neet exam
ଭୁବନେଶ୍ୱର: ଆସନ୍ତାକାଲି ହେବ National Eligibility cum Entrance Test(NEET)। ଏଥିପାଇଁ ରାଜ୍ୟର ବିଭିନ୍ନ ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି। ଦୂରଦୂରାନ୍ତର ଆସୁଥିବା ଛାତ୍ରଛାତ୍ରୀମାନେ କିଭଳି ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ ସେନେଇ ମଧ୍ୟ ପ୍ରସ୍ତୁତି କରାଯାଇଛି।
ଛାତ୍ରଛାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଲ୍ୱେ ପକ୍ଷରୁ ୪ଟି ସ୍ପେଶାଲ ଟ୍ରେନ୍ ଗଡ଼ିବ। ଖରିଆର ରୋଡ୍ରୁ ଭାୟା ଟିଟିଲାଗଡ ଦେଇ ଆଜି ସମ୍ବଲପୁରକୁ ଏକ ସ୍ପେଶାଲ ଟ୍ରେନ୍ ଗଡ଼ିବ। ସେହିପରି ରାୟଗଡାରୁ ସମ୍ବଲପୁର, ଭଦ୍ରକରୁ ଭୁବନେଶ୍ୱର ଭାୟା କଟକ, କେନ୍ଦୁଝରରୁ ଭୁବନେଶ୍ୱର ଭାୟା କଟକକୁ ସ୍ୱତନ୍ତ୍ର ଟ୍ରେନ୍ ଗଡ଼ିବ।
ବାଲେଶ୍ୱର ଜିଲ୍ଲାରେ ୧୧ଟି ନିଟ୍ ପରୀକ୍ଷା କେନ୍ଦ୍ର କରାଯାଇଛି। ଯେଉଁଥିରେ ୩ ହଜାର ୮୩୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ୩୦ ଜଣଙ୍କୁ ଛାଡ଼ି ଅନ୍ୟ ସମସ୍ତ ଛାତ୍ରଛାତ୍ରୀ ବାଲେଶ୍ୱର ଜିଲ୍ଲାର। ପରୀକ୍ଷାକୁ ସୁରୁଖୁରୁରେ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ୨ ଜଣ ନୋଡାଲ ଅଫିସରଙ୍କ ସହ ଅନ୍ୟ ଅଧିକାରୀଙ୍କୁ ପରୀକ୍ଷା ଦାୟିତ୍ୱ ଦିଆଯାଇଛି।
ସେହିପରି ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୩୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସମ୍ବଲପୁରରେ ମୋଟ ୧୪ଟି ପରୀକ୍ଷା କେନ୍ଦ୍ର ହୋଇଛି। ଏଥିପାଇଁ ଜଣେ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି।ପରୀକ୍ଷାର୍ଥୀ ଓ ଅଭିଭାବକଙ୍କ ରହଣି ପାଇଁ ୫ଟି ସ୍ଥାନରେ ବ୍ୟବସ୍ଥା କରାଯାଇଛି।
କଟକ ସହରର ବିଭିନ୍ନ ସ୍କୁଲର ପରୀକ୍ଷା କେନ୍ଦ୍ର ହୋଇଛି। ବାରବାଟୀ ଷ୍ଟାଡିୟମ ପରିସରରେ ଥିବା ସେଣ୍ଟ ଜାଭିୟର୍ସ ସ୍କୁଲରେ ପ୍ରାୟ ୩ ଶହ ପରୀକ୍ଷର୍ଥୀ ପରୀକ୍ଷା ଦେବେ। ସେହପରି ସିଡିଏ ଡିଏଭି ସ୍କୁଲରେ ପ୍ରାୟ ୬ଶହ ଏବଂ ସିଡିଏ ସେଣ୍ଟ୍ରାଲ ସ୍କୁଲରେ ପ୍ରାୟ ସାଢେ ୩ ଶହରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/neet-exam_1625338097.jpg)