପଟେ କିଲର ବ୍ରିଜରେ ୫ ଜଣଙ୍କର ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟଙ୍କ ରୋଡ ସେଫଟି କମିଟି, ଚିଫ୍ ସେକ୍ରେଟାରୀଙ୍କୁ ରିପୋର୍ଟ ମାଗିଛନ୍ତି।
କାହା ସ୍ବାର୍ଥରେ ବଦଳିଥିଲା ହଳଦିଆପଦର ବ୍ରିଜ୍ DPR ? କିଏ ପକାଇଥିଲା ଚାପ, କଣ ଥିଲା ନକ୍ସା ପରିବର୍ତ୍ତନ କାରଣ ? ସାମନାକୁ ଆସିଲା ନାଁ, ସାଂଘାତିକ ଖୁଲ୍ଲାସା କଲେ ରମେଶ ଜେନା। ସିଧା ପାତ୍ର ଫ୍ୟାମିଲି ନାଁ ନେଇ ନିଶାନା କଲେ ରମେଶ ଜେନା।
ହଳଦିଆପଦର କିଲର ବ୍ରିଜ୍କୁ ନେଇ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ଭିତରେ ଡିପିଆର୍ ପରିବର୍ତ୍ତନକୁ ନେଇ ନାନା ପ୍ରଶ୍ନ ଉଠିଛି। ମୂଳ ନକ୍ସାକୁ କିଏ ଓ କାହିଁକି ବଦଳାଇଲା ତାକୁ ନେଇ ରାଜନୈତିକ ବୟାନବାଜି ଭିତରେ ବଡ଼ ଖୁଲ୍ଲାସା କରିଛନ୍ତି ସାନଖେମୁଣ୍ଡି ବିଧାୟକ ରମେଶ ଜେନା। ସିଧା ଦିଂବଗତ ବିଧାୟକ ସୂର୍ଯ୍ୟପାତ୍ରଙ୍କ ଆଡକୁ ଅଙ୍ଗୁଳି ଉଠାଇଛନ୍ତି। କହିଛନ୍ତି, ସୂର୍ଯ୍ୟ ପାତ୍ର ଓ ପୂର୍ବତନ ମେୟରଙ୍କ ଜାଗା ଯାଉଥିଲା ବୋଲି ବ୍ରିଜ୍ DPR ପରିବର୍ତ୍ତନ ହୋଇଛି। ନିର୍ଦ୍ଧାରିତ ନକ୍ସାକୁ ମୋଡ଼ିମକଚି ବ୍ରିଜ୍ ତିଆରି ହୋଇଥିଲା। ଫଳରେ ବହୁ ଦୁର୍ଘଟଣା ଘଟିଛି।
ସେହିପରି ପୂର୍ବ ସରକାରଙ୍କୁ ଟାର୍ଗେଟ କରି ପ୍ରଶ୍ନବାଣ ଠୁଙ୍କିଛନ୍ତି ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ର। କହିଛନ୍ତି, କାହା ସ୍ବାର୍ଥରେ DPR ପରିବର୍ତ୍ତନ ହୋଇଛି ? ସିଧା ଓଭରବ୍ରିଜ୍ କେମିତି ଜାତୀୟ ରାଜପଥକୁ ସଂଯୋଗ କଲା ? ତଦନ୍ତ ହେଲେ ସତ ଜଣାପଡ଼ିବ। ତେବେ ଅଭିଯୋଗକୁ ନେଇ ସ୍ବର୍ଗତ ସୂର୍ଯ୍ୟ ପାତ୍ରଙ୍କ ପରିବାର କିମ୍ବା ପୂର୍ବତନ ମେୟରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
୧୬ ନମ୍ବର ଜାତୀୟ ରାଜପଥରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ମୁଖଶାଳାର ଡିପିଆର୍ କିଏ ପରିବର୍ତ୍ତନ କଲା ? ସେତେବେଳେ ସ୍ଥାନୀୟ ଲୋକ ଓ ସହରବାସୀ ଏହାକୁ ବାରମ୍ବାର ବିରୋଧ କରିଥିବା ସତ୍ତ୍ବେ କେହି କର୍ଣ୍ଣପାତ କରିନଥିଲେ। ଏବେ ରାଜନୈତିକ ବୟାନବାଜି ଛାଡି କିଭଳି ତ୍ରୁଟି ସୁଧାରିବା ଉପରେ ଧ୍ୟାନ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକ। ସଡକ ସୁରକ୍ଷା ବିଶେଷଜ୍ଞଙ୍କ ମତରେ, ସରକାର ସୁପ୍ରିମକୋର୍ଟ ସଡକ ସୁରକ୍ଷା କମିଟିକୁ ସଠିକ ରିପୋର୍ଟ ଦେବା ଉଚିତ୍। ଜନଜୀବନ ସୁରକ୍ଷା ପାଇଁ ବ୍ରିଜକୁ ଭାଙ୍ଗି ନୂଆ କରିବା ଦରକାର।
ଗତ ୩୧ ତାରିଖରେ ହଳଦିଆପଦର ଓଭରବ୍ରିଜରେ ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତର ହୋଇଥିଲେ ୬ ଜଣ। ଏହି ଘଟଣାରେ ଉଦବେଗ ପ୍ରକାଶ ସହ ଗତ ୨ ତାରିଖରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ ରୋଡ ସେଫଟି କମିଟି। ଦୁର୍ଘଟଣାର କାରଣ କଣ ? କେଉଁ ପରିସ୍ଥିତିରେ ଏତବଡ଼ ଦୁର୍ଘଟଣା ଘଟିଲା ? ମାର୍ଚ୍ଚ ୫ ତାରିଖ ସୁଦ୍ଧା ରିପୋର୍ଟ ଦେବା ସହ ଭବିଷ୍ୟତରେ ଦୁର୍ଘଟଣା ରୋକିବାକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ଘଟଣାସ୍ଥଳକୁ ବିଶେଷଜ୍ଞ ଟିମକୁ ପଠାଇବାକୁ କହିଛନ୍ତି ସୁପ୍ରିମକୋର୍ଟଙ୍କ ରୋଡ୍ ସେଫଟି କମିଟି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/18/haladiapadar-bridge-dpr-sparks-controversy-2026-02-18-20-38-58.jpg)