Advertisment

BJD Declares Common Candidate: ଏକାଠି ହୋଇଗଲେ କି କଂଗ୍ରେସ-ବିଜେଡି, ଖୋରାକ୍ ଯୋଗାଇଲା ନବୀନ-ଭକ୍ତ ଭେଟଘାଟ

ବିଜେଡିର କମନ କ୍ୟାଣ୍ଡିଡେଟ୍ ଷ୍ଟ୍ରାଟେଜୀକୁ ନେଇ ରାଜ୍ୟ ରାଜନୀତିରେ ବଡ଼ ହଲଚଲ୍। ଓଡ଼ିଶା ପଲିଟିକ୍ସରେ ନୂଆ ସମୀକରଣ ଚର୍ଚ୍ଚାକୁ ଖୋରାକ ଯୋଗାଇଲା ନବୀନ-ଭକ୍ତ ଭେଟଘାଟ୍। ତାହାଲେ ଏକାଠି ହୋଇଗଲେ କି କଂଗ୍ରେସ-ବିଜେଡି ?

BJD Declares Common Candidate

ଏକାଠି ହୋଇଗଲେ କି କଂଗ୍ରେସ-ବିଜେଡି Photograph: (OTV)

Advertisment

ରାଜ୍ୟସଭା ନିର୍ବାଚନ ବଦଳାଇଲା କି ରାଜ୍ୟ ରାଜନୀତିରେ ସମୀକରଣ ? ସଂଖ୍ୟା ଖେଳରେ ୪ଟି ଆସନରୁ ବିଜେପି ୨ଟି ଓ ବିଜେଡି ଗୋଟିଏ ଜିତିବା ଥୟ ହୋଇ ସାରିଥିବାବେଳେ ଏବେ ଚତୁର୍ଥ ସିଟକୁ ନେଇ ଅଙ୍କ କଷା। ଡାକ୍ତର ଦତ୍ତେଶ୍ବର ହୋତାଙ୍କୁ ବିଜେଡି ଚତୁର୍ଥ ସିଟ୍ ପାଇଁ କମନ କ୍ୟାଣ୍ଡିଡେଟ୍ ଘୋଷଣା କରିବା ଓ ପିସିସି ସଭାପତି ତାଙ୍କୁ ସମର୍ଥନ ଦେବା- ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି। 

Advertisment

ତେବେ ବିରୋଧୀଙ୍କୁ କାଉଣ୍ଟର ପାଇଁ ବିଜେପି ବି କମନ୍ କ୍ୟାଣ୍ଡିଡେଟ୍ ଦେବ ନା ବାହାର ନେତା ମଇଦାନକୁ ଆସିବେ ତାକୁ ନେଇ ସସପେନସ ଭିତରେ- ଏଥର ନିର୍ବାଚନରେ ଘୋଡ଼ା ବେପାର ଆଶଙ୍କା ବି ମୁଣ୍ଡ ଟେକିଲାଣି।

ଯେହେତୁ ରାଜ୍ୟସଭା ନିର୍ବାଚନର ଚତୁର୍ଥ ସିଟ୍ ପାଇଁ ବରିଷ୍ଠ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ବିଜେଡି କମନ କ୍ୟାଣ୍ଡେଟ୍ ଘୋଷଣା କଲା ଓ ଭକ୍ତ ତାଙ୍କୁ ସମର୍ଥନ ଘୋଷଣା କଲେ। ତେଣୁ ଦତ୍ତେଶ୍ବରଙ୍କୁ ବି ମିଳିଗଲା କଂଗ୍ରେସର ସମର୍ଥନ। ହେଲେ ବିଜେପିରୁ କିଏ ? ତାକୁ ନେଇ ଏବେ ଚର୍ଚ୍ଚା। ବିରୋଧୀଙ୍କୁ କାଉଣ୍ଟର ଲାଗି ଦତ୍ତେଶ୍ୱରଙ୍କ ଭଳି ଜଣେ ଅଣ ରାଜନୈତିକ ପ୍ରାର୍ଥୀଙ୍କୁ ବାଛିବ ନା ଦଳ ଭିତରୁ ଜଣେ କିଏ ହେବେ କମନ କ୍ୟାଣ୍ଡିଡେଟ। 

Advertisment

ଗୋଟିଏ ପଟେ ଚତୁର୍ଥ ଆସନ ପାଇଁ ବିଶିଷ୍ଟ ବ୍ୟବସାୟୀ ଦିଲ୍ଲୀପ ରାୟଙ୍କ ନାଁ ଅଧିକ ଚର୍ଚ୍ଚାରେ ଥିବା ବେଳେ ଜାତୀୟ ସ୍ତରର କିଛି ନେତାଙ୍କ ନାଁକୁ ନେଇ ବି ଆଲୋଚନା ଚାଲିଛି।

ଏହା ସତ୍ୟ, ବିଜେଡି ଆଗୁଆ କମନ କ୍ୟାଣ୍ଡିଡେଟ୍ ଘୋଷଣା କରି ଶାସକ ବିଜେପିକୁ ଚେକ୍ ଦେଇଛି। ତେବେ ନଜର ପକାନ୍ତୁ ଚତୁର୍ଥ ଆସନରେ କମନ କ୍ୟାଣ୍ଡିଡେଟ୍‌ଙ୍କୁ ଜିତିବାକୁ ଦରକାର କି ସମୀକରଣ ଓ ସଂଖ୍ୟା ? ଏହି ପ୍ରାର୍ଥୀଙ୍କୁ ଜିତିବାକୁ ୩୦ ଭୋଟ୍ ଆବଶ୍ୟକ ଥିବାବେଳେ ବିଜେଡିର ଗୋଟିଏ ସିଟ୍ ପରେ ବଳୁଛି ଆଉ ୧୮, ତେଣେ କଂଗ୍ରେସ ପାଖରେ ରହିଛି ଜଣେ ସିପିଆଇ ବିଧାୟକଙ୍କ ସହ ୧୫ ଭୋଟ୍। ଯାହା ମିଶିଗଲେ ହେଉଛି ୩୩. ତେଣୁ ଦତ୍ତେଶ୍ୱରଙ୍କ ପାଇଁ ରାସ୍ତା ଏକ ପ୍ରକାର ସଫା। 

Advertisment

ଅନ୍ୟପଟେ ବିଜେପି ପାଖରେ ୮୨ ବିଧାୟକଙ୍କ ସମର୍ଥନ ଥିବା ବେଳେ ଚତୁର୍ଥ ସିଟ୍ ହାତେଇବାକୁ ଆବଶ୍ୟକ ଆଉ ୮ ଭୋଟ୍। ଯଦି ବିଜେଡିରୁ ନିଲମ୍ବିତ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ ସମର୍ଥନ ଦିଅନ୍ତି, ତଥାପି ଆହୁରି ୬ ବିଧାୟକଙ୍କ ଭୋଟ୍ ଆବଶ୍ୟକ। ତାକୁ କିଭଳି ବିଜେପି ଯୋଗାଡ କରିବ ତାହା ଏବେ ବଡ଼ ପ୍ରଶ୍ନ।

ଯଦି ଶାସକ ଦଳ ତୃତୀୟ ପ୍ରାର୍ଥୀ ଘୋଷଣା କରେ, ତାହାଲେ ଏହାକୁ ହାତେଇବାକୁ କ୍ରସ ଭୋଟିଂ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଅର୍ଥାତ୍ ରାଜ୍ୟସଭାରେ ପୁଣି ଦେଖିବାକୁ ମିଳିବ ଘୋଡ଼ା ବେପାର ରିପିଟ୍। 

Rajya Sabha Odisha Politics Odisha News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ