Advertisment

From Rairangpur to Raisina Hill: ରାଷ୍ଟ୍ରପତିଙ୍କ ଜୀବନ କାହାଣୀକୁ ନେଇ ଡକ୍ୟୁମେଣ୍ଟାରୀ ଫିଲ୍ମ

ଆଦିବାସୀ ଇଲାକା ରାଇରଙ୍ଗପୁରରୁ ରାଏସିନା ହିଲ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷମୟ ଜୀବନ ଯାତ୍ରା। ରାଷ୍ଟ୍ରପତିଙ୍କ ଜୀବନ କାହାଣୀକୁ ନେଇ ଡକ୍ୟୁମେଣ୍ଟାରୀ ଫିଲ୍ମ। ‘ଅନୁଭୂତି’କୁ କ୍ୟାମେରାରେ ଚାଲିଛି କଏଦ।

rom Rairangpur to Raisina Hill

ରାଷ୍ଟ୍ରପତିଙ୍କ ଜୀବନ କାହାଣୀକୁ ନେଇ ଡକ୍ୟୁମେଣ୍ଟାରୀ ଫିଲ୍ମ Photograph: (OTV)

Advertisment

ରାଇରଙ୍ଗପୁରରୁ ରାଏସିନା ହିଲ୍। ଆଦିବାସୀ ଇଲାକାରୁ ଦେଶର ସବୋର୍ଚ୍ଚ ପଦ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜୀବନ ଅନେକ ସଂଘର୍ଷ ଓ କଷ୍ଟଦାୟକ। ପିଲା ବେଳୁ ବଞ୍ଚିବା ପାଇଁ ପାଠ ପଢ଼ିବା ପାଇଁ ଏବଂ ରାଜନୀତିକୁ ଆସିବା ବି ଥିଲା କୌଣସି କାହାଣୀରୁ କମ୍ ନୁହେଁ। ମାଡାମ୍ ପ୍ରେସିଣ୍ଡେଣ୍ଟଙ୍କ ସଂଘର୍ଷମୟ କାହାଣୀକୁ ନେଇ ଏବେ ପ୍ରସ୍ତୁତ ହେଉଛି ଡକ୍ୟୁମେଣ୍ଟାରୀ ଫିଲ୍ମ। ଯାହାର ସୁଟିଂ ଗଲା କିଛି ମାସ ଧରି ମୟୂରଭଞ୍ଜରେ ଚାଲିଛି।

Advertisment


ପାହାଡ଼, ଜଙ୍ଗଲ ଘେରା ରାଇରଙ୍ଗପୁର। ଏକଦା ରାଜଧାନୀରୁ ଅପହଞ୍ଚ, ବିକାଶରୁ ବହୁ ଦୂରରେ ଥିବା ଛୋଟିଆ ସହର। ଆଉ ତାଠୁ ବି ଦୂରରେ ଥିବା ଉପରବେଡ଼ା ଗାଁ। ଆଲୁଅ କହିଲେ ସୂର୍ଯ୍ୟ ଦେବତା ଆଉ ଅନ୍ଧାରର ସାହାରା କିରୋସିନ ଡିବି। ଦେଶ ସିନା ସ୍ୱାଧୀନ ହେଇଥିଲା କିନ୍ତୁ ଉପରବେଡ଼ା ଚାଖିନଥିଲା ସେ ସ୍ୱାଦ। 

ସ୍ୱାଧୀନତାର ବର୍ଷ କେଇଟା ପରେ ସାନ୍ତାଳୀ ଚାଷୀ ଘରେ ଜନ୍ମ ହେଇଥିଲା ଝିଅଟିଏ। ସେତେବେଳେ, କେହି ନା କେବେ ଭାବିଥିବେ ନା କେହି ସ୍ବପ୍ନ ବି ଦେଖିଥିବେ...ଏଇ କଅଁଳ ଆଖି ଯେ ଦିନେ ହେବ ନୂଆ ଭାରତର ନୂଆ ପରିଚୟ...ଦ୍ରୌପଦୀ ମୁର୍ମୁ, ମାଡାମ୍ ପ୍ରେସିଣ୍ଡେଣ୍ଟ...ରାଇରଙ୍ଗପୁରରୁ ରାଏସିନା ହିଲ୍ କୁ ଯାତ୍ରା ଏତେ ସହଜ ନଥିଲା। ପଥ ଥିଲା କଣ୍ଟକିତ, ଭରି ରହିଥିଲା ଘାତ, ପ୍ରତିଘାତ। ଚଲାପଥରେ ସେ ସବୁ ଆସିଛି, କଷ୍ଟ ବି ଦେଇଛି ହେଲେ ସେ ଅଟକି ନାହାନ୍ତି....ବାସ୍ ସେଇ ସବୁ କାହାଣୀକୁ ଏବେ କ୍ୟାମେରା ରୋଲରେ କଏଦ କରାଯାଉଛି। 

Advertisment

ନୂଆ ପୁରୁଣା ଅନୁଭୂତି, ସଂଘର୍ଷକୁ ନେଇ ଏବେ ଉତରା ଯାଉଛି କ୍ୟାମେରାରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସଂଘର୍ଷପୂର୍ଣ୍ଣ କାହାଣୀକୁ ନେଇ ପ୍ରସ୍ତୁତ ହେଉଛି ସିନେମା। ସୂଚନା ମୁତାବକ, ପ୍ରସାର ଭାରତୀ ପକ୍ଷରୁ ରାଷ୍ଟ୍ରପତିଙ୍କ ଜୀବନୀକୁ ନେଇ ଡକ୍ୟୁମେଣ୍ଟାରୀ ସୁଟ୍ ଚାଲିଛି। ଦେଶର ପ୍ରମୁଖ ଫିଲ୍ମ ମେକିଂ ସଂସ୍ଥା ଆମୀର ଖାନ୍ ପ୍ରଡକସନ୍କୁ ଏଥିପାଇଁ ଦାୟିତ୍ୱ ମିଳିଛି। ଗଲା କିଛି ମାସ ଧରି ରାଇରଙ୍ଗପୁରରେ ସେଥିପାଇଁ ଡେରା ପକାଇଛନ୍ତି ସ୍ୱତନ୍ତ୍ର କ୍ୟାମେରା ଟିମ୍। 

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ବି ଗାଁକୁ ଗଲେ ଗାଁର ଝିଅ। ଯିଏ ଦିନେ ଏଇଠୁ ପାଠ ପଢ଼ି ବଢ଼ିଥିଲେ ଆଉ ଆଜି ସେଇ ଗାଁକୁ ଗଢ଼ୁଛନ୍ତି। ଜନ୍ମସ୍ଥାନ ଉପରବେଡ଼ାରେ ବିତାଇଥିବା ସମୟ, ଅରବିନ୍ଦ ସ୍କୁଲରେ ପାଠ ପଢ଼ାଇବାର ଅନୁଭୂତି, ପାହାଡ଼ପୁର ଶ୍ବଶୁର ଘର, ପ୍ରଜାପିତା ବ୍ରହ୍ମକୁମାରୀରେ ବିତାଇଥିବା ନିଜ ଜୀବନର ସବୁଠୁ ଅଭୁଲା ମୁହୂର୍ତ୍ତ, ତାସହ ପରିବାର ଓ ବନ୍ଧୁଙ୍କ ମୁହଁରୁ ରାଷ୍ଟ୍ରପତିଙ୍କ ବ୍ୟକ୍ତିତ୍ୱକୁ ସୁଟ୍ କରାଯାଉଛି। 

Advertisment

ଅପହଞ୍ଚ ଗାଁରେ ରହି ପାଠ ପଢ଼ିବା ସ୍ବପ୍ନ ଥିଲା, କିନ୍ତୁ ସେଇ ଆଖି ଉଚ୍ଚଶିକ୍ଷା ପାଇଁ ରାଜଧାନୀ ଆସିଥିଲା। ସ୍ୱାମୀଙ୍କୁ ହରାଇ, ଦୁଇ ପୁଅ ଭାବେ ଅମୂଲ୍ୟ ରତ୍ନକୁ ହରାଇ ବି ଭାଙ୍ଗିନଥିଲେ ସେ। ବରଂ ଅଧିକ ଦୃଢ଼ତାର ସହ ସବୁ ପରିସ୍ଥିତିକୁ ଲଢ଼ି ଆଗକୁ ବଢ଼ିଥିଲେ। ଏସବୁକୁ ଅତ୍ୟାଧୁନିକ କ୍ୟାମେରା, ହାଇଡେଫିନେସନ୍ ସାଉଣ୍ଡ ରେକଡର୍ ସବୁ ଏଥର ରାଷ୍ଟପତି ରାଇରଙ୍ଗପୁର ଗସ୍ତ ବେଳେ ଦେଖିବାକୁ ମିଳିଛି।

ଲୋକଙ୍କ ସମସ୍ୟା ପାଇଁ ଅନବରତ ଲଢ଼ିଛନ୍ତି ଦ୍ରୌପଦୀ ମୁର୍ମୁ। କେବେ ନିଜ ଅଞ୍ଚଳର କାଉନସିଲର ହେଇ, ପୁଣି ରାଇରଙ୍ଗପୁରର ବିଧାୟକ, ପରେ ମନ୍ତ୍ରୀ ହେଇ। ୨୦୧୫ରେ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ଦାୟିତ୍ୱ ମିଳିବା ପରେ ସାରା ଦେଶରେ ଉଲ୍ଲେଖନୀୟ କାର୍ଯ୍ୟ ବି କରିଥିଲେ। ଆଉ ରାଷ୍ଟ୍ରପତି ହେବା ପରେ ଆଜି ବି ସେ ସାଧାରଣ ମଣିଷ ଭଳି ଅନ୍ୟଙ୍କ ସହ ଦେଖା ହୁଅନ୍ତି, କଥା ହୁଅନ୍ତି, ଗାଁକୁ ଗଲେ ଗାଁ ଘରେ ରୁହନ୍ତି, ଜାହିରାକୁ ଯାଆନ୍ତି ଆଉ ଶ୍ରୀମନ୍ଦିର ପହଞ୍ଚିଲେ ବଡ଼ଦାଣ୍ଡରେ ଖାଲି ପାଦରେ ଚାଲି ମହାପ୍ରଭୁଙ୍କୁ ଦର୍ଶନ କରନ୍ତି।...ଜୀବନରେ କିଛି ବି ସମ୍ଭବ...ସବୁ କଷ୍ଟ ପରେ, ସବୁ ହରାଇବା ପରେ ପୁଣି ସବୁ କିଛି ମିଳିଯିବା ହିଁ ଜୀବନ।

Draupadi Murmu Draupadi Murmu Biography Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ