Advertisment

Odisha School Crime: ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ସହାୟିକାଙ୍କ ସହ ୫ ଶିକ୍ଷକ ଅଟକ

ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ୫ ଅଟକ। ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ସହାୟିକାଙ୍କ ସହ ୫ ଶିକ୍ଷକ ଅଟକ। କେନ୍ଦ୍ରାପଡ଼ା ରାଜକନିକା ଥାନା ଅଞ୍ଚଳର ଏକ ଘରୋଇ ସ୍କୁଲରେ ଘଟଣା। ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ CWC ନିକଟରେ ଅଭିଯୋଗ। ଘଟଣାସ୍ଥଳକୁ ନିଜେ ଯାଇ ତଦନ୍ତ କରିବେ କହିଲେ ଏସପି।

Odisha School Crime

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ସହାୟିକାଙ୍କ ସହ ୫ ଶିକ୍ଷକ ଅଟ Photograph: (OTV)

Advertisment

ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ଘଟଣାରେ ୫ ଅଟକ। କେନ୍ଦ୍ରାପଡ଼ା ରାଜକନିକା ଥାନା ଅଞ୍ଚଳର ଥିବା ଏକ ଘରୋଇ ଇଂଲିସ୍ ମିଡିୟମ ସ୍କୁଲର ଛାତ୍ରୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏନେଇ ପୀଡ଼ିତାଙ୍କ ମାଆ କେନ୍ଦ୍ରାପଡ଼ା ଜିଲା CWCଙ୍କ ନିକଟରେ ଲିଖିତ ଭାବେ ଅବଗତ କରିଛନ୍ତି। ଘଟଣାକୁ ଗୁରୁତର ସହ ନେଇ ସମ୍ପୃକ୍ତ ସ୍କୁଲ ପରିସରକୁ ଯାଇ ତଦନ୍ତ ଆରମ୍ଭ କରିଛି CWC । 

Advertisment

ଏପଟେ ରାଜକନିକା ପୋଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି । ପୀଡ଼ିତାଙ୍କ ଘରକୁ ଯାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ସହାୟିକାଙ୍କ ସମେତ ୫ ଶିକ୍ଷକଙ୍କୁ ଅଟକ ରଖି ପୋଲିସ ତଦନ୍ତ ଚଳାଇଛି । ଘଟଣାସ୍ଥଳକୁ ନିଜେ ଯାଇ ତଦନ୍ତ କରିବେ ବୋଲି ଏସପି କହିଛନ୍ତି । ତେବେ ଏନେଇ ସ୍କୁଲ ଅଧ୍ୟକ୍ଷଙ୍କ କିମ୍ବା ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।

  • ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ୫ ଅଟକ
  • ସ୍କୁଲ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ସହାୟିକାଙ୍କ ସହ ୫ ଶିକ୍ଷକ ଅଟକ
  • କେନ୍ଦ୍ରାପଡ଼ା ରାଜକନିକା ଥାନା ଅଞ୍ଚଳର ଏକ ଘରୋଇ ସ୍କୁଲରେ ଘଟଣା
  • ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ନେଇ CWC ନିକଟରେ ଅଭିଯୋଗ
  • ଘଟଣାସ୍ଥଳକୁ ନିଜେ ଯାଇ ତଦନ୍ତ କରିବେ କହିଲେ ଏସପି
Advertisment
Odisha News Odisha Crime Child Protection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ