Advertisment

Gunpoint Robbery: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୧୫ କେଜି ରୁପା ଲୁଟ

ବନ୍ଧୁକ ଦେଖାଇ ଲୁଟ। ନେଇଗଲେ ବିପୁଳ ପରିମାଣର ରୁପା ଅଳଙ୍କାର। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମହାନପଲ୍ଲୀ ଛକ ନିକଟରେ ଜଣେ ବ୍ୟବସାୟୀଙ୍କ ଠାରୁ ବିପୁଳ ପରିମାଣର ରୁପା ଅଳଙ୍କାର ଲୁଟ ହୋଇଛି। ବ୍ୟବସାୟୀ ଜଣକ ହେଲେ ପୁରୁଷୋତ୍ତମପୁର ଅଞ୍ଚଳର ବେଲା ସେନାପତି।

Gunpoint Robbery

ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କଠାରୁ ୧୫ କେଜି ରୁପା ଲୁଟ Photograph: (OTV)

Advertisment

ବନ୍ଧୁକ ଦେଖାଇ ଲୁଟ। ନେଇଗଲେ ବିପୁଳ ପରିମାଣର ରୁପା ଅଳଙ୍କାର। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ମହାନପଲ୍ଲୀ ଛକ ନିକଟରେ ଜଣେ ବ୍ୟବସାୟୀଙ୍କ ଠାରୁ ବିପୁଳ ପରିମାଣର ରୁପା ଅଳଙ୍କାର ଲୁଟ ହୋଇଛି। ବ୍ୟବସାୟୀ ଜଣକ ହେଲେ ପୁରୁଷୋତ୍ତମପୁର ଅଞ୍ଚଳର ବେଲା ସେନାପତି। 

Advertisment

ସୂଚନା ମୁତାବକ, ସେ ସୋମବାର ଗୋଟିଏ ବାଇକରେ ୧୫ କେଜି ଓଜନର ବିଭିନ୍ନ ପ୍ରକାର ରୁପା ଅଳଙ୍କାର ନେଇ ମହନାପଲ୍ଲୀ ଗ୍ରାମକୁ ବ୍ୟବସାୟ ପାଇଁ ଯାଉଥିଲେ। ଠିକ୍ ଏହି ସମୟରେ ରାସ୍ତାରେ ତିନିଜଣ ଯୁବକ ଗୋଟିଏ ବାଇକରେ ତାଙ୍କୁ ପିଛାକରିଥିଲେ। ମାନପଲ୍ଲୀ ଛକ ନିକଟରେ ତାଙ୍କ ବାଇକକୁ ଅଟକାଇବା ମାଉଜର ଦେଖାଇ ଆକ୍ରମଣ କରିବା ସହ ତାଙ୍କଠାରୁ ରୁପା ଅଳଙ୍କାର ଲୁଟ କରି ଚମ୍ପଟ ମାରିଥିଲେ।

ଘଟଣା ନେଇ ବ୍ୟବସାୟୀ କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଲୁଟ୍‌ରେ ସମ୍ପୃକ୍ତ ଯୁବକମାନେ କିଏ ତାହାର ଯାଞ୍ଚ କରୁଛି ପୋଲିସ। 

Advertisment
Loot Crime News Odisha Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ