Advertisment

ଖାଲି ଗାଡ଼ି କହି ନେଇଯାଉଥିଲେ, ପୋଲିସ ଚେକ୍‌ କଲାବେଳକୁ ବାହାରିଲା...

ବ୍ରହ୍ମପୁର: ଉପରେ ଖାଲି ଡାଲା, ଡାଲା ତଳେ ଗୁପ୍ତ ଚାମ୍ବର, ଆଉ ଚାମ୍ବର ଭିତରେ ପକେଟ ପକେଟ ଗଞ୍ଜେଇ। ଗାଡ଼ି ନମ୍ବର ବି ଫେକ୍। ଝାଡ଼ଖଣ୍ଡ ଗାଡ଼ିରେ ଲାଗିଛି ଓଡ଼ିଶା ନମ୍ବର। ଏମିତି ଗୁପ୍ତ ଭାବେ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିବା ଏକ ଗାଡ଼ିକୁ କାବୁ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ। ଆଜି ସକାଳ ୯ଟାରେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଅବକାରୀ ଗୁଇନ୍ଦା ବିଭାଗ ଟିମ୍ ଛକି ରହିଥିଲା। ଜାତୀୟ ରାଜପଥ ୧୬ର […]

ଖାଲି ଗାଡ଼ି କହି ନେଇଯାଉଥିଲେ, ପୋଲିସ ଚେକ୍‌ କଲାବେଳକୁ ବାହାରିଲା...

ganja

Advertisment

ବ୍ରହ୍ମପୁର: ଉପରେ ଖାଲି ଡାଲା, ଡାଲା ତଳେ ଗୁପ୍ତ ଚାମ୍ବର, ଆଉ ଚାମ୍ବର ଭିତରେ ପକେଟ ପକେଟ ଗଞ୍ଜେଇ। ଗାଡ଼ି ନମ୍ବର ବି ଫେକ୍। ଝାଡ଼ଖଣ୍ଡ ଗାଡ଼ିରେ ଲାଗିଛି ଓଡ଼ିଶା ନମ୍ବର। ଏମିତି ଗୁପ୍ତ ଭାବେ ୧ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଚାଲାଣ ହେଉଥିବା ଏକ ଗାଡ଼ିକୁ କାବୁ କରିଛି ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ।

Advertisment

ଆଜି ସକାଳ ୯ଟାରେ ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଅବକାରୀ ଗୁଇନ୍ଦା ବିଭାଗ ଟିମ୍ ଛକି ରହିଥିଲା। ଜାତୀୟ ରାଜପଥ ୧୬ର ଲାଞ୍ଜିପଲ୍ଲୀ ଛକ ନିକଟରେ ଏକ ମାକ୍ସ ପିକ ଅପ୍ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିଲା ଅବକାରୀ ପୋଲିସ।publive-image

ଯାଞ୍ଚ ବେଳେ ଅବକାରୀ ଅଧିକାରୀଙ୍କ ସହ ପାଟିତୁଣ୍ଡ ବି ହୋଇଥିଲା। ଆଉ ଶେଷରେ ମିଳିଲା ବସ୍ତା ବସ୍ତା ଗଞ୍ଜେଇ। ପଚରାଉଚରା ବେଳେ ଜଣାପଡ଼ିଥିଲା ପିକ ଅପ୍ ଗାଡ଼ିଟି ଗଜପତି ଜିଲ୍ଲା ଆର.ଉଦୟଗିରି ଅଞ୍ଚଳରୁ ଗଞ୍ଜେଇ ଧରି କଟକ ଆଠଗଡ଼ ଅଞ୍ଚଳକୁ ଯାଉଥିଲା। ଏଥିରୁ ପ୍ରାୟ ୧୩୦ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ନିକଟରୁ ଅନ୍ୟ ଜଣେ ବ୍ୟକ୍ତିଙ୍କଠାରୁ ୧୦କିଲୋ ଗଞ୍ଜେଇ ଜବତ ହୋଇଛି। ଅବକାରୀ ବିଭାଗ ୩ଜଣଙ୍କୁ ଗିରଫ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ