Advertisment

ଘର ଅଗଣାରେ ବସି ଥିଲେ ଜେଜେମା’ ଓ ନାତି, ମାଡ଼ିଗଲା ଟ୍ରକ୍‌

ଜେଜେମା’ ଓ ନାତି ଉପରେ ମାଡ଼ିଗଲା ଟ୍ରକ୍‌ ଘର ଅଗଣାରେ ବସି ଥିବାବେଳେ ଅଭାବନୀୟ ଘଟଣା ଭାରସାମ୍ୟ ହରାଇ ଧକ୍କା ଦେଲା ଟ୍ରକ୍‌  ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଟ୍ରକ୍‌ ଜବତ ସହ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କେନ୍ଦୁଝର: ମୃତ୍ୟୁ…

ଅଦ୍ୟତନ ହୋଇଛି
ଘର ଅଗଣାରେ ବସି ଥିଲେ ଜେଜେମା’ ଓ ନାତି, ମାଡ଼ିଗଲା ଟ୍ରକ୍‌

grand mother died

Advertisment
  • ଜେଜେମା’ ଓ ନାତି ଉପରେ ମାଡ଼ିଗଲା ଟ୍ରକ୍‌
  • ଘର ଅଗଣାରେ ବସି ଥିବାବେଳେ ଅଭାବନୀୟ ଘଟଣା
  • ଭାରସାମ୍ୟ ହରାଇ ଧକ୍କା ଦେଲା ଟ୍ରକ୍‌ 
  • ହସ୍ପିଟାଲ୍‌ରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ
  • ଟ୍ରକ୍‌ ଜବତ ସହ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା
Advertisment

କେନ୍ଦୁଝର: ମୃତ୍ୟୁ କେତେବେଳେ କେଉଁ ରୂପରେ ଆସିବ ତାହା କେହିବି କହିପାରିବେ ନାହିଁ। ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ବାଙ୍କମାରୁଣୀ ଗାଁରେ। ଘର ଅଗଣାରେ ବସି ଥିବାବେଳେ ଜେଜେମା’ ଓ ନାତି ଉପରେ ଏକ ଟ୍ରକ୍‌ ମାଡ଼ି ଯାଇଛି। ଗତକାଲି ଏହି ଘଟଣା ଘଟିଥିବା ଜଣାପଡ଼ିଛି। ମୃତକ ଦ୍ୱୟ ହେଲେ ବାଙ୍କମାରୁଣୀ ଗାଁର ସୁମିତ୍ରା ମହାନ୍ତ ଓ ତାଙ୍କର ବର୍ଷକର ନାତି ଶୁଭମ ମହାନ୍ତ।

ସୂଚନା ଅନୁସାରେ, ସୁମିତ୍ରା ତାଙ୍କର ନାତି ଶୁଭମଙ୍କ ସହ ଘର ଅଗଣାରେ ବସିଥିଲା। ଏହି ସମୟରେ କେନ୍ଦୁଝର ପଟୁ ଯୋଡ଼ା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଭାରସାମ୍ୟ ହରାଇ ସେମାନଙ୍କୁ ଧକ୍କା ଦେଇଥିଲା। ଫଳରେ ସୁମିତ୍ରା ଓ ଶୁଭମ ଗୁରୁତର ଆହତ ହୋଇଥିଲେ। ତ଼ୁରନ୍ତ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସରେ କେନ୍ଦୁଝର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଥିଲା।

Advertisment

ଘଟଣାସ୍ଥଳରେ ସଦର ପୋଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଚଳାଇଛି। ହଠାତ୍‌ ଗୋଟିଏ ପରିବାରରୁ ଦୁଇ ଦୁଇ ଜଣଙ୍କର ମୃତ୍ୟୁ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ