Nandu Dhala Controversy Photograph: (OTV)
ଯାତ୍ରା ମାଲିକଙ୍କ ସରୁନି ‘ଯାତେରା’ । ଅପେରା ‘ତୁଳସୀ’ ମାଲିକଙ୍କ ନାଁରେ ପୁଣି FIR । ନାଣ୍ଡୁଙ୍କ ନାଁରେ ଏତଲା ଦେଲେ କଳାକାରଙ୍କ ମା’ । ମାନସିକ ନିର୍ଯାତନା ଦେଉଛନ୍ତି ନାଣ୍ଡୁ ! ଗୁଣ୍ଡା ଲଗାଇ ଧମକାଉଛନ୍ତି ! ଗ୍ରୀନ୍ ରୁମକୁ ଆସି ନାଲିଆଖି ଦେଖାଉଛନ୍ତି । ଏଭିଳି କିଛି କହିବା ସହ ବାଲିପାଟଣା ଥାନାରେ ଲଖିତ ଏତଲା ଦେଇଛନ୍ତି ଯାତ୍ରା କଳାକାର ତଥା ତୁଳସୀର ଖଳନାୟକ ସାଇ ସତ୍ୟଜିତ୍ ପଣ୍ଡାଙ୍କ ମାଆ ପଦ୍ମିନୀ ଦାଶ ।
ପୂର୍ବରୁ ଯାତ୍ରା ହାସ୍ୟ ଅଭିନେତା ନରି ପଣ୍ଡା, ଅଭିନେତ୍ରୀ ପୂଜା ଏବଂ ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ନାଣ୍ଡୁଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଥିଲେ । ଆଉ ଏବେ ପୁଣି ସାଇ ସତ୍ୟଜିତଙ୍କ ମାଆ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଫଳରେ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ବାବୁ ଓରଫ ଅନନ୍ତ ନାରାୟଣ ଧଳ ପୁଣି ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି ।
ମା’ ପଦ୍ମିନୀଙ୍କ କହିବା କଥା, ମୋ ପୁଅର ଜୀବନ ପ୍ରତି ବିପଦ ଅଛି । ନାଣ୍ଡୁ ବାବୁ ମୋ ପୁଅକୁ ୫-୬ ଦିନ ହେବ ଗୁଣ୍ଡା ଲଗାଇ ଧମକ ଦେଉଛନ୍ତି । ଏମିତିକି ଗ୍ରୀନ୍ ରୁମ୍କୁ ଆସି ମଧ୍ୟ ଧମକାଉଛନ୍ତି । ନାଣ୍ଡୁ ବାବୁ ବାରମ୍ବାର ସାଇ ସତ୍ୟଜିତଙ୍କୁ ମାନସିକ ନିର୍ଯାତନା ଦେଉଥିବା ସେ ଅଭିଯୋଗ ଆଣିଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି, ନାଣ୍ଡୁ ବାବୁଙ୍କ ନାଁରେ ଏତେ ଅଭିଯୋଗ କାହିଁକି ? କ’ଣ ପାଇଁ ଜଣକ ପରେ ଜଣେ ଦେଉଛନ୍ତି ଏତଲା ?
ପୂର୍ବରୁ ଅଭିନେତ୍ରୀ ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ନାଣ୍ଡୁଙ୍କ ନାଁରେ ଏକ ଗରୁତର ଅଭିଯୋଗ ଆଣି ସାରିଥିବା ବେଳେ ପରେ ଅଭିନେତ୍ରୀ ପୂଜା ମଧ୍ୟ ନାଣ୍ଡୁ ବାବୁଙ୍କ କିଛି କାରନାମାକୁ କ୍ୟାମେରା ଆଗରେ କହିଥିଲେ । କିନ୍ତୁ ପୋଲିସ ସେମତି କିଛି ନାଣ୍ଡୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇନଥିଲା । ଆଉ ଏବେ ପୁଣି ପୁଅକୁ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ଜଣେ ମା’ ।
ଯାତ୍ରାପାର୍ଟି ମାଲିକ ତଥା କଂଗ୍ରେସ ନେତା ନାଣ୍ଡୁଙ୍କ ନାଁରେ ପୂର୍ବରୁ ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ ପୋଲିସ ସେମିତି କିଛି ଠୋସ୍ କାର୍ଯ୍ୟାନୁଷ୍ଠାନ ନେଇନି । ଆଉ ଏବେ ପୁଣି ସେହି ନାଣ୍ଡୁଙ୍କ ଅଭିଯୋଗର ଆଉ ଗୋଟିଏ ଫର୍ଦ୍ଦ ଯୋଡ଼ି ହୋଇଯାଇଛି ।
ତେବେ ଏହି ଅଭିଯୋଗକୁ ନେଇ ଆମେ ତୁଳସୀ ଗଣନାଟ୍ୟ ମାଲିକ ନାଣ୍ଡୁ ଓରଫ ଅନନ୍ତ ନାରାୟଣ ଧଳଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/07/nandu-dhala-controversy-2026-02-07-15-34-20.jpg)