Advertisment

Green Cover Destroyed: ଆତଙ୍କ ରଚୁଛି ମଣିଷ , ରାତା ରାତି କାଟିଦେଲେ ୫ ହଜାର ଗଛ

ଗର୍ଜନ କରୁଛି ମେସିନ୍। ଆତଙ୍କ ରଚୁଛି ମଣିଷ। ମେସିନ ମାଡ଼ରେ ବିରାଟ ବିରାଟ ଗଛ ହୋଇଯାଇଛି ଧରାଶାୟୀ। ଆଉ ସୁନ୍ଦର ଓ ଶାନ୍ତ ପରିବେଶ ଆଜି ପାଲଟି ଯାଇଛି ଶଶ୍ମାନ।

Baripada-Deforestation

Baripada-Deforestation Photograph: (OTV)

Advertisment

ଗର୍ଜନ କରୁଛି ମେସିନ୍। ଆତଙ୍କ ରଚୁଛି ମଣିଷ। ମେସିନ ମାଡ଼ରେ ବିରାଟ ବିରାଟ ଗଛ ହୋଇଯାଇଛି ଧରାଶାୟୀ। ଆଉ ସୁନ୍ଦର ଓ ଶାନ୍ତ ପରିବେଶ ଆଜି ପାଲଟି ଯାଇଛି ଶଶ୍ମାନ। ଏଭଳି କିଛି ଘଟଣା ଘଟିଛି ବାରିପଦା ପାଲୋବାଣିରେ। ସେଠି ଦିନେ ସୁନ୍ଦର, ଶାନ୍ତ ସବୁଜିମାରେ ଭରା ଜଂଗଲ ଥିଲା। ଆକାଶକୁ ଲମ୍ବିଥିଲା ବିରାଟ ବିରାଟ ଗଛ। ଜାତୀୟ ରାଜପଥ କଡ଼ରେ ୨୦୧୪ ମସିହାରେ ଅର୍ବାନ ଜଂଗଲ ନାଁରେ ଲଗାଯାଇଥିଲା ଶହ ଶହ ଗଛ। ହେଲେ ଆଜି ବସଷ୍ଟାଣ୍ଡ ତିଆରି ହେବ ବୋଲି ସବୁକିଛି କାଟି ପଦା କରି ଦିଆଯାଇଛି। ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ପାଞ୍ଚ ହଜାରରୁ ଅଧିକ ଗଛକୁ ଦୁଇ ଦିନ ଭିତରେ କାଟି ମାଟିରେ ଗଡ଼େଇ ଦେଇଛି ପ୍ରଶାସନ। ଖରାଦିନେ ଉତ୍ତପ୍ତ ସହରରେ ଲିଷ୍ଟରେ ବାରିପଦା ଶୀର୍ଷ ରହୁଥିବାରୁ ଏନେଇ ଚିନ୍ତା ପ୍ରକଟ କରିଛନ୍ତି ଅଞ୍ଚଳବାସୀ।

Advertisment



ହେଲେ ଏ ହେଉଛି ବାରିପଦା ଡିଏଫଓଙ୍କ ସରକାରୀ ଚିଠି, ଯାହା ବୟାନ କରୁଛି ୧୭୯୮ଟି ଗଛ କଟାଯିବା ପାଇଁ ଚୟନ ହୋଇଛି। ହେଲେ ସେପଟେ ପରିବେଶ କର୍ମୀ କହିଛନ୍ତି ଏହା ସର୍ବୋଚ୍ଚ ନ୍ୟାୟାଳୟର ଆଇନ୍ ୧୯୮୦ର ସମ୍ପୁର୍ଣ୍ଣ ଉଲଂଘନ । ଏଭଳି କେବେ ହେଲେ କରିବା କଥା ନୁହେଁ। ଜିଲ୍ଲା ପ୍ରଶାସନ ଏବଂ ବନ ବିଭାଗ କାହା ସହ ଆଲୋଚନା ନକରି ଏହିପରି କରିବା ଅର୍ଥାତ୍ ବାରିପଦା ସହରର ଭବିଷ୍ୟତକୁ ତତଲା କରେଇକୁ ଠେଲିଦେଲା ଭଳି। 

ଅନ୍ୟପଟେ ବନ ବିଭାଗର ଆରସିସିଏଫ କହିଛନ୍ତି ଏହି ଜଂଗଲ ଅଣ ଜଙ୍ଗଲ କିସମର ଥିଲା ସେଥିପାଇଁ କଟା ହେଲା। ଆଗକୁ ଅନ୍ୟ ସ୍ଥାନରେ ଗଛ ଲଗାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ