MEDICINE Photograph: (OTV)
ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର। ରୋଗୀଙ୍କୁ ଦେଲେନି, ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ। ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଶ୍ରୀଜଙ୍ଗ–ରସାଳପୁର ରାସ୍ତାର ଶ୍ରୀଜଙ୍ଗ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଠାରୁ ମାତ୍ର କିଛି କିଲୋମିଟର ଦୂରରେ ରାସ୍ତା କଡ଼ରେ ପଡ଼ିଛି ମେଞ୍ଚା ମେଞ୍ଚା ଔଷଧ ।
ଏହି ସବୁ ଔଷଧର ଅବଧି ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ଥିଲେ ବି ଏହାକୁ ଫୋପାଡ଼ି ଦିଆଯାଇଛି । ଫୋପଡ଼ା ଯାଇଥିବା ଔଷଧ ଭିତରେ ରହିଛି ଶହ ଶହ ପ୍ୟାକେଟ ସରକାରୀ ଆଇରନ ଓ ଫଲିକ୍ ଏସିଡ୍ । ଏହି ସବୁ ଔଷଧ ରୋଗୀମାନଙ୍କୁ ମାଗଣା ଦିଆଯିବାର ଥିଲା ।
ହେଲେ ରୋଗୀଙ୍କୁ ନ ଦେଇ କାହିଁକି ଓ କିଏ ଫିଙ୍ଗିଛି ତାକୁ ନେଇ ପ୍ରଶ୍ନ ଉଠିଛି । ଓଡିଶା ସରକାରଙ୍କ ଯୋଗାଣ, ବିକ୍ରୟ ପାଇଁ ନୁହଁ ବୋଲି ମେଡିସିନରେ ଲେଖା ରହିଛି । ଅବଧି ସରିବାକୁ ଆହୁରି ୯ ମାସରୁ ଅଧିକ ସମୟ ବାକିଥିବା ବେଳେ କାହିଁକି ଔଷଧ ଫିଙ୍ଗିଦିଆଗଲା ଓ କେଉଁଠୁ ଔଷଧ ଆସିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ...
ରୋଗୀଙ୍କୁ ଦେଲେନି, ଫିଙ୍ଗିଦେଲେ
ବାଲେଶ୍ବରରେ ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର
ବାଲେଶ୍ବର ଶ୍ରୀଜଙ୍ଗ–ରସାଳପୁର ରାସ୍ତା କଡ଼ରେ ପଡ଼ିଛି ଔଷଧ
ଏତେ ପରିମାଣର ଔଷଧ ଫିଙ୍ଗିଲା କିଏ ?
ଔଷଧର ଅବଧି ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ରହିଛି
ଅବଧି ଥିଲେ ବି ରୋଗୀଙ୍କୁ ନଦେଇ ଫିଙ୍ଗିଦେଲେ କାହିଁକି ?
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/11/medicine-2025-12-11-10-52-29.jpg)