Advertisment

ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲି : ପ୍ରମାଣ ବିନା ମିଳୁନି ଦ୍ୱିତୀୟ ଡୋଜ୍

ଗଜପତି : ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଗଜପତି ଜିଲ୍ଲାର କିଛି ଲୋକେ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇପାରୁ ନାହାନ୍ତି।  ୫୦ ଦିନ ହେଲାଣି ସେମାନେ ପ୍ରଥମ ଡୋଜ୍ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ପାଇଁ ହସ୍ପିଟାଲକୁ…

ଅଦ୍ୟତନ ହୋଇଛି
ସ୍ୱାସ୍ଥ୍ୟ ବିଭାଗର ଖାମଖିଆଲି : ପ୍ରମାଣ ବିନା ମିଳୁନି ଦ୍ୱିତୀୟ ଡୋଜ୍

vaccination

Advertisment

ଗଜପତି : ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଗଜପତି ଜିଲ୍ଲାର କିଛି ଲୋକେ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇପାରୁ ନାହାନ୍ତି।  ୫୦ ଦିନ ହେଲାଣି ସେମାନେ ପ୍ରଥମ ଡୋଜ୍ ନେଇଥିବା ବେଳେ ଦ୍ୱିତୀୟ ଡୋଜ୍ ପାଇଁ ହସ୍ପିଟାଲକୁ ଗଲାବେଳକୁ ପ୍ରଥମ ଡୋଜର ପ୍ରମାଣ ମଗାଯାଉଛି। ହେଲେ ଏହାର ପଂଜୀକରଣ ହୋଇ ନ ଥିବାରୁ ଲୋକେ ନାଁ ପ୍ରମାଣ ଦେଇପାରୁଛନ୍ତି, ନା ସେମାନଙ୍କୁ ଦ୍ୱିତୀୟ ଡୋଜ୍ ଟିକା ମିଳୁଛି।

Advertisment

ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି, ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅମରା ଓ ଡାଳିମ୍ବପୁର ଗାଁର ପ୍ରାୟ ୧୩୦ ଜଣ। ଏମାନଙ୍କ ବୟସ ୪୫ରୁ ଅଧିକ। ମାର୍ଚ୍ଚ ୨୫ରେ ସେମାନେ କରୋନାର ପ୍ରଥମ ଡୋଜ୍ ଟିକା ନେଇଥିଲେ। ସେତେବେଳେ ଆଧାରକାର୍ଡ କପି ଓ ମୋବାଇଲ ନମ୍ବର ବି ଦେଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ପ୍ରଥମ ଡୋଜ୍ ନେଇଥିବାର ମେସେଜ ସେମାନଙ୍କୁ ଆସି ନାହିଁ।

ଏହା ଭିତରେ ୫୦ ଦିନ ବିତିଗଲାଣି। ଦ୍ୱିତୀୟ ଡୋଜ୍ ପାଇଁ ଏମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ ମଧ୍ୟ ପ୍ରଥମ ଡୋଜ୍ ଟିକା ନେବାର ପ୍ରମାଣ ଦେଖାଇ ନ ପାରିବାରୁ ସେମାନଙ୍କୁ ଦ୍ୱିତୀୟ ଡୋଜ୍ ମିଳି ନାହିଁ। ବର୍ତ୍ତମାନ ସେମାନଙ୍କୁ କୁହାଯାଉଛି, ଏବେ ପଂଜୀକରଣ ହେଲେ ଦ୍ୱିତୀୟ ଡୋଜ୍ ପାଇଁ ଆହୁରି ୪୨ ଦିନ ଅପେକ୍ଷା କରିବାକୁ ପଡ଼ିବ। ଏହାକୁ ନେଇ ଅଞ୍ଚଳବାସୀ ଦ୍ୱନ୍ଦ୍ୱରେ ଥିବା ଦେଖାଦେଇଛି।

Advertisment

ସେପଟେ ରାଜ୍ୟରେ ପୁଣି ରେକର୍ଡ଼ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୧୨୩୯୦ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହାକୁ ନେଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୭୩କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥ୍ୟ ଅନୁସାରେ ଖୋର୍ଦ୍ଧାରୁ ସର୍ବାଧିକ ୪ଜଣ କରୋନାରେ ମୃତ ହୋଇଥିବା ବେଳେ ଅନୁଗୋଳରୁ ୩ଜଣ, କେନ୍ଦ୍ରାପଡା, ରାୟଗଡା, କଳାହାଣ୍ଡି ଓ ସୁନ୍ଦରଗଡରୁ ୨ ଜଣ ବୌଦ୍ଧ, ଦେବଗଡ, କଟକ, ଗଜପତି, ଗଞ୍ଜାମ, ବଲାଙ୍ଗୀର, କନ୍ଧମାଳରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ହୋ‍ଇଛି। ସେପଟେ

ସେହିପରି ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨,୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକରେ ଖୋର୍ଦ୍ଧାରୁ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାପରେ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି। ଖୋର୍ଦ୍ଧା ପରେ ଦ୍ୱିତୀୟ ସ୍ଥାନରେ ସୁନ୍ଦରଗଡ଼ ଓ ତୃତୀୟ ସ୍ଥାନରେ କଟକ ରହିଛି। ଏଠାରୁ ଯଥାକ୍ରମେ ୮୮୨ ଓ ୭୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ମୋଟ୍ ୧୨,୩୯୦ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେନ୍‌ଣ୍ଟାଇନ୍‌ରୁ ୬,୯୩୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୫,୪୫୨ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶେଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫,୮୮,୬୮୭ରେ ପହଞ୍ଚି ଥିବାବେଳେ ଆକ୍ଟିଭ୍‌ କେସ୍‌ ୧,୦୪,୦୧୬ ରହିଛି। ତେବେ ୪,୮୨,୩୪୫ ଜଣ ସୁସ୍ଥ ହୋଇସାରିଲେଣି।

Advertisment
Corona Breaking News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ