Advertisment

ଟିକା ପାଇଁ ଇ-ଟେଣ୍ଡର

କୋଭିଡ୍ ଟିକାର ଅଭାବ ପୂରଣ ଲାଗି ବିଶ୍ୱ ବଜାରରୁ ଟିକା କିଣିବା ପାଇଁ ରାଜ୍ୟ କ୍ୟାବିନେଟ ମୋହର ମାରିବା ପରେ ଗ୍ଳୋବାଲ୍ ଇ-ଟେଣ୍ଡର ଲାଗି ଖୁବଶୀଘ୍ର ମୋଡାଲିଟି ସ୍ଥିର ହେବ। ପୁରା ପ୍ରକ୍ରିୟାର ତଦାରଖ ପାଇଁ ଦୁଇଟି ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି

ଅଦ୍ୟତନ ହୋଇଛି
ଟିକା ପାଇଁ ଇ-ଟେଣ୍ଡର

CORONA

Advertisment
  • ଟିକାର ଗ୍ଲୋବାଲ୍ ଇ-ଟେଣ୍ଡର ପାଇଁ ଖୁବଶୀଘ୍ର ମୋଡାଲିଟି
  • ଗ୍ଳୋବାଲ୍ ଟେଣ୍ଡର ଦ୍ୱାରା ଅଧିକ କଂପାନୀଠାରୁ ଟିକା ମିଳିବ
  • ମୂଲ୍ୟ ବି କମ୍ ପଡିପାରେ ବୋଲି କହିଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
  • ଟିକା ଅଭାବରୁ ୪୫ବର୍ଷରୁ ଅଧିକ ବୟସ୍କଙ୍କ ୨ୟ ଡୋଜରେ ହେଉଛି ସମସ୍ୟା
  • ଦ୍ୱିତୀୟ ଲହରରୁ ରକ୍ଷା କରିବ ମାସ୍କ ଓ ସାମାଜିକ ଦୂରତା:ସ୍ୱାସ୍ଥ୍ୟ ବିଶେଷଜ୍ଞ
Advertisment

ନୂଆଦିଲ୍ଲୀ: କୋଭିଡ୍ ଟିକାର ଅଭାବ ପୂରଣ ଲାଗି ବିଶ୍ୱ ବଜାରରୁ ଟିକା କିଣିବା ପାଇଁ ରାଜ୍ୟ କ୍ୟାବିନେଟ ମୋହର ମାରିବା ପରେ ଗ୍ଳୋବାଲ୍ ଇ-ଟେଣ୍ଡର ଲାଗି ଖୁବଶୀଘ୍ର ମୋଡାଲିଟି ସ୍ଥିର ହେବ। ପୁରା ପ୍ରକ୍ରିୟାର ତଦାରଖ ପାଇଁ ଦୁଇଟି ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି। ଗ୍ଳୋବାଲ୍ ଟେଣ୍ଡର ଦ୍ୱାରା ଅଧିକ କଂପାନୀଠାରୁ ଟିକା ମିଳିପାରିବ ବୋଲି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ସେପଟେ ଭୁବନେଶ୍ୱର ପରେ ଅନ୍ୟ ଚାରି ମହାନଗର ନିଗମରେ ଆଜିଠାରୁ ଯୁବବର୍ଗଙ୍କୁ ଟିକାକରଣ ଆରମ୍ଭ ହୋଇଛି। ତେବେ ଟିକା ଅଭାବରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଦ୍ୱିତୀୟ ଡୋଜରେ ସମସ୍ୟା ସୃଷ୍ଟି ହେଉଛି।

ଟିକାକରଣ କେନ୍ଦ୍ର ଆଗର ଲାଗିଥିବା ଗହଳି କହୁଛି କେତେ ଉତ୍କଟ ଟିକା ସମସ୍ୟା? କେମିତି ଅଧିକ ଟିକା ଆସିବ? କେମିତି ରାଜ୍ୟର ସବୁ ଲୋକଙ୍କୁ ଶୀଘ୍ର ଟିକା ମିଳିବ? କେନ୍ଦ୍ର ସରକାର ଏବେ ୪୫ ବର୍ଷରୁ ଅଧିକ ବୟସ ବର୍ଗଙ୍କ ପାଇଁ ମାଗଣାରେ ଟିକା ଯୋଗାଇ ଦେଉଛନ୍ତି କିନ୍ତୁ ତାହା ଯଥେଷ୍ଟ ହେଉନଥିବାରୁ ଦ୍ୱିତୀୟ ଡୋଜ୍ ନେବାରେ ସମସ୍ୟା ସୃଷ୍ଟି ହେଉଛି। ତେଣେ ଦୁଇ ଟିକା ଉତ୍ପାଦନକାରୀ କଂପାନୀ ବି ଅଧିକ ଟିକା ଯୋଗାଉ ନଥିବାରୁ ୧୮ ବର୍ଷରୁ ଅଧିକ ନାଗରିକଙ୍କ ଟିକାକରଣ ବି ଫୁଲ୍ ଦମରେ ଆରମ୍ଭ ହୋଇପାରି ନାହିଁ। କେବଳ ୫ ମହାନଗର ନିଗମକୁ ଛାଡ଼ିଦେଲେ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ଯୁବବର୍ଗଙ୍କ ଟିକାକରଣ ଆରମ୍ଭ ହୋଇପାରିନାହିଁ।

Advertisment

ଟିକାର ଏହି ଅଭାବକୁ ଦୂର କରିବା ଲାଗି ବିଶ୍ୱ ବଜାରରୁ ଟିକା କିଣିବା ପାଇଁ ଗତକାଲି କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ହୋଇଥିଲା। ଗ୍ଳୋବାଲ୍ ଟେଣ୍ଡର କରାଯାଇ ଭାରତରେ ଅନୁମୋଦିତ ଲାଭ କରିଥବା ଟିକା ସଂଗ୍ରହ ପାଇଁ ରାଜ୍ୟ ସରକାର ପ୍ରଚେଷ୍ଟା କରିବେ। କୋଭିସିଲ୍ଡ ଓ କୋଭାକ୍ସିନ ସହ ଏବେ ସୁଦ୍ଧା କେବଳ ଋଷୀୟ ଟିକା ସ୍ପୁଟନିକ୍-ଭି କୁ ଭାରତରେ ଅନୁମୋଦନ ମିଳିଛି। ଯଦି DCGI ଅନୁମୋଦନ ଦିଏ ତେବେ ଆଗକୁ ବିଦେଶରେ ଉପଲବ୍ଧ ଫାଇଜର୍, ମର୍ଡନା, ଜନସନ ଆଣ୍ଡ ଜନସନ ଭଳି କଂପାନୀର ଟିକା ମଧ୍ୟ ରାଜ୍ୟ ସରକାର ଆଣି ପାରିବେ। ସେଥିପାଇଁ ସରକାର ଗ୍ଲୋବାଲ ଇ-ଟେଣ୍ଡର ଡାକିବାକୁ ଯାଉଛନ୍ତି ଏହାର ତଦାରଖ ପାଇଁ ଗୋଟିଏ ବୈଷୟିକ ଓ ଗୋଟିଏ ପରିଚାଳନା କମିଟି ଗଠନ କରାଯାଇଛି।

ଗ୍ଳୋବାଲ୍ ଟେଣ୍ଡର ଦ୍ୱାରା ଅଧିକ କଂପାନୀଠାରୁ ଟିକା ମିଳିବ ମୂଲ୍ୟ ବି କମ୍ ପଡିପାରେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଓଡ଼ିଶା ପୂର୍ବରୁ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ସମେତ କିଛି ରାଜ୍ୟ ମଧ୍ୟ ଟିକା ଲାଗି ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ସେପଟେ ଭୁବନେଶ୍ୱର ପରେ ରାଜ୍ୟର ଅନ୍ୟ ଚାରି ମହାନଗର ନିଗମ ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଓ କଟକରେ ଆଜିଠାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ ହୋଇଛି।

Advertisment

ଟିକା ନେବା ଲାଗି ସବୁଠି ଯୁବବର୍ଗଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ସେପଟେ ଭୁବନେଶ୍ୱରରେ ଏସପ୍ଲାନେଡ୍ ମଲ୍ ପରି ଆଉ ୩ଟି ସ୍ଥାନରେ ଡ୍ରାଇଭ୍ ଇନ୍ ବ୍ୟବସ୍ଥା କରାଯାଇଛି। କଳ୍ପନାସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍, ସିମ୍ଫୋନି ମଲର ପାର୍କିଂ ଲଟ୍ ଏବଂ ପଟିଆ ସ୍ଥିତ କିଟ୍ ୟୁନିଭର୍ସିଟିର କ୍ରିକେଟ୍ ଷ୍ଟାଡିୟମରେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। କେବଳ ୪୫ ବର୍ଷରୁ ଅଧିକ ବର୍ଗର ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯିବ ବୋଲି ବିଏମ୍ସି କହିଛି। ଆଜିଠାରୁ ୧୫ ତାରିଖ ଯାଏଁ ଟିକାକରଣ ଚାଲିବ। ଗୋଟିଏ ଗୋଟିଏ ସ୍ଥାନରେ ଦୈନିକ ୩୦୦ ଲୋକଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି। ସେହିପରି ଭୁବନେଶ୍ୱରର ରିଗାଲିଆ ମଲ୍ ଓ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଗ୍ରାଉଣ୍ଡରେ ବି ଡ୍ରାଇଭ୍ ଇନ୍ ଅର୍ଥାତ ଗାଡ଼ିରେ ବସି ଟିକା ନେବାର ବ୍ୟବସ୍ଥା କରାଯାଇଛି।

ତେଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଦ୍ୱିତୀୟ ଡୋଜ୍ ନେବାର ମାସକ ପରେ ହିଁ ଦେହରେ ଆଣ୍ଟିବଡ଼ି ତିଆରି ହେବ। ଯେଉଁମାନେ ଏବେ ଟିକା ନେଇ ଦ୍ୱିତୀୟ ଲହରରୁ ବର୍ତ୍ତିଯିବେ ବୋଲି ଭାବୁଛନ୍ତି ତାହା ଭୁଲ୍ କେବଳ ମାସ୍କ ଓ ସାମାଜିକ ଦୂରତା ହିଁ ଏଥିରୁ ରକ୍ଷା କରିପାରିବ ବୋଲି କହିଛନ୍ତି ଡାକ୍ତର ଭେଙ୍କଟ ରାଓ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ